ତାତିର ସଙ୍ଗୀନ ସ୍ଥିତି: ୪ଟି ସହରରେ ୪୪ ଛୁଇଁଲା ତାପମାତ୍ରା, ୪୪ .୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଆଜି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଅନୁଗୁଳ, ବୋୖଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ଦିନ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ୧୨ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବା ବେଳେ ୩୨ ସହରରେ ୪୦ କିମ୍ବା ଅଧିକ ରହିଛି। ୪୪ .୬ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଥିସହ ଆଜି ଅନୁଗୁଳ ଏସିଆର ଚତୁର୍ଥ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ [...]
Odiaଧର୍ମ ନାଁରେ ଭୋଟ୍ ମାଗିବା ଅଭିଯୋଗ, ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ଧର୍ମ ଆଧାରରେ ଭୋଟ୍ ମାଗିବା ଅଭିଯୋଗରେ କର୍ଣ୍ଣାଟକର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପ୍ରିଲ ୨୫ରେ ଜୟନଗର ଥାନାରେ ଏହି ମାମଲା ରୁଜୁ ହୋଇଛି। କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତିି, ‘ଏକ୍ସ’ ହ୍ୟାଣ୍ଡଲରେ ଏକ ଭିଡ଼ିଓ ପୋଷ୍ଟ କରି ଧର୍ମ ନାଁରେ ଭୋଟ୍ ମାଗିବା ଅଭିଯୋଗରେ ସାଂସଦ ତଥା ଦକ୍ଷିଣ ବେଙ୍ଗାଲୁରୁ ଆସନର ଲୋକସଭା ପ୍ରାର୍ଥୀ ତେଜସ୍ଵୀ ସୂର୍ଯ୍ୟଙ୍କ ବିରୋଧରେ [...]
Odiaବ୍ରିଜ ଭୂଷଣଙ୍କୁ ଝଟକା, ଯୌନ ନିର୍ଯାତନା ମାମଲାର ଅଧିକ ତଦନ୍ତ ପାଇଁ ଆବେଦନ ଖାରଜ
ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ବାରା ଦାଖଲ ଯୌନ ନିର୍ଯାତନା ମାମଲାର ଅଧିକ ତଦନ୍ତ ପାଇଁ ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ଘଟଣା ଦିନ ସେ ଭାରତରେ ନଥିଲେ ବୋଲି ବ୍ରିଜ ଭୂଷଣ ଦାବି କରିଥିଲେ। କୋର୍ଟ ଏବେ ମେ ୭ରେ ମୁଖ୍ୟ ମାମଲାରେ ଚାର୍ଜଫ୍ରେମ୍ ନେଇ ରାୟ ଶୁଣାଇ ପାରନ୍ତି । ଏହି ମାମଲାରେ ଚାର୍ଜଫ୍ରେମ୍ ହେବା ପୂର୍ବରୁ ବ୍ରିଜ [...]
‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍

Odia‘ନୋଟା’କୁ ଅଧିକ ଭୋଟ୍ ମିଳିଲେ ସାନି ମତଦାନ ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା, ନିର୍ବାଚନ କମିଶନଙ୍କୁ ନୋଟିସ୍
ନୂଆଦିଲ୍ଲୀ: ଇଭିଏମରେ ‘ନୋଟା’ ବିକଳ୍ପ ସମ୍ପର୍କରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ଅପେକ୍ଷା ‘ନୋଟା’କୁ ଅଧିକ ଭୋଟ୍ ମିଳେ ତେବେ ସେହି ଆସନରେ ସାନି ମତଦାନ କରିବାକୁ ଏହି ଆବେଦନରେ ଦାବି କରାଯାଇଛି । ସମାଜସେବୀ ତଥା ଲେଖକ ଶିବ ଖେରା ଏହି ଆବେଦନ କରିଛନ୍ତିି। ଯେଉଁ ପ୍ରାର୍ଥୀମାନେ ‘ନୋଟା’ ଠାରୁ କମ୍ ଭୋଟ୍ ପାଆନ୍ତି ସେମାନଙ୍କୁ ସମସ୍ତ ନିର୍ବାଚନରେ ୫ ବର୍ଷ [...]
