Odiaମମତା ପୁଣି ଆହତ, ହେଲିକପ୍ଟରରେ ଚଢ଼ିବା ବେଳେ ପଡ଼ିଗଲେ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର (ଏପ୍ରିଲ ୨୭) ହେଲିକପ୍ଟରରେ ଚଢ଼ିବା ବେଳେ ଝୁଣ୍ଟି ପଡ଼ି ଆହତ ହୋଇଛନ୍ତି। ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ଏହି ଦୁର୍ଘଟଣା ଘଟିଛି । ମମତା ପ୍ରଚାର କରିବାକୁ ଯାଇଥିଲେ। ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ମମତା ତାଙ୍କ କାରରୁ ଓହ୍ଲାଇ ହେଲିକପ୍ଟରରେ ଚଢୁଛନ୍ତି। ଏହି ସମୟରେ ହେଲିକପ୍ଟରର ଫାଟକ ନିକଟରେ ସେ ଝୁଣ୍ଟି ତଳେ ପଡ଼ିଯାଇଥିଲେ। ମମତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ । [...]
Odiaବିଜେଡିରେ ଯୋଗଦେଲେ ସୋରଡ଼ା ବିଜେପି ଉପସଭାପତି
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବିଜେପି ଗୋଟିଏ ପଟେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ନେତାଙ୍କୁ ନେଇ ଘାଣ୍ଟିଚକଟି ହେଉଛି ତ ଆରପଟେ ଜଣକ ପରେ ଜଣେ ନେତା ନିର୍ବାଚନ ପୂର୍ବରୁ ଦଳ ତ୍ୟାଗ କରିବା ପାର୍ଟି ପାଇଁ ଅଡ଼ୁଆ ବଢ଼ାଉଛି। ବିଜେପି ଦଳରେ ଅଣଦେଖା ଓ ପାର୍ଟିର ନୀତି ନିଷ୍ପତ୍ତିରେ ଅସନ୍ତୁଷ୍ଟ ନେତାଏ ଏବେ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣମୂଳକ ଯୋଜନା, ସ୍ବାଭିମାନୀ- ସଶକ୍ତ- ନବୀନ ଓଡ଼ିଶା ଗଠନର ସଂକଳ୍ପ ପ୍ରତି ଆକୃଷ୍ଟ ହେଉଛନ୍ତି। [...]
Odiaନୂଆପଡାରେ ବିଜେଡିର ନିର୍ବାଚନ ପ୍ରଚାର, ବରିଷ୍ଠ ନେତା ପାଣ୍ଡିଆନ ଦେଲେ ନବୀନ ସରକାରର ବିକାଶ କାର୍ଯ୍ୟର ହିସାବ
ଭୁବନେଶ୍ୱର -ନିର୍ବାଚନ ପାଇଁ ରାଜ୍ୟରେ ବିଭିନ୍ନ ଦଳର ପ୍ରଚାର ସରଗରମ ହେବାରେ ଲାଗିଛି । ପ୍ରଚାରରେ ବିଜେଡି ଅନ୍ୟ ଦଳଙ୍କ ଅପେକ୍ଷା ଟିକେ ଆଗରେ ରହିଥିବା ମନେ ହେଉଛି। ଆଜି ନୂଆପଡା ଗସ୍ତ କରି ବିଜେଡି ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନୂଆପଡାରେ ଏକ ଜନସଭାକୁ ସମ୍ବୋଧନ କରି ନବୀନ ସରକାରର ବିକାଶ କାର୍ଯ୍ୟର ହିସାବ ରଖିଛନ୍ତି ପାଣ୍ଡିଆନ । ନୂଆପଡ଼ାରେ ୪ ଲେନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି [...]
Odiaସାଢେ ୧୧ ବେଳକୁ ୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ଦାଉ ସାଧୁଛି ମୁଣ୍ଡଫଟା ଖରା ଓ ଗୁଳୁଗୁଳି । ଆଗକୁ ଆହୁରି କିଛି ଦିନ ଏଭଳି ପରିସ୍ଥିତି ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୧୧ଟା ବେଳକୁ ୫ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା । ୪୧. ୪ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସାଢେ ୧୧ ବେଳକୁ [...]
