Odiaପୁନମ୍ ମହାଜନଙ୍କ ଟିକେଟ୍ କଟିଲା, ମୁମ୍ବାଇ ଉତ୍ତର-ମଧ୍ୟ ଆସନରୁ ଓକିଲ ଉଜ୍ବଳ ନିକମ ହେଲେ ବିଜେପି ପ୍ରାର୍ଥୀ
ମୁମ୍ବାଇ: ବିଜେପି ମୁମ୍ବାଇ ଉତ୍ତର-ମଧ୍ୟ ଲୋକସଭା ଆସନରୁ ସାଂସଦ ପୁନମ୍ ମହାଜନଙ୍କ ଟିକେଟ୍ କାଟିଛି । ପୁନମଙ୍କ ସ୍ଥାନରେ ଦଳ ଶନିବାର ଜଣାଶୁଣା ଓକିଲ ଉଜ୍ବଳ ଦେବରାଓ ନିକମଙ୍କୁ ପ୍ରାର୍ଥୀ କରିଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ନିକାମ ସରକାରୀ ଓକିଲ ଥିଲେ। ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ଏବଂ ୨୬/୧୧ ଆକ୍ରମଣ ପରେ ଧରାପଡ଼ିଥିବା ଆତଙ୍କବାଦୀ ଅଜମଲ କସାବ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଉଜ୍ବଳ ନିକମ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ଦାୟିତ୍ଵ ତୁଲାଇଛନ୍ତି। [...]
Odiaପୁଣି ଏକ ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ବାଜିମାତ୍, ୧୦ ରନରେ ହାରିଲା ମୁମ୍ବାଇ
ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ପୁଣି ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଛି। ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ମୁମ୍ବାଇ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୭ ରନ୍ କରିଥିଲା। ମୁମ୍ବାଇ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା । କିନ୍ତୁ ଦଳ [...]
ଗ୍ରୀଷ୍ମ ପ୍ରକୋପ : ତିନି ସହରରେ ୪୪ ଡିଗ୍ରୀ ଡେଇଁଲା ପାରଦ, ୪୩ ଡିଗ୍ରୀ ଉପରେ ୧୪ ସହର, ଅନୁଗୁଳ ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ଯନ୍ତ୍ରଣାରେ ଛଟପଟ ରାଜ୍ୟବାସୀ । ପ୍ରଚଣ୍ଡ ତାତି ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି । ଆଜି ତିନିଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ୧୪ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି । ଆଜି ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୪ ଦଶମିକ ୭ ଡିଗ୍ରୀ ସେଲସିୟସ ରହିଛି। ୪୪.୬ ଡିଗ୍ରୀ ସହ ଭୁବନେଶ୍ବର ହୋଇଛି [...]
Odiaତିନିଟି ଆସନରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତିନିଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି। ଭୋଗରାଇରୁ ଗୈ।ତମ ବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁ ଓ ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ନିର୍ବାଚନ ଲଢ଼ିବେ।
Odiaବିଧାନସଭା ନିର୍ବାଚନ ପାଇଁ ଆଉ ୮ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ଆଉ ଏକ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଏହି ତାଲିକାରେ ୮ ଜଣ ପ୍ରାର୍ଥୀଙ୍କ ନାଁ ରହିଛି । ଘୋଷିତ ତାଲିକା ଅନୁସାରେ ତେଲକୋଇ ବିଧାନସଭା ଆସନରୁ ଡକ୍ଟର ଫକୀର ମୋହନ ନାଏକ ପ୍ରାର୍ଥୀ ହେବେ । ଚମ୍ପୁଆରୁ ଲଢ଼ିବେ ମୁରଲୀ ମନୋହର ଶର୍ମା। ବସ୍ତାରୁ ରବୀନ୍ଦ୍ର ଆଣ୍ଡିଆ, ବାସୁଦେବପୁରରୁ ବାଣୀ କଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରୟ, କେନ୍ଦ୍ରାପଡାରୁ ଗୀତାଞ୍ଜଳି ସେଠୀ [...]
Odiaନୂଆପଡା, ଧର୍ମଗଡ ଓ ଜୁନାଗଡରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ନିର୍ବାଚନ ପ୍ରଚାର
ଭୁବନେଶ୍ୱର -ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି । ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଖଡିଆଳ ରୋଡରୁ ନୂଆପଡା [...]
Odia‘ତାରକ ମେହେଟ୍ଟା କା ଓଲଟା ଚଷମା’ ଅଭିନେତା ଗୁରୁଚରଣ ସିଂହ ନିଖୋଜ
ନୂଆଦିଲ୍ଲୀ: ଟିଭି ଧାରାବାହିକ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ରୋଶନ ସିଂହ ସୋଧି ଚରିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତା ଗୁରୁଚରଣ ସିଂହ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୫୦ ବର୍ଷୀୟ ଏହି ଅଭିନେତାଙ୍କ ବାପା ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଗୁରୁଚରଣ ୨୨ ଏପ୍ରିଲରେ ସକାଳ ୮.୩୦ରେ ମୁମ୍ବାଇ ଯିବା ପାଇଁ ବିମାନ ବନ୍ଦର ଯାଇଥିଲେ। ତେବେ ସେ ମୁମ୍ବାଇରେ ପହଞ୍ଚି ନଥିଲେ । ତାଙ୍କ [...]
Odiaସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲା: ଅନମୋଲ ବିଷ୍ଣୋଇ ବିରୋଧରେ ‘ଲୁକ୍ଆଉଟ୍ ସର୍କୁଲାର’ ଜାରି
ମୁମ୍ବାଇ: ଚଳିତ ମାସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ମୁମ୍ବାଇ ପୋଲିସ ‘ଲୁକ୍ଆଉଟ୍ ସର୍କୁଲାର’ (ଏଲ୍ଓସି) ଜାରି କରିଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ସମ୍ପ୍ରତି ଗୁଜରାଟର ସାବରମତୀ ଜେଲରେ ଥିବା ଲରେନ୍ସ ବିଷ୍ଣୋଇକୁ ମଧ୍ୟ ପୋଲିସ ଗିରଫ କରିପାରେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (ମକୋକା) ଲାଗୁ କରିବାକୁ [...]
Odiaଲାଞ୍ଚ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ଜେଲ୍ ଓ ଜୋରିମାନା
ଭବାନୀପାଟଣା -ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦ୍ରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଫୁଲମତି ମାଝୀଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ପୂର୍ବତନ ସରପଞ୍ଚଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ ବିଚାରପତି। ଜୋରିମାନା ଅନାଦେୟ ଆଉ ଦୁଇମାସ ଜେଲରେ ରହିବାକୁ ପଡ଼ିବ । ଦ୍ୱିତୀୟ ଦଣ୍ଡାଦେଶରେ ଫୁଲମତିଙ୍କୁ ୬ [...]
Odiaଅସମ୍ଭାଳ ତାତି : ୪୪ .୬ ଡିଗ୍ରୀ ସେଲସିୟସରେ ଜଳିଲା ଭୁବନେଶ୍ୱର
ଭୁବନେଶ୍ୱର – ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ଅସମ୍ଭାଳ ତାତି । ଆଜି ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଟପିଯାଇଛି । ୪୪ .୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଥିଲା । ୫ ସହରରେ ପାରଦ ୪୨ ଡିଗ୍ରୀ ଟପିଛି। ଝାରସୁଗୁଡାରେ ତାପମାତ୍ରା ଥିଲା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ । ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪ ,ସମ୍ବଲପୁରରେ ୪୨.୧, [...]
