Odiaଅସହ୍ୟ ତାତିରୁ ନିସ୍ତାର ନାହିଁ: ଆଜି ବି ଭୁବନେଶ୍ୱର ଓ କଟକକୁ ରେଡ୍ ଆଲର୍ଟ
ଭୁବନେଶ୍ୱର – ସମଗ୍ର ଓଡ଼ିଶା ଭୀଷଣ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଥିବା ବେଳେ ଏଭଳି ସ୍ଥିତି ଆହୁରି ୪-୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଣେ ଟୁଇନ ସିଟି ଭୁବନେଶ୍ୱର ଓ କଟକ ପାଇଁ ଆଜି ପୁଣି ରେଡ୍ ଆଲର୍ଟ ଜାରି କରାଯାଇଛି। ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଲଗାତର ଦ୍ୱିତୀୟ ଦିନ ଲାଗି ଦୁଇ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଗତକାଲି ଭୁବନେଶ୍ବରର ତାପମାତ୍ରା ୪୪ ଦଶମିକ [...]
Odiaମହାଦେବ ବେଟିଂ ଆପ୍ ମାମଲା: ଅଭିନେତା ସାହିଲ୍ ଖାନ ଗିରଫ
ମୁମ୍ବାଇ: ମହାଦେବ ବେଟିଂ ଆପ୍ ମାମଲାରେ ମୁମ୍ବାଇ ସାଇବର ସେଲର ଏସ୍ଆଇଟି ଛତିଶଗଡରୁ ଅଭିନେତା ସାହିଲ୍ ଖାନଙ୍କୁ ଗିରଫ କରିଛି। ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଶନିବାର ଛତିଶଗଡର ଜଗଦଲପୁରରୁ ତାଙ୍କୁ ଗିରଫ କରାଯାଇଛି। ନିକଟରେ ଏସଆଇଟି ଖାନଙ୍କୁ ପଚରାଉଚରା କରିଥିଲା। ବିବାଦୀୟ ମହାଦେବ ବେଟିଂ ଆପର ପ୍ରମୋଟର ଏବଂ ରାଜ୍ୟର କେତେକ ଆର୍ଥିକ ଏବଂ ରିଅଲ୍ ଇଷ୍ଟେଟ୍ କମ୍ପାନୀ ମଧ୍ୟରେ ହୋଇଥିବା ବେଆଇନ କାରବାରର ତଦନ୍ତ କରୁଛି ମୁମ୍ବାଇ ସାଇବର [...]
Odiaଦିଲ୍ଲୀ କଂଗ୍ରେସ ମୁଖ୍ୟଙ୍କ ଇସ୍ତଫା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଝିରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅରବିନ୍ଦର ସିଂହ ଲଭଲି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟକୁ ବିରୋଧ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନ ଟିକେଟ୍ ନ ମିଳିବାରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
Odiaପୁରୀ ରେଳଷ୍ଟେସନରେ ଭୁଶୁଡିଲା ନବନିର୍ମିତ କୋଠାର ଛାତ, ୩ ଶ୍ରମିକ ଆହତ
ପୁରୀ – ପୁରୀ ରେଳଷ୍ଟେସନରେ ଅଘଟଣ । ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡିବାରୁ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ନବନିର୍ମିତ କୋଠାର ଛାତ ପଡିଲା ବେଳେ ଏହା ଭୁଶୁଡି ପଡ଼ିଥିବା ଜଣାପଡିଛି। ଆହତ ହୋଇଥିବା ତିନି ଶ୍ରମିକଙ୍କୁ ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କିଛି ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
Odiaନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଓ ନଡ୍ଡା
ଭୁବନେଶ୍ୱର – ଓଡ଼ିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ତାତି ବଢିବା ସହ ପ୍ରଚାର ଉଷ୍ମତା ବି ବଢ଼ିବାରେ ଲାଗିଛି। ବିଜେଡି ଓ ବିଜେପି ପ୍ରଚାର କାର୍ଯ୍ୟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ପଛରେ ପଡ଼ିଯାଇଛି। କଂଗ୍ରେସର ନିର୍ବାଚନ ପ୍ରଚାରକୁ ଗତି ଦେବା ପାଇଁ ଆଜି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି।ରାହୁଲ ସାଢ଼େ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିବେ। ସେଠାରୁ ସେ କଟକ ସତ୍ୟଭାମାପୁରକୁ ଯାଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସତ୍ୟଭାମାପୁର ପରେ ରାହୁଲ [...]
Odiaତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡ଼ି, ୧୦ରୁ ଅଧିକ ଆହତ
ବ୍ରହ୍ମପୁର – ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା। ଘାଟିରେ ଏକ ନଳକୂପ ଖନନ ଗାଡ଼ି ଓଲଟି ପଡିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଓଲଟି ପଡ଼ିଥିବା ଗାଡ଼ି ତଳେ ଜଣେ ଦୁଇ ଜଣ ଚାପି ହୋଇରହିଥିବା ସୂଚନା ମିଳିଛି। ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଡ଼ିଟି ଗଜପତି ଜିଲ୍ଲାରୁ ଗଞ୍ଜାମ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା ।
Odiaଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା
(ଉତ୍କଳଗୌରବ’ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ) ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନୃପ କରି ବିନୟ ମହାଜନ ଫେରେ । ସାଦର ସକଲ ମାଗନେ ଟେରେ ॥ ଭୂଷନ ବସନ ବାଜି ଗଜ ଦୀହ୍ନେ । ପ୍ରେମ ପୋଷି ଠାଢେ ସବ କୀହ୍ନେ ॥ ଭାବାର୍ଥ :- ରାଜା ଦଶରଥ ବିନୟ ପୂର୍ବକ ଜନକ ପୁରର ସମସ୍ତ ପ୍ରତିଷ୍ଠିତ ମହାଜନଙ୍କୁ ନିଜନିଜ ଘରକୁ ଫେରିଯିବାକୁ କହିଲେ ଏବଂ ପରମ ଆଦରର ସହିତ ମାଗିଯାଚି ବଞ୍ଚୁଥିବା ବଞ୍ଚିତ ମାନଙ୍କୁ ଡକାଇଲେ । ସେମାନଙ୍କୁ ସୁନାର ଗହଣା, [...]
Odiaଗୀତା ଉପଦେଶ: ନିଜର ସମସ୍ତ ବୁଦ୍ଧି ଭଗବାନଙ୍କ ଠାରେ ସ୍ଥିର ହୋଇଯିବା ହିଁ କର୍ମ ସନ୍ୟାସ ଯୋଗ ଅଟେ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠ ଅଧ୍ୟାୟରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ନ ପ୍ରହୃଷ୍ୟେତ୍ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍ପ୍ରାପ୍ୟ ଚାପ୍ରିୟମ୍।ସ୍ଥିରବୁଦ୍ଧିରସମ୍ମୂଢ଼ୋ ବ୍ରହ୍ମବିଦ୍ ବ୍ରହ୍ମଣି ସ୍ଥିତଃ। ଅର୍ଥାତ: ଭଗବାନଙ୍କ ଠାରେ ସ୍ଥିତ ରହି, ଯେଉଁ ମାନଙ୍କ ର ବୁଦ୍ଧି ସ୍ଥିର ଏବଂ ମୋହଶୂନ୍ୟ ହୋଇ ଯାଇଥାଏ, ସେମାନେ ସୁଖରେ ଉତ୍ଫୁଲ୍ଲିତ ହୁଅନ୍ତି ନାହିଁ କିମ୍ବା ଦୁଃଖରେ ଉଦ୍ବେଗଗ୍ରସ୍ତ ହୁଅନ୍ତିନାହିଁ ।
Odiaନିର୍ବାଚନ ପ୍ରଚାର ଓ ଖରା ଉଷ୍ଣତା ଭିତରେ ପଖାଳର ମଜା ନେଲେ ପାଣ୍ଡିଆନ
ଭୁବନେଶ୍ୱର – ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ଣତା ମଧ୍ୟରେ ପଖାଳର ମଜା ନେଇଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ତାଙ୍କ ସହ ଥିଲେ ଇଣ୍ଡିଆ ଟୁଡେ ଟିଭିର ସାମ୍ବାଦିକ ରାହୁଲ କନୱାଲ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ତିନିଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ କାର୍ତ୍ତିକ ପାଣ୍ଡିଆନ । ସାଥୀରେ ଥିଲେ ପ୍ରଚାର କଭର କରିବାକୁ ଆସିଥିବା [...]
