ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ବିଦା | News Room Odisha

ବିଜେଡି ଉପସଭାପତି ପଦରୁ ସୌମ୍ୟରଞ୍ଜନ ବିଦା

ଭୁବନେଶ୍ୱର – ନିଜ ଖବରକାଗଜ ସମ୍ପାଦକୀୟରେ ବିଜେଡି ସରକାରକୁ ବିଭିନ୍ନ ସମୟରେ ସମାଲୋଚନା କରି ଆସୁଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ଉପସଭାପତି ପଦରୁ ସୌମ୍ୟରଞ୍ଜନଙ୍କୁ ହଟାଇ ଦିଆଯାଇଛି। ତୁରନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି।