ଟାକ୍ସ କଲେକ୍ସନ ପାଇଁ ବିଏମସିର ଗୁରୁତ୍ୱ, ଜାରି ରହିବ ବକେୟା ହୋଲ୍ଡିଂ ଆଦାୟ ପ୍ରକ୍ରିୟା
ଭୁବନେଶ୍ୱର: ହୋଲ୍ଡିଂ ଟାକ୍ସ ଆଦାୟ ପାଇଁ ବିଏମସି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦୀର୍ଘ ଦିନ ହେଲା କୋଟି କୋଟି ଟଙ୍କା ହୋଲ୍ଡିଂ ଟାକ୍ସ ବାକି ରଖିଥିବା ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ସିଲ୍ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଆଜି ଦକ୍ଷିଣ-ପୂର୍ବ ମଣ୍ଡଳ ଆୟୁକ୍ତଙ୍କ ପକ୍ଷରୁ ଚଢାଉ ଜାରି ରହିଥିଲା । ଓ୍ୱାର୍ଡ ନମ୍ବର ୪୧ ଅନ୍ତର୍ଗତ ଦୁଇଗୋଟି ବ୍ୟବସାୟୀକ ପ୍ରତିଷ୍ଠାନ ଗିରିଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସ [...]
ଭୁବନେଶ୍ୱର: ହୋଲ୍ଡିଂ ଟାକ୍ସ ଆଦାୟ ପାଇଁ ବିଏମସି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଦୀର୍ଘ ଦିନ ହେଲା କୋଟି କୋଟି ଟଙ୍କା ହୋଲ୍ଡିଂ ଟାକ୍ସ ବାକି ରଖିଥିବା ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅନୁଷ୍ଠାନକୁ ସିଲ୍ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଆଜି ଦକ୍ଷିଣ-ପୂର୍ବ ମଣ୍ଡଳ ଆୟୁକ୍ତଙ୍କ ପକ୍ଷରୁ ଚଢାଉ ଜାରି ରହିଥିଲା । ଓ୍ୱାର୍ଡ ନମ୍ବର ୪୧ ଅନ୍ତର୍ଗତ ଦୁଇଗୋଟି ବ୍ୟବସାୟୀକ ପ୍ରତିଷ୍ଠାନ ଗିରିଦୁର୍ଗା ମାର୍କେଟ୍ କମ୍ପ୍ଲେକ୍ସ ଏବଂ ରାଜରତନ କ୍ଲଥଷ୍ଟୋର ବକେୟା ଟାକ୍ସ ନ ଦେବା ହେତୁ ସିଲ୍ କରାଯାଇଥିଲା । ଏହି ପଦକ୍ଷେପ ପରେ ପରେ ଉଭୟ ପ୍ରତିଷ୍ଠାନ ବକେୟା ରାଶିର ଆଂଶିକ ୧୭ ଲକ୍ଷ ଟଙ୍କା ପୈଠ କରିଥିଲେ । ଅବଶିଷ୍ଟ ବକେୟା ଅର୍ଥ ଖୁବ୍ ଶୀଘ୍ର ପୈଠ କରିବାକୁ ଲିଖିତ ଭାବେ ଜଣାଇବା ପରେ ସେମାନଙ୍କ ଦୋକାନ ସିଲ୍ ଖୋଲାଯାଇଥିଲା ।
ସୂଚନାଯୋଗ୍ୟ କି ନିୟମ ଅନୁଯାୟୀ ବିଏମସି ସମସ୍ତ ହୋଲ୍ଡିଂରୁ ଟାକ୍ସ ଆଦାୟ କରିବାକୁ ପ୍ରଚେଷ୍ଠା ଜାରି ରଖିଅଛି । ତେବେ ଅଧିକ ବକେୟା ରଖି ଜାଣିଶୁଣି ଦେଉନଥିବା ଅନୁଷ୍ଠାନଗୁଡିକୁ ଖୁବ୍ ଶୀଘ୍ର ସିଲ୍ କରାଯିବ ବୋଲି କୁହାଯାଇଛି ।
India’s GDP doubles in 10 years, set to surpass Japan and Germany by 2027
Next ArticlePopulation Should Not Be Only Criterion for Delimitation: Naveen
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
