ରାୟଗଡ଼ା ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ମାମଲାରେ ୫ ଗିରଫ | News Room Odisha

ରାୟଗଡ଼ା ବ୍ୟବସାୟୀଙ୍କ ଘରୁ ବଡ଼ ଧରଣର ଚୋରି ମାମଲାରେ ୫ ଗିରଫ

ରାୟଗଡ଼ା – ରାୟଗଡ଼ା ବ୍ୟାଙ୍କ କଲୋନୀ ପ୍ରଥମ ଲାଇନରେ ଗତମାସରେ ଜଣେ ବ୍ୟବସାୟୀଙ୍କ ଘରୁ ହୋଇଥିବା ବଡ଼ ଧରଣର ଚୋରି ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ଚୋରିରେ ସମ୍ପୃକ୍ତ ଥିବା ରବି ଶଙ୍କର ମହନନ୍ଦିଆ, ପି. ଶ୍ରୀକାନ୍ତ, କେ. ଅନୀଲ କୁମାର, କେ. ପ୍ରସାଦ ଓ କେ. ସୁନୀଲ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଚୋରି ପରେ ସୁନାକୁ ତରଳାଇ ବିକ୍ରି କରାଯାଇଥିବାରୁ ଉଦ୍ଧାର ସୁନା ସମ୍ପର୍କରେ ସଠିକ ତଥ୍ୟ ଦେଇ ପାରିନାହିଁ ପୋଲିସ । ଜଣେ ନାବାଳକ ମଧ୍ୟ ଚୋରିରେ ସମ୍ପୃକ୍ତ ଅଛି । ଚୋରି ଅଭିଯୋଗରେ ୩ ଜଣ ଏବଂ ଚୋରି ସୁନା କିଣିବା ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ବୋଲି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ଜାନୁଆରି ୧୭ ତାରିଖ ରାତିରେ କେ. ସାଇ ଶ୍ରୀନିବାସଙ୍କ ଘରୁ ତାଲା ୭୮୦ ଗ୍ରାମ ସୁନା, ୫ ଲକ୍ଷ ଟଙ୍କାର ରୂପା ସହ ନଗଦ ୯ ଲକ୍ଷ ଟଙ୍କା ଚୋରି କରିଥିଲେ। ପୋଙ୍ଗଲ ଅବସରରେ ଗତ ୧୫ ତାରିଖରେ ସାଇ ଶ୍ରୀନିବାସଙ୍କ ପରିବାର ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ସହରରେ ରହୁଥିବା ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ୧୮ ତାରିଖ ସଂଧ୍ୟାରେ ପହଞ୍ଚିବା ପରେ ଘରୁ ଚୋରି ଯାଇଥିବା ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିଥିଲେ।