Odiaଲକ୍ଷ୍ମଣ ବାଗଙ୍କୁ ନବୀନ – ‘ଓଃ ୟୁ ଡିଫିଟେଡ୍ ମି’
ଭୁବନେଶ୍ୱର – ନବଗଠିତ ବିଧାନସଭାର ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଗୃହରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ହିଞ୍ଜିଳିରୁ ଲଗାତର ଷଷ୍ଠ ଥର ଭାବେ ବିଧାୟକ ନିର୍ବାଚିତ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଶପଥ ନେଇଥିଲେ । ଶପଥ ନେବା ପରେ ସେ ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇ ଚାଲିଯାଉଥିବା ବେଳେ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା [...]
Odiaନେଦରଲ୍ୟାଣ୍ଡସରେ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ, ନାଦିଆଙ୍କୁ କଲେ ଜୀବନସାଥୀ
ଆମଷ୍ଟରଡାମ – ବିବାହ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ନେଦରଲ୍ୟାଣ୍ଡସରେ ବିବାହ କରିଛନ୍ତି ଅରୁଣ । ନାଦିଆଙ୍କୁ କରିଛନ୍ତି ଜୀବନସାଥୀ। ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଓ ବିଜୁ ପଟ୍ଟନାୟକଙ୍କ ନାତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ବିବାହର ଫଟୋ ଓ [...]
Odiaଡିପଥେରିଆ ମୁକାବିଲା ପାଇଁ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ୍ ଟିକା
ଭୁବନେଶ୍ୱର – ବ୍ୟାପୁଥିବା ଡିପଥେରିଆ ସଂକ୍ରମଣର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କାଲିଠାରୁ ପ୍ରଭାବିତ ଅଞ୍ଚଳରେ ବୁଷ୍ଟର ଡୋଜ୍ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। କାଶୀପୁରରେ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ ଟିକା । ୧ ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍ । ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। [...]
Odiaଟି-୨୦ ବିଶ୍ୱକପ୍: ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍, ଆଫଗାନିସ୍ତାନକୁ ୧୦୪ ରନରେ ହରାଇଲା ୱେଷ୍ଟଇଣ୍ଡିଜ୍
ଗ୍ରୋସ୍ ଆଇଲେଟ୍ (ସେଣ୍ଟ୍ ଲୁସିଆ): ନିକୋଲାସ୍ ପୁରାନଙ୍କ ବିସ୍ଫୋରକ ଇନିଂସ୍ ବଳରେ ଟି-୨୦ ବିଶ୍ୱକପ୍ର ଅନ୍ତିମ ଗ୍ରୁପ୍ ସି ମ୍ୟାଚ୍ରେ ମଙ୍ଗଳବାର ୱେଷ୍ଟଇଣ୍ଡିଜ୍ ଆଫଗାନିସ୍ତାନକୁ ୧୦୪ ରନରେ ମାତ୍ ଦେଇଛି। ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ପୂର୍ବରୁ ସୁପର-୮ରେ ନିଜ ସ୍ଥାନ ନିଶ୍ଚିତ କରିସାରିଥିବା ବେଳେ ଏହି ମ୍ୟାଚ୍ ଗ୍ରୁପ୍ ଟପ୍ପର ହେବା ପାଇଁ ଉଭୟ ଦଳ ମଧ୍ୟରେ ମୁକାବିଲା ଥିଲା। ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । [...]
Odiaନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଆରମ୍ଭ
ଭୁବନେଶ୍ୱର – ନବନିର୍ବାଚିତ ବିଧାନସଭାର ବିଧାୟକମାନଙ୍କ ଶପଥ ଗ୍ରହଣ ଆଜି ଆରମ୍ଭ ହୋଇଛି । ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାଲି ବି ଜାରି ରହିବ । ଆଜି ବିଧାନସଭାରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନୂଆ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଭାବେ ଶପଥ ନେଇଥିଲେ। ପର୍ଯ୍ୟାୟକ୍ରମେ ଅନ୍ୟ ବିଧାୟକ ମାନେ ଶପଥ ନେଇଛନ୍ତି । ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଜେଡି ସଭାପତି ନବୀନ [...]
ମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
ଆଜି ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ

Odiaଆଜି ନିର୍ଜଳା ଏକାଦଶୀ ବା ଭୀମସେନ ଏକାଦଶୀ, ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ
ନିର୍ଜଳା ଏକାଦଶୀ ବା ଭୀମସେନୀ ଏକାଦଶୀ । ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ଅନ୍ୟ ଏକାଦଶୀରେ ବ୍ରତୀମାନେ ଫଳାହାର କରିଥାନ୍ତି । କିନ୍ତୁ ଏହି ଏକାଦଶୀରେ କୌଣସି ଖାଦ୍ୟ କିମ୍ବା ଜଳ ମଧ୍ୟ ଗ୍ରହଣ କରାଯାଏ ନାହିଁ । ବିଶ୍ୱାସ କରାଯାଏ ଏହି ଏକାଦଶୀ ପାଳନ କଲେ ବ୍ରତୀକୁ ଆୟୁ, ନିରୋଗ ଏବଂ ମୃତ୍ୟୁପରେ ସ୍ୱର୍ଗପ୍ରାପ୍ତି ହୋଇଥାଏ । ପୌରାଣିକ କଥାବସ୍ତୁରୁ ଜଣାଯାଏ ଏହି ଏକାଦଶୀରେ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଏକ ଜନମ କର କାରନ ଏହା । ଜେହି ଲଗି ରାମ ଧରୀ ନରଦେହା ॥ ପ୍ରତି ଅବତାର କଥା ପ୍ରଭୁ କେରୀ । ସୁନୁ ମୁନି ବରନୀ କବିହ୍ନ ଧନେରୀ ॥ ଭାବାର୍ଥ :- ଏହା ଗୋଟିଏ ଜନ୍ମର କଥା ଥିଲା ଯେଉଁଠି ଭଗବାନ ଶ୍ରୀରାମ ମନୁଷ୍ୟ ଦେହ ଧାରଣ କରିଥିଲେ । ହେ ମହାମୁନି ଭରଦ୍ବାଜ ! ଶୁଣ, ଭଗବାନଙ୍କର ପ୍ରତ୍ୟେକ ଅବତାର ର କଥାକୁ କବିତା ଆକାରରେ [...]
Odiaଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗରେ କହୁଛନ୍ତି ….
ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ ।। ୪୦ ।। ଅର୍ଥାତ: ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ । ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ [...]
Odiaରାହୁଲ ଗାନ୍ଧୀ ରାଏବରେଲି ଆସନ ରଖିଲେ, ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏବରେଲି ଆସନ ରଖିଛନ୍ତି । ସେ କେରଳର ୱାୟାନାଡ ଆସନରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ସୂଚନା ଦେଇଛନ୍ତି। ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ରାହୁଲ ଗାନ୍ଧୀ ଦୁଇଟି ଆସନରୁ ନିର୍ବାଚିତ ହୋଇଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେ [...]
