‘ଅନଲକିଂ ଦ ପାୱାର ଅଫ ଡାଟା ଏକ୍ସଚେଞ୍ଜ ଫର ସ୍ମାର୍ଟ ଗଭର୍ଣ୍ଣାନ୍ସ’ ଶୀର୍ଷକ ଆଇଡିଆ ଫୋରମ୍ ଆୟୋଜିତ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିଆଇସି) ଦ୍ୱାରା ଆଜି ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ଅନଲକିଂ ଦ ପାୱାର ଅଫ୍ ଡାଟା ଏକ୍ସଚେଞ୍ଜ ଫର୍ ସ୍ମାର୍ଟ ଗଭର୍ଣ୍ଣାନ୍ସ’ ଉପରେ ଏକ ଆଇଡିଆ ଫୋରମ୍ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମଞ୍ଚରେ ସେଣ୍ଟର ଅଫ୍ ଡାଟା ଫର୍ [...]
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିଆଇସି) ଦ୍ୱାରା ଆଜି ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ଅନଲକିଂ ଦ ପାୱାର ଅଫ୍ ଡାଟା ଏକ୍ସଚେଞ୍ଜ ଫର୍ ସ୍ମାର୍ଟ ଗଭର୍ଣ୍ଣାନ୍ସ’ ଉପରେ ଏକ ଆଇଡିଆ ଫୋରମ୍ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମଞ୍ଚରେ ସେଣ୍ଟର ଅଫ୍ ଡାଟା ଫର୍ ପବ୍ଲିକ୍ ଗୁଡ୍ (ସିଡିପିଜି) ଇଣ୍ଡିଆନ୍ ଇନଷ୍ଟିଚ୍ଯୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ଯ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ସଚିବ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ନୂତନ ରାଜ୍ଯ ଡାଟା ନୀତି ପ୍ରଣୟନ କରିବା ଦିଗରେ ନିଷ୍ପତ୍ତି ନେଇ ଓଡ଼ିଶା ନିଜ ଡାଟା ଗଭର୍ଣ୍ଣାନ୍ସ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି। ଏହି ନୂତନ ନୀତି ଆନ୍ତଃ କାର୍ଯ୍ଯକାରିତା, ଉପଲବ୍ଧତା ଏବଂ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବାରେ ରାଜ୍ଯ ସରକାରକୁ ସାହାଯ୍ଯ କରିବ। ସେ ଆହୁରି ମଧ୍ଯ କହିଛନ୍ତି ଯେ ରାଜ୍ଯ ଏକ ନମନୀୟ ଏବଂ ମାପନୀୟ ଡାଟା ଇକୋସିଷ୍ଟମ ନିର୍ମାଣ ଦିଗରେ କାର୍ଯ୍ଯ କରୁଛି ଯାହା ସରକାରୀ ବିଭାଗ ଏବଂ ନୀତି ନିର୍ମାତାଙ୍କୁ ଦୀର୍ଘକାଳୀନ ସ୍ଥିରତା ଏବଂ ନମନୀୟତା ସୁନିଶ୍ଚିତ କରିବା ସହିତ ଅଧିକ ପ୍ରଭାବଶାଳୀ ଭାବରେ ତଥ୍ଯ ବ୍ଯବହାର କରିବାକୁ ସଶକ୍ତ କରିବ।
