ମିଳିଲା ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ | News Room Odisha

ମିଳିଲା ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ, ପଥରରେ ଛେଚି ହତ୍ୟା ସନ୍ଦେହ

ରାଉରକେଲା – ସ୍କୁଲ ଛାତ୍ରଙ୍କୁ ହତ୍ୟା । ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ୍‌ କଚରା ପୁଲିଆ ନିକଟରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ରୁଦ୍ର ପାଢ଼ୀ ବୋଲି ଜଣାପଡିଛି। ସେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ନବମ ଶ୍ରେଣୀ ଛାତ୍ର ଥିଲେ।

ଆଜି ସକାଳେ ଛାତ୍ରଙ୍କ ମୃତଦେହ କଚରା ପୁଲିଆ ନିକଟରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। କିଏ ଓ କାହିଁକି ନାବାଳକଙ୍କୁ ହତ୍ୟା କଲା ଜଣାପଡ଼ି ନାହିଁ। ଛାତ୍ରଙ୍କ ମୁଣ୍ଡକୁ ପଥରରେ ଛେଚା ଯାଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।