Odiaକଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା : କଟକ ବାରବାଟୀରୁ ଲଢ଼ିବେ ମହମ୍ମଦ ମୋକିମଙ୍କ ଝିଅ
ଭୁବନେଶ୍ୱର – ରାଜ୍ୟର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ୨ ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି। ବାରିପଦା ଓ ଖଣ୍ଡପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମଙ୍କୁ ଟିକେଟ ମିଳିଛି । ଖଣ୍ଡପଡ଼ାରେ ମନୋଜ ପ୍ରଧାନଙ୍କ ସ୍ଥାନରେ ବୈଜୟନ୍ତୀମାଳା ମହାନ୍ତି ନିର୍ବାଚନ ଲଢ଼ିବେ। ସମ୍ବଲପୁର ଲୋକସଭା ଆସନରେ ବିଜେଡିରୁ ଆସିଥିବା ନଗେନ୍ଦ୍ର [...]
Odiaଅସମ୍ଭାଳ ତାତି : ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ବା ଅଧିକ, ଅନୁଗୁଳ ପୁଣି ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଯୋଗୁଁ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ପ୍ରଖର ଗ୍ରୀଷ୍ମ ପ୍ରବାହ ସ୍ଥିତି ଆଉ କିଛି ଦିନ ଲାଗି ରହିବ । ଆଜି ବି ରାଜ୍ୟର ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ୧୨ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ବା ଅଧିକ ରହିଥିଲା । ଆଜି ରାଜ୍ୟରେ ୩ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ୪୪.୩ ଡିଗ୍ରୀ ସହ ଅନୁଗୁଳ ଆଜି [...]
Odiaଓ୍ବିଲ ଜ୍ୟାକ୍ସଙ୍କ ଛକା ବର୍ଷାରେ ଡୁବିଲା ଗୁଜରାଟ, ଆରସିବିର କ୍ରମାଗତ ଦ୍ବିତୀୟ ବିଜୟ
ଅହମ୍ମଦାବାଦ: ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ରବିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ହରାଇଛି। ଚଳିତ ସିଜନରେ ଆରସିବିର ଏହା କ୍ରମାଗତ ଦ୍ବିତୀୟ ବିଜୟ। ଏହି ବିଜୟ ସହିତ ବେଙ୍ଗାଲୁରୁ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି। ଟାଇଟନ୍ସ ଦେଇଥିବା ୨୦୧ ରନର ବିଜୟଲକ୍ଷ୍ୟକୁ ଏହି ଆରସିବି ମାତ୍ର ୧୬ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ [...]
Odiaତୀରନ୍ଦାଜୀ ବିଶ୍ୱକପ୍: ଅଲିମ୍ପିକ୍ ଚାମ୍ପିୟନ କୋରିଆକୁ ହରାଇ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ
ସାଂଘାଇ: ଅଲିମ୍ପିକ୍ ଚାମ୍ପିୟନ୍ ଦକ୍ଷିଣ କୋରିଆକୁ ହରାଇ ୧୪ ବର୍ଷ ପରେ ଭାରତୀୟ ପୁରୁଷ ରିକର୍ଭ ଦଳ ରବିବାର ଏଠାରେ ତୀରନ୍ଦାଜୀ ବିଶ୍ୱକପ୍ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିଣିଛି । ବିଶ୍ୱକପ ଫାଇନାଲରେ ଏହା ଭାରତୀୟ ପୁରୁଷ ରିକର୍ଭ ଦଳର ପ୍ରଥମ ବିଜୟ । ଏହି ସଫଳତା ସହ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଦଳ ସ୍ଥାନ