ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ | News Room Odisha

ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳି ପାରିନାହିଁ। ହୋଟେଲ ସି-ସାଇଡ୍ ବ୍ରିଜ୍ ପଛ ପଟ ସମୁଦ୍ରରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କିଛି ପର୍ଯ୍ୟଟକ ଦେଖିଥିଲେ। କିଛି ସମୟ ପରେ ଭାସିଯାଇଥିବା ଯୁବକଙ୍କ ମରଶରୀରଟି କୂଳରେ ଲାଗିଥିଲା। ଗୋପାଳପୁର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ନମ୍ବର ୩୦/୨୦୨୩ ରୁଜୁ କରି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି। ଯୁବକ ଜଣକ କେହି କଲେଜ ଛାତ୍ର ବୋଲି ଜଣାପଡୁଛନ୍ତି।