Odiaମଣିପୁର: ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଆକ୍ରମଣ, ଦୁଇ ସିଆରପିଏଫ୍ ଯବାନ ସହିଦ୍
ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ସୁରକ୍ଷା ବାହିନୀ କ୍ୟାମ୍ପ ଉପରେ ଉଗ୍ରବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଦୁଇଜଣ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ କହିଛି, କୁକି ଉଗ୍ରବାଦୀମାନେ ମୋଇରଙ୍ଗ ଥାନା ଅନ୍ତର୍ଗତ ନାରାନସେନା ଠାରେ ଥିବା ଆଇଆରବିଏନ୍ (ଇଣ୍ଡିଆନ୍ ରିଜର୍ଭ କର୍ପସ) କ୍ୟାମ୍ପ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଅତର୍କିତ ଆକ୍ରମଣ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ଉଗ୍ରବାଦୀମାନେ କ୍ୟାମ୍ପକୁ ଟାର୍ଗେଟ [...]
Odiaଟି-୨୦ କ୍ରିକେଟରେ ସର୍ବୋଚ୍ଚ ରନ୍ ଚେଜ୍ ସହ ପଞ୍ଜାବ କିଙ୍ଗ୍ସର ବିଶ୍ବ ରେକର୍ଡ
କୋଲକାତା: ଜନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ କିଙ୍ଗ୍ସ ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ବିଜୟ ଲକ୍ଷ୍ୟର ସଫଳ ପିଛା କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ହାଇସ୍କୋରିଂ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦେଇଥିବା ୨୬୨ ରନର ଟାର୍ଗେଟକୁ ମାତ୍ର ୨ ଓ୍ବିକେଟ୍ ହରାଇ ଓ ୮ଟି ବଲ୍ ବାକିଥାଇ ହାସଲ କରିଦେଇଥିଲା ପଞ୍ଜାବ କିଙ୍ଗ୍ସ। ଟି-୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସର୍ବୋଚ୍ଚ ରନ୍ [...]
Odiaଟ୍ରକ ଧକ୍କାରେ ୩ ବାଇକ୍ ଆରୋହୀ ମୃତ
ଅନୁଗୁଳ – ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ନମ୍ବର ୫୫ ପଞ୍ଚମହଲା ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରକ ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ଅନୁଗୁଳ ଜିଲ୍ଲା ଡେରଜାଙ୍ଗ ଗାଁର ବୋଲି ସୂଚନା ମିଳିଛି। ୩ ବାଇକ୍ ଆରୋହୀ ଆଜି ସକାଳେ ବାଇକରେ ନିଜ ଗାଁରୁ ଅନୁଗୁଳ ଅଭିମୁଖେ ଆସୁଥିଲେ। ପଞ୍ଚମହଲା ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ଟି ବାଇକ୍କୁ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
Odiaଗୀତା ଉପଦେଶ: ଯେଉଁ ବ୍ୟକ୍ତି ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତି ହୋଇଯାଏ ସିଏ କେଉଁଥିରେ ମଧ୍ୟ ବିଚଳିତ ହୋଇନଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଯଂ ଲବଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ। ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ। ଅର୍ଥାତ୍: ଏହି ଅବସ୍ଥାକୁ ପ୍ରାପ୍ତ କରି, ବ୍ୟକ୍ତି ଅନ୍ୟ କୌଣସି ପ୍ରାପ୍ତବ୍ୟକୁ ତାହାଠାରୁ ଶ୍ରେଷ୍ଠ ମନେ କରେ ନାହିଁ ଏବଂ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ବିଚଳିତ ହୁଏ ନାହିଁ।
Odiaଦ୍ୱିତୀୟ ପର୍ଯ୍ୟାୟରେ ୬୧ ପ୍ରତିଶତ ମତଦାନ
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଶୁକ୍ରବାର ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ୍ ପଡ଼ିଥିଲା। ତେବେ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ପ୍ରତିଶତ ଆହୁରି କମ୍ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ମାତ୍ର ୬୦.୯୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୨୦୧୯ରେ ଏହି ୮୮ ଆସନରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ [...]