Odiaଭାରତରେ ସେବା ବନ୍ଦ କରିବାକୁ ହ୍ବାଟସଆପର ଚେତାବନୀ
ନୂଆଦିଲ୍ଲୀ: ଭାରତରେ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ବାଟସଆପ୍। ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ଆବେଦନର ଶୁଣାଣି ବେଳେ ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ନୂଆ ଆଇଟି ନିୟମ ଅଧୀନରେ ଆମକୁ ମେସେଜ୍ ଗୁଡ଼ିକର ଏନକ୍ରିପସନ୍ କୋହଳ କରିବାକୁ ବାଧ୍ୟ କରାଯାଏ, ତେବେ ଆମେ ଭାରତରେ ସେବା ବନ୍ଦ କରିବୁ। ଏନକ୍ରିପସନ୍ କୋହଳ ହେଲେ ଏହାର ଗ୍ରାହକଙ୍କ ଗୋପନୀୟତା ଉଲ୍ଲଂଘନ ହେବ ବୋଲି ହ୍ବାଟସଆପ ପକ୍ଷରୁ ଯୁକ୍ତି କରାଯାଇଛି। ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ନୀତି [...]
ଗ୍ରୀଷ୍ମ ପ୍ରବାହ: ସାଢେ ୨ ସୁଦ୍ଧା ୭ ସହରର ତାପମାତ୍ରା ୪୦ ଉପରେ, ୪୩ .୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

Odiaଗ୍ରୀଷ୍ମ ପ୍ରବାହ: ସାଢେ ୨ ସୁଦ୍ଧା ୭ ସହରର ତାପମାତ୍ରା ୪୦ ଉପରେ, ୪୩ .୫ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରୁଛି । ପ୍ରଚଣ୍ଡ ଗରମରୁ ଲୋକଙ୍କୁ ନିସ୍ତାର ନାହିଁ। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ରାଜ୍ୟର ୭ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି। ୪୩ ଦଶମିକ ୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ସମ୍ବଲପୁର ଓ ହୀରାକୁଦରେ ୪୩ ଡିଗ୍ରୀ ସେଲସିୟସ, ରାଉରକେଲାରେ ୪୨, କେନ୍ଦୁଝରରେ ୪୧ .୮,ଚାନ୍ଦବାଲିରେ ୪୧.୬, ଭୁବନେଶ୍ୱରରେ [...]
Odiaନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
ଭୁବନେଶ୍ୱର – ଦକ୍ଷିଣ ଓଡ଼ିଶାରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳ ପାଇଁ ପ୍ରଚାର ଜାରି ରଖିଛନ୍ତି । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଛନ୍ତି ପାଣ୍ଡିଆନ । ଉମରକୋଟରେ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି ।ସେ କହିଛନ୍ତି ଯେ, ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି । ପେଣ୍ଡେରାଣୀ ମନ୍ଦିର କାମ ଶେଷ [...]
Odiaଇଭିଏମ୍-ଭିଭିପାଟ୍ ୧୦୦% ଯାଞ୍ଚ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କିନ୍ତୁ ଦେଲେ ଏହି ଦୁଇ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଦିଆଯାଉଥିବା ଭୋଟକୁ, ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପାଟ୍) ସ୍ଲିପ୍ ସହ ୧୦୦ ପ୍ରତିଶତ ମେଳ କରିବା ଦାବି କରି ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ କୋର୍ଟ ବାଲଟ୍ ପେପର ଜରିଆରେ ମତଦାନ ପାଇଁ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। ତେବେ ଇଭିଏମ୍-ଭିଭିପାଟ୍ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ଦୁଇଟି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ନିର୍ଦ୍ଦେଶ ହେଉଛି ସିମ୍ବଲ ଲୋଡିଂ ପ୍ରକ୍ରିୟା ଶେଷ ହେବା ପରେ, [...]
Odiaପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ଶେଷ, ଆଜି ଯାଞ୍ଚ
ଭୁବନେଶ୍ୱର – ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୪ଟି ଲୋକସଭା ଆସନ ପାଇଁ ୭୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୨୦ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କୋରାପୁଟ ଲୋକସଭା ଆସନରେ ୨୧ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବ୍ରହ୍ମପୁର ଲୋକସଭା ଆସନରେ ୨୪ ଜଣ ପ୍ରାର୍ଥୀ [...]
Odiaଜାମ୍ମୁ-କାଶ୍ମୀରର ସୋପୋରରେ ଏନକାଉଣ୍ଟର, ଟଳିଲେ ଦୁଇ ଆତଙ୍କବାଦୀ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ସୋପୋର ସ୍ଥିତ ନୌପରାରେ ଗୁରୁବାର ସନ୍ଧ୍ୟାରୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସଂଘର୍ଷରେ ଦୁଇଜଣ ଭାରତୀୟ ସେନା ଯବାନ ମଧ୍ୟ ଆହତ ହୋଇଛନ୍ତି। ଏନକାଉଣ୍ଟର ବେଳେ ଜଣେ ସାଧାରଣ ନାଗରିକଙ୍କ କାନ୍ଧରେ ବି ଗୁଳି ବାଜିଥିବା କୁହାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ସୋପୋର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ପରେ ଶ୍ରୀନଗର ପଠାଯାଇଥିଲା। [...]
