ଭୁବନେଶ୍ୱର – ସୁପ୍ରିମକୋର୍ଟରେ ଭାରତର ପ୍ରଥମ ମହିଳା ବିଚାରପତି ଓ ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱର୍ଗତ ଫାତିମା ବିବି ଦେଶରେ ମହିଳା ସଶକ୍ତିକରଣର ଜଣେ ଆଇକନ୍ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଫାତିମା ବିବିଙ୍କ ଏକ ଗୌରବମୟ ଲିଗାଲ କ୍ୟାରିୟର ଥିଲା ବୋଲି କହିଥାନ୍ତି ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସେ ସମବେଦନା ଜଣାଇଛନ୍ତି।