ଭୁବନେଶ୍ୱର: ଆଜି ନବୀନ ନିବାସରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ନେତାମାନେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲାରେ ଦଳର ସାଂଗଠନିକ ସ୍ଥିତି,ଚାଷୀ ସମସ୍ୟା,ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କ ରେ ଆଲୋଚନା କରିଥିଲେ।
ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟ କୁ ଆହୁରି ବ୍ୟାପକ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ନବ ଘୋଷିତ ପୌର ପରିଷଦ ମଧ୍ୟ ରୁ ଗଞ୍ଜାମ ଜିଲ୍ଲା ରେ ସାତ ଗୋଟି ULBରେ ପ୍ରଥମ କରି ନିର୍ବାଚନ ହେବ।ତା ସହିତ ପଞ୍ଚାୟତ ନିର୍ବାଚନ ମଧ୍ୟ ପାଖେଇଆସିଲାଣି।ତେଣୁ ଏବେଠୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ଉପରେ ସଭାପତି ଗୁରୁତ୍ୱ ଆରୋପ କରିଥିଲେ। ନିକଟରେରେ ମଣ୍ଡି ମାନଙ୍କ ରେ ଚାଷୀ ମାନଙ୍କ ହଇରାଣ ବିଷୟରେ ବିରୋଧୀ ଦଳ ନେତା ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଞ୍ଜାମର ନେତା ମାନେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇ ଥିଲେ। ଏ ପତ୍ରରେ ନବୀନ ଦେଇଥିବା ପ୍ରସ୍ତାବ ପ୍ରତି ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କ ଦୃଢ଼ ସମର୍ଥନ ରହିଛି ବୋଲି ସେମାନେ ଜଣାଇଥିଲେ।
ଏହି ବୈଠକରେ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଦ୍ବୟ ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ଗନ୍ତାୟତ,ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଭୃଗୁ ବକ୍ସିପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଶ୍ରୀକାନ୍ତ ସାହୁ ଓ ରଂଜିତା ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ୧୩ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ମାନେ ଉପସ୍ଥିତ ଥିଲେ ।