ସେଣ୍ଟର ଅଫ୍ ଡାଟା ଫର୍ ପବ୍ଲିକ୍ ଗୁଡ୍ ର ଅଧ୍ଯକ୍ଷ ପ୍ରଫେସର ଇନ୍ଦର ଗୋପାଳ ଓପନ-ସୋର୍ସ ଡାଟା ଏକ୍ସଚେଞ୍ଜ ପ୍ଲାଟଫର୍ମ ମାଧ୍ଯମରେ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବା ପାଇଁ ଏକ ମାପନୀଯ ଏବଂ ନମନୀଯ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ବକ୍ତବ୍ଯ ରଖିଥିଲେ। ପ୍ରମୁଖ ବୈଜ୍ଞାନିକ ତଥା ପ୍ରୋଗ୍ରାମ ମ୍ଯାନେଜର ସି.ଡି.ପି.ଜି. ଜ୍ଯୋତିର୍ମୟ ଦତ୍ତ ଏବଂ ପ୍ଲାଟଫର୍ମ ଡିପ୍ଲୋଯ଼ମେଣ୍ଟ ଆଣ୍ଡ ଆପ୍ଲିକେସନ ମ୍ଯାନେଜର ସି.ଡି.ପି.ଜି. ଅକ୍ଷତ ଶର୍ମା ମଧ୍ଯ ଏହି ଅବସରରେ ଉଦବୋଧନ ଦେଇଥିଲେ। ଆଇ.ଆଇ.ଏସ୍.ସି. ଟିମ୍ ଓପନ-ସୋର୍ସ ଡାଟା ଏକ୍ସଚେଞ୍ଜ ପ୍ଲାଟଫର୍ମର ସାମର୍ଥ୍ଯକୁ ଉପସ୍ଥାପନ କରିଥିଲେ, ଯାହାକୁ ସି. ଡି.ପି.ଜି. ଦ୍ୱାରା ଭାରତ ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ତେଲେଙ୍ଗାନା ସରକାର ଏବଂ ସର୍ଭେ ଅଫ୍ ଇଣ୍ଡିଆ ସମେତ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ବିଭିନ୍ନ ଡୋମେନରେ ସଫଳତାର ସହ କାର୍ଯ୍ଯକାରୀ କରାଯାଇଛି।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡିପିଆଇସି ମାଧ୍ଯମରେ ଶାସନରେ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବା ପାଇଁ ଅତ୍ଯାଧୁନିକ ଡାଟା ବିଜ୍ଞାନ ଉପକରଣ ଏବଂ ଉନ୍ନତ ଗବେଷଣା ପଦ୍ଧତିର ଲାଭ ଉଠାଇବା ପାଇଁ ମିଳିତ ପ୍ରଯ଼ାସ କରୁଛି, ଯାହା ଓଡ଼ିଶା ସରକାର ଏବଂ ଚିକାଗୋ ବିଶ୍ୱବିଦ୍ଯ଼ାଳୟ ଟ୍ରଷ୍ଟ ମଧ୍ଯରେ ଏକ ଅନନ୍ଯ ସହଭାଗୀତା। ସ୍ମାର୍ଟ ଗଭର୍ଣ୍ଣାନ୍ସ ପାଇଁ ତଥ୍ଯ ଆଦାନପ୍ରଦାନର ଶକ୍ତିକୁ ଉନ୍ମୁକ୍ତ କରିବାରେ ରାଜ୍ଯକୁ ସାହାଯ୍ଯ କରୁଥିବା ଏହି ଆଇଡିଆ ଫୋରମରେ ଅଂଶଗ୍ରହଣ କରିଥିବାରୁ ସେ ଇଣ୍ଡିଆନ୍ ଇନଷ୍ଟିଚ୍ଯୁଟ୍ ଅଫ୍ ସାଇନ୍ସକୁ ଧନ୍ଯବାଦ ଜଣାଇଛନ୍ତି।
ଡି.ପି.ଆଇ.ସି. ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଉର୍ମିଳା ଚାଟାର୍ଜୀ ଧନ୍ଯବାଦ ଅର୍ପଣ କରିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ଯା ବିଭାଗ, ଓଡ଼ିଶା କମ୍ପ୍ଯୁଟର ଆପ୍ଲିକେସନ୍ ସେଣ୍ଟର ଏବଂ ଡିପିଆଇସିର ଟିମ୍ ଦ୍ୱାରା ଏହି କାର୍ଯ୍ଯକ୍ରମ ସମନ୍ବିତ କରାଯାଇଥିଲା।
Ideas Forum on ‘Unlocking the Power of Data Exchange for Smart Governance’ Organised
Next ArticleIndian stock market opens lower, midcap and smallcap trade higher
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
