ରାଜ୍ୟରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୬ ମୃତ | News Room Odisha

ରାଜ୍ୟରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୬ ମୃତ

ଆସିକା – ଆଜି ରାଜ୍ୟରେ ଦୁଇ ପୃଥକ ପୃଥକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ଥାନା ଖଡ଼ଭାଗ ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ବସ୍ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ। ଘଟଣାସ୍ଥଳରେ ଆସିକା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପିକଅପ୍ ଭ୍ୟାନ କାଟି ମୃତଦେହ ଉଦ୍ଧାର କରିଥିଲେ। ବସଟି ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ପିକ୍ଅପ୍ ଭ୍ୟାନ ଆସୁଥିଲା ।

ସେପଟେ କୋରାପୁଟ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାର ବୋରିଗୁମ୍ମା ବିଜାପୁରରେ ଅଟୋ ଓ କାର୍ ମଧ୍ୟରେ ଧକ୍କା ହେବାରୁ ୩ ଜଣ ପ୍ରାଣ ହରାଇଛନ୍ତି ଓ ୧୩ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି।