ନନ୍ଦନକାନନରେ କମିଲା ଆନାକୋଣ୍ଡା ସଂଖ୍ୟା, ଜଣକର ମୃତ୍ୟୁ  | News Room Odisha

ନନ୍ଦନକାନନରେ କମିଲା ଆନାକୋଣ୍ଡା ସଂଖ୍ୟା, ଜଣକର ମୃତ୍ୟୁ 

ଭୁବନେଶ୍ୱର – ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୧୦ଟି ଆନାକୋଣ୍ଡା ସାପ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଛି । କିଛି ଦିନ ହେବ ଆନାକୋଣ୍ଡାଟି ଅସୁସ୍ଥ ହୋଇ ପଡ଼ିଥିଲା। ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ। ଗତକାଲିଠୁ ଆନାକୋଣ୍ଡାଟି ଖାଦ୍ୟ ଗ୍ରହଣ କରୁ ନଥିଲା। ଏହାସହ ବୁଲାବୁଲି କରି ନପାରି ଗୋଟିଏ ସ୍ଥାନରେ ପଡି ରହିଥିଲା। ଆଜି ସକାଳେ ତାହାର ମୃତ୍ୟୁ ହୋଇଛି।

୨୦୧୯ ଅକ୍ଟୋବର ୧୯ ତାରିଖରେ ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ଉପହାରରେ ୮ଟି ହଳଦିଆ ରଙ୍ଗର ଆନାକୋଣ୍ଡା ନନ୍ଦନକାନନକୁ ଆସିଥିଲା। ମୃତ ଆନାକୋଣ୍ଡାଟି ୮ଟି ମଧ୍ୟରୁ ଅନ୍ୟତମ।