ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ | News Room Odisha

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ – ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଆଜି ସକାଳୁ ସିବିଆଇ ଟିମ୍‌ ଚଢ଼ାଉ କରିଛି । ଦିଲ୍ଲୀ ଅବକାରୀ ନୀତି ଅନିୟମିତା ଅଭିଯୋଗ ସଂକ୍ରାନ୍ତରେ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି।

ବାସଭବନରେ ଚଢ଼ାଉ ନେଇ ମନୀଷ ସିସୋଦିଆ ଟୁଇଟ କରିଛନ୍ତି ଯେ, “ସିବିଆଇ ଆସିଛି। ଆମେ ସତ୍ୟନିଷ୍ଠ, ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ଗଠନ କରୁଛୁ। ଦୁଃଖର ବିଷୟ ଏ ଦେଶରେ ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ଏମିତି ହଇରାଣ କରାଯାଏ। ସେହି କାରଣରୁ ଆମ ଦେଶ ଏଯାବତ୍‌ ନମ୍ବର ୧ ହୋଇ ପାରିନାହିଁ। ”

ଆମେ ‘ସିବିଆଇ’କୁ ସ୍ବାଗତ କରୁଛୁ ବୋଲି ସିସୋଦିଆ କହିଛନ୍ତି ।
ସିବିଆଇ ଚଢାଉ ସଂପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଚଢ଼ାଉ କରାଯାଇଛି, କିନ୍ତୁ କିଛି ମିଳିନାହିଁ। ଏଥର ବି କିଛି ମିଳିବ ନାହିଁ।