ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅବକାରୀ ଏଏସଆଇଙ୍କ ଘରେ ପଶିଲା ଭିଜିଲାନ୍ସ | News Room Odisha

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅବକାରୀ ଏଏସଆଇଙ୍କ ଘରେ ପଶିଲା ଭିଜିଲାନ୍ସ

ଖୋର୍ଦ୍ଧା – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ବାଲୁଗାଁ ଅବକାରୀ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।

ଖୋର୍ଦ୍ଧା ବାଲୁଗାଁର ଅବକାରୀ ଏଏସ ଆଇ ସୁଦୀପ୍ତ ଦାଶଙ୍କ ଅଫିସ ସମେତ ୩ଟି ଘରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ। ଚଢ଼ାଉରେ ୪ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ହୋଇଛି । ନୟାଗଡ଼ର ଭଡ଼ା ଘର ଓ ନିଜ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ। ବାଲୁଗାଁରେ ଥିବା ଭଡ଼ା ଘର ଓ ଅଫିସରେ ମଧ୍ୟ ଚଢ଼ାଉ ଜାରି ରହିଛି।