ଏମକେସିଜି ମୁଖ୍ୟ ଫାଟକ ଆଗରେ ଦୁର୍ଘଟଣା: ମାଆ, ପୁଅ ମୃତ | News Room Odisha

ଏମକେସିଜି ମୁଖ୍ୟ ଫାଟକ ଆଗରେ ଦୁର୍ଘଟଣା: ମାଆ, ପୁଅ ମୃତ

ବ୍ରହ୍ମପୁର: ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କୁଟି (ଓଡି୦୭ଜେ୬୨୧୮) ସହ ଏକ କାର୍ (ଏମ୍ଏଚ୍୧୦ ଏଏନ୍୯୧୪) ଖୁବ ଜୋରରେ ଟକ୍କର ହେବା ଫଳରେ ସ୍କୁଟିରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଆଙ୍କୁଲି ନିଗମ ନଗର ଅଞ୍ଚଳର କୁନୁ ମାଷ୍ଟର ଓ ତାଙ୍କ ମାଆ। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ଉଭୟ ଗାଡ଼ି ବେଶ୍ କ୍ଷତିଗ୍ରସ୍ତ ହୋଇଛି। କାର୍ ଚାଳକ ଓ ଯାତ୍ରୀ ମଧ୍ୟ ଆହତ ହୋଇ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି।