ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ମିଶିଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ

ଭୁବନେଶ୍ୱର/ବରଗଡ଼: ବିଜେଡିରେ ଯୋଗଦେଲେ ମହେନ୍ଦ୍ର ବଢେଇ । ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରକାଶ ଥାଉକି ନୂଆପଡ଼ା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ ମହେନ୍ଦ୍ର ବଢେଇ । ହେଲେ ସେ କିଛି ଦିନ ତଳେ ସ୍ୱେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଥିଲେ । ଏହାପରେ ଗୁରୁବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି । ମହେନ୍ଦ୍ର ବଢାଇଙ୍କ ନିଜ ଘର ପଦ୍ମପୁରରେ । ତେଣୁ ଉପନିର୍ବାଚନ ଆଗକୁ ଥିବା ବେଳେ ଆଜି ବିଜେଡିର ମିଶ୍ରଣ ଦଳ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି ।

Comments are closed.