Odiaବିଜେପି ସରକାରର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଅର୍ଥ ଓ ଗୃହ ମନ୍ତ୍ରାଳୟ ରଖିଲେ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନଙ୍କୁ କୃଷି, ପ୍ରଭାତୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
ଭୁବନେଶ୍ୱର – ରାଜ୍ୟରେ ନୂଆ ବିଜେପି ସରକାର ଶପଥ ନେବାର ଦୁଇ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ହାତରେ ଗୃହ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପଦ, ଯୋଜନା ଓ ସଂଯୋଜନ ମନ୍ତ୍ରାଳୟ ରଖିଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରାଳୟ ମିଳିଛି। ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ମହିଳା [...]
Odiaମୁଖ୍ୟମନ୍ତ୍ରୀଙ୍କ ସହ ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଆଲୋଚନା
ଭୁବନେଶ୍ୱର – ରାଜ୍ୟ ଅତିଥି ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଏବଂ ଭଲ ବ୍ୟବହାର କରିବାକୁ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ଅବସରରେ ଆସନ୍ତାମାସ ପହିଲାରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନିଟି [...]
Odiaକୁଏତ ଅଗ୍ନିକାଣ୍ଡରେ ମୃତ ଦୁଇ ଓଡିଆଙ୍କ ସମ୍ପର୍କୀୟଙ୍କୁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କୁଏତ ଅଗ୍ନିକାଣ୍ଡରେ କଟକ ଜିଲ୍ଲା ଆଠଗଡ଼ ତିଗିରିଆର ମହମ୍ମଦ ଜହୁର ଓ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରଣଝାଲିର ସନ୍ତୋଷ ଗୈ।ଡ ପ୍ରାଣ ହରାଇଛନ୍ତି।
Odiaଓଡ଼ିଶା ଆସିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତଦେହ
ଭୁବନେଶ୍ବର – କୁଏତର ଏକ ଆପାର୍ଟମେଣ୍ଟରେ ଗତ ବୁଧବାର ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତଦେହ ଆଜି ଓଡ଼ିଶା ପହଞ୍ଚିଛି । ମହମ୍ମଦ ଜହୁର ଏବଂ ସନ୍ତୋଷ ଗୌଡଙ୍କ ମୃତଦେହ ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିଲା ସେଠାରେ ଉପସ୍ଥିତ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ସେଠାରେ ଉପସ୍ଥିତ ରହି ଶେଷ [...]
Odiaଟି-୨୦ ବିଶ୍ୱକପ: ନେପାଳଠୁ ହାରୁ ହାରୁ ଜିତିଲା ଦକ୍ଷିଣ ଆଫ୍ରିକା
କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ଗ୍ରୁପ୍ ଡି’ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେପାଳକୁ ୧ ରନରେ ହରାଇଛି । ଶେଷ ଓଭରରେ ଜିତିବା ପାଇଁ ନେପାଳକୁ ୮ ରନ୍ ଦରକାର ହେଉଥିଲା । ହେଲେ ନେପାଳ ଏହି ଓଭରରେ ମାତ୍ର ୬ ରନ୍ ଉଠାଇ ଦକ୍ଷିଣ ଆଫ୍ରିକାକୁ ହରାଇବା ସୁଯୋଗ ହାତଛଡ଼ା କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଓଟନିଲ ବାର୍ଟମ୍ୟାନ୍ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରରେ ପ୍ରଥମ ୫ ବଲରେ ଷ୍ଟ୍ରାଇକ୍ ନେଇଥିବା ନେପାଳ [...]
Odiaମୋୖସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ, ୧୭ ଓ ୧୮ରେ ବର୍ଷା ସମ୍ଭାବନା
ଭୁବନେଶ୍ବର – ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୧୭ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଥିବାରୁ ଆଗକୁ ସାରା ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଶୁକ୍ରବାର ବାରିପଦାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୩.୮ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଆସନ୍ତା [...]
Odiaହଟିଲା କଟକଣା, ପୁଣି ମାଛଧରା ଆରମ୍ଭ
ପାରାଦୀପ – ଦୁଇମାସର କଟକଣା ଶେଷ ହେଲା ପରେ ଆଜି ନଦୀ, ସମୁଦ୍ର ମୁହାଣରୁ ମାଛଧରା ଆରମ୍ଭ ହୋଇଛି । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରାଯାଇପାରିବ ବୋଲି [...]
Odiaଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ
ପୁରୀ – ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଉପରେ ମୋହର ଲାଗିଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଦତ୍ତ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଚୂଡାନ୍ତ ହୋଇଥିବା ନିତୀକାନ୍ତି ନିର୍ଘଣ୍ଟ ଅନୁସାରେ ଜୁନ ୨୨ ଭୋର ସାଢେ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ମଧ୍ୟରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା [...]
Odiaଟି-୨୦ ବିଶ୍ୱକପ୍ରୁ ପାକିସ୍ତାନ ବିଦା, ପଦାର୍ପଣରେ ଆମେରିକା ସୁପର ୮କୁ ଉନ୍ନୀତ
ଫୋର୍ଟ ଲାଉଡରହିଲ (ଫ୍ଲୋରିଡା): ବର୍ଷା ଯୋଗୁଁ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ପ୍ରଥମ ଥର ଟି-୨୦ ବିଶ୍ୱକପ ଖେଳୁଥିବା ଆମେରିକା ସୁପର-୮କୁ ଉନ୍ନୀତ ହୋଇଛି। ଆୟର୍ଲାଣ୍ଡ-ଆମେରିକା ମ୍ୟାଚ୍ ବାତିଲ ହେବା ଯୋଗୁଁ ପୂର୍ବତନ ଚାମ୍ପିୟନ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଆମେରିକା ଏହାର ପ୍ରଥମ ଦୁଇଟି ମ୍ୟାଚରେ ପଡ଼ୋଶୀ କାନାଡ଼ା ଏବଂ ଶକ୍ତିଶାଳୀ ପାକିସ୍ତାନକୁ ହରାଇଥିଲା । ଦଳ ତୃତୀୟ ମ୍ୟାଚରେ ଭାରତ ଠାରୁ ହାରି ଯାଇଥିଲା । କିନ୍ତୁ ଗ୍ରୁପ୍ ଏ’ରେ [...]
Odiaରାଜ୍ୟ ସଂଗ୍ରହାଳୟରେ ରାଜ୍ୟସ୍ତରୀୟ ରଜ ମହୋତ୍ସବ, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ରାଜ୍ୟ ସଂଗ୍ରହାଳୟରେ ହଜାର ହଜାର ପୁଅ, ଝିଅ ଓ ଦର୍ଶକମାନଙ୍କ ଭିଡ। ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟରେ ଭରି ଉଠୁଥିଲା ସଂଗ୍ରହାଳୟ ପରିସର। ଏହି ସମୟରେ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହୁଳହୁଳି, କରତାଳି ଓ ପାରମ୍ପରିକ ନୃତ୍ୟବାଦ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଯାଇଥିଲେ ସାଧାରଣ ଜନତା । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ରଜ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମାଝୀ ଯୋଗଦେଇ ସାଧାରଣ ଲୋକଙ୍କ ସହିତ [...]
