ସମ୍ବଲପୁର – ହୀରାକୁଦ ନଦୀବନ୍ଧରେ ଆଜିଠୁ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଗଣନା ଅପରାହ୍ନ ୫ଟା ଯାଏଁ ଚାଲିବ । ଏଥିପାଇଁ ହୀରାକୁଦ ଡ୍ୟାମର ୫ ଶହ ବର୍ଗ କିଲୋମିଟର ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି । ମୋଟ ୩୨ଟି ଟିମ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡାର ବନ ବିଭାଗ ମଧ୍ୟ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ସୂଚନା ଦେଇଛନ୍ତି ।