ବରଗଡ଼ – ଘର ମୁଖିଆଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ମାନସିକ ଅବସାଦରେ ରହି ବିଷ ପିଇ ଦେଇଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ମଧ୍ୟ ମୃତ୍ୟୁ ହୋଇଛି। ନିଶ୍ଚିହ୍ନ ହୋଇଯାଇଛି ସାରା ପରିବାର। ଜଣଙ୍କ ପରେ ଜଣେ ସଦସ୍ୟ ଆଗପଛ ହୋଇ ଆଖି ବୁଜିଛନ୍ତି। ଗତକାଲି ଭାଇଭଉଣୀ ଓ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମା’ ଆଖି ବୁଜିଛନ୍ତି ।ବାପାଙ୍କ ମୃତ୍ୟୁ ପରେ ପରିବାର ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ।
ସ୍ବର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି ସାହୁ, ପୁଅ ବଂଶୀଧର ଓ ଝିଅ ସୁବର୍ଣ୍ଣ ଗତକାଲି ଘର କବାଟ ବନ୍ଦ କରି କୀଟନାଶକ ପିଇ ଶୋଇପଡ଼ିଥିଲେ। କୌଣସି ସୂତ୍ରରୁ ପଡ଼ୋଶୀମାନେ ଖବର ପାଇ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘରେ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଗତ ୬ ତାରିଖରେ ଘର ମୁଖିଆ ଅର୍ଜୁନ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଥିଲା। ଏହା ପରେ ମାନସିକ ଚାପଗ୍ରସ୍ତ ଥିଲେ ପୁରା ପରିବାର ।