ପୁରୀ – ପୁରୀ ମାରୀଚକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଗତରାତିରୁ ଲାଗିଥିବା ନିଆଁ ଆହୁରି ଲିଭି ପାରିନାହିଁ। ନିଆଁ ଲିଭାଇବାକୁ ଜୋରଦାର ଉଦ୍ୟମ ଜାରି ରହିଛି। ଘଟଣା ଉପରେ ନଜର ରଖାଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ଲାଗିଛନ୍ତି । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ଅଛନ୍ତି ।
ରିପୋର୍ଟ ଦେବା ପରେ କ୍ଷୟକ୍ଷତି ଜଣା ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ଏଣେ ସ୍ଥିତିର ସମୀକ୍ଷା କରିଥିଲେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ।
ପାରିପାର୍ଶ୍ବିକ ସ୍ଥିତି ଯୋଗୁଁ ନିଆଁ ଲିଭୁନି ବୋଲି ସେ କହିଛନ୍ତି। ଭୁବନେଶ୍ବରର ଷ୍ଟ୍ରାଇକିଂ ଫୋର୍ସ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। କୌଣସି ପଟୁ ଭିତରକୁ ପ୍ରବେଶ କରିବାର ସୁବିଧା ନାହିଁ । ଘଟଣାରେ କେହି ଆହତ ହୋଇନଥିବା ଖୁସିର କଥା ବୋଲି ଅଗ୍ନିଶମ ଡିଜି କହିଛନ୍ତି।