ବୌଦ୍ଧ: ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରୁଛି l ସୂଚନା ମତେ ଆଜି ମନମୁଣ୍ଡା ଥାନା ଅଧିକାରୀ ଅଶ୍ୱନି କୁମାର ଭିତିରିଆ ରୁଗୁଡ଼ିଗୋରା ନିକଟରେ ଗଞ୍ଜେଇ ଚାଲାଣ ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଉକ୍ତ ଛକ ରେ ଏକ ଟିମ ଛକି ବସିଥିବା ବେଳେ ଆସୁଥିବା ଇନୋଭା କାରକୁ ଅଟକାଇ ଯାଞ୍ଚ୍ କରିବା ବେଳେ ଗାଡିରୁ ୨ କୁଇଣ୍ଟାଲ ୬୫ କେଜି ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ଓ କାର ଜବତ ସହ ମାଫିଆ କୁ କାବୁ କରିଥିଲା ପୋଲିସ। ଗଞ୍ଜେଇ ମାଫିଆ ମଧ୍ୟପ୍ରଦେଶ ର ହରିଶ ଜାତୱର ହୋଇଥିବା ବେଳେ କେଶ ନଂ ୧୩୩/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ମନମୁଣ୍ଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି l