ପଶ୍ଚିମରେ ଅପେକ୍ଷାକୃତ କମ୍ ଗରମ, ଉପକୂଳରେ ଗୁଳୁଗୁଳିରୁ ଆଶ୍ୱସ୍ତି | News Room Odisha

ପଶ୍ଚିମରେ ଅପେକ୍ଷାକୃତ କମ୍ ଗରମ, ଉପକୂଳରେ ଗୁଳୁଗୁଳିରୁ ଆଶ୍ୱସ୍ତି

ଭୁବନେଶ୍ୱର – ଆଜି ରାଜ୍ୟରେ ଅପେକ୍ଷାକୃତ କମ୍ ଗରମ ଅନୁଭୂତ ହୋଇଛି। ଏପରିକି ପଶ୍ଚିମ ଓଡ଼ିଶାରେ ମଧ୍ୟ ସୋମବାର ଅପେକ୍ଷା ଦିନ ତାପମାତ୍ରା କମ୍ ରହିଛି । ସମ୍ବଲପୁର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ହୀରାକୁଦରେ ୪୩.୭, ଝାରସୁଗୁଡାରେ ୪୩.୪, ସୁନ୍ଦରଗଡ଼ ଓ ଦେବଗଡ଼ରେ ୪୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୪. ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।