ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୪୩ ୟୁନିଟ ରକ୍ତ ସଂଗୃହୀତ | News Room Odisha

ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୪୩ ୟୁନିଟ ରକ୍ତ ସଂଗୃହୀତ

ସମ୍ବଲପୁର : ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଜନତା ଦଳ ହୀରାକୁଦ କାର୍ଯ୍ୟାଳୟ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ_ଶିବିର ରେ ହିଣ୍ଡାଲକୋ ସି.ଏସ.ଆର ପ୍ରବନ୍ଧକ ସୁକାନ୍ତ ମହାପାତ୍ର ଏହି ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ଓ ବିଘ୍ନେଶ୍ୱର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ସହ ସମ୍ବଲପୁର ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜିକା କବିତା ପୁରୋହିତ,ସମ୍ବଲପୁର ଜିଲ୍ଲା ବିଜେଡି ସମ୍ପାଦକ ଦିଲୀପ ଦାଶ,ସମ୍ବଲପୁର ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରଚିନ୍ଦ୍ର କୁଅଁର,ମହିଳା ନେତ୍ରୀ ସବିତା ପଣ୍ଡା,ମହିଳା ବିଜେଡି ରାଜ୍ୟ ସମ୍ପାଦିକା ମିତାଲି ସାହୁ,ମହିଳା ବିଜେଡି ଜିଲ୍ଲା ଉପସଭାନେତ୍ରୀ ସୁବର୍ଣ୍ଣ ନାୟକ, ଯୁବ ବିଜେଡି ଜିଲ୍ଲା ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର,ବରିଷ୍ଠ କୃଷକ ନେତା ସୀତାକାନ୍ତ ପଣ୍ଡା,ଇଂ.ନିଶିଥ ଆକାଶ, ଶାସ୍ତ୍ରୀ ଗୌଡ଼, ଜୟନାରାୟଣ ନାଗ, ମଞ୍ଜୁ ଓରାମ, ରାଜେନ୍ଦ୍ର ଦାଶ, ଆଲୋକ ତ୍ରିପାଠୀ, ପ୍ରତାପ ତାଣ୍ଡି, ପ୍ରଦୀପ ପଣ୍ଡା, ପ୍ରମୋଦ ଖଣ୍ଡୁଆଲ, ବୀଣାପାଣି ଦାଶ,ପ୍ରତିମା ସାହୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିର ରୁ ସର୍ବମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।