ଏନଏଲୟୁର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି, ସମ୍ବିଧାନର ସୁରକ୍ଷା ପାଇଁ କାମ କରିବାକୁ ଆହ୍ବାନ | News Room Odisha

ଏନଏଲୟୁର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି, ସମ୍ବିଧାନର ସୁରକ୍ଷା ପାଇଁ କାମ କରିବାକୁ ଆହ୍ବାନ

କଟକ – ସତ୍ୟରୁ ଧର୍ମ ସଂସ୍ଥାପନ ହୁଏ । ଧର୍ମର ହିଁ ସର୍ବଦା ଜୟ ହୋଇଥାଏ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ନିଜର ଅଭିଭାଷଣ ରେ ଏହା କହିଛନ୍ତି ରାଷ୍ଟ୍ରପତି ।ଭାରତୀୟ ପରମ୍ପରାରେ ‘ଧର୍ମସଭା’ର ବର୍ଣ୍ଣନା ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି। ଭାରତୀୟ ସମ୍ବିଧାନର ସୁରକ୍ଷା ପାଇଁ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଆଇନ ଉଚ୍ଚଶିକ୍ଷାରେ ଛାତ୍ରୀଙ୍କ ସଂଖ୍ୟା ଛାତ୍ରଙ୍କଠୁ ଅଧିକ । ଗରିବ ଓ ତଳଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି। ବୃତ୍ତିଗତ ଜୀବନର କିଛି ସମୟ ଅବହେଳିତଙ୍କ ପାଇଁ ଦିଅନ୍ତୁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ୨୦୪୭ ବେଳକୁ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରୁ ଜାତୀୟ ନେତାଙ୍କୁ ଦେଖିବାକୁ ସେ ଆଶା କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି।