ଗ୍ରୀଷ୍ମ ପ୍ରକୋପ : ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ, ବାରିପଦା ଉତ୍ତପ୍ତ ସହର | News Room Odisha

ଗ୍ରୀଷ୍ମ ପ୍ରକୋପ : ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ, ବାରିପଦା ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ । ଆଜି ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ୧୦ଟି ସହରରେ ପାରଦ ୪୧ ବା ଅଧିକ ରେକର୍ଡ କରାଯାଇଛି। ଆଜି ବାରିପଦା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର,ଚାନ୍ଦବାଲି ଓ ନୂଆପଡାରେ ଆଜି ତାପମାତ୍ରା ଥିଲା ୪୧ ଦଶମିକ ୨ ଡିଗ୍ରୀ ସେଲସିୟସ । ମାଲକାନଗିରିରେ ୪୧ ଦଶମିକ ୧, ବୈ।ଦ୍ଧ, ଟିଟିଲାଗଡ଼, ଝାରସୁଗୁଡ଼ା, ଜଗତସିଂହପୁର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ।