ରାଜ୍ୟରେ ୧୯ ଓ ୨୦ ତାରିଖରେ ପ୍ରବଳ ଓ ଅତିପ୍ରବଳ ବର୍ଷା ନେଇ ଆଲର୍ଟ ଜାରି | News Room Odisha

ରାଜ୍ୟରେ ୧୯ ଓ ୨୦ ତାରିଖରେ ପ୍ରବଳ ଓ ଅତିପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ୱର -ଦକ୍ଷିଣ ମିଆଁମାର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପର ବାୟୁମଣ୍ଡଳରେ ୫.୮ କିଲୋମିଟର ଯାଏଁ ଗୋଟିଏ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଏହି ମାସ ୧୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ । ୧୯ ଏବଂ ୨୦ ତାରିଖରେ ବର୍ଷାର ପରିମାଣ ବଢିବ। ୧୯ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିବ। ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୧ ତାରିଖରେ ବର୍ଷା କମିଯିବ। ଅଗଷ୍ଟ ୧୮ ତାରିଖରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଗଷ୍ଟ ୧୯ ଏବଂ ୨୦ ତାରିଖରେ ଅତି ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଓଡିଶାର ବାକି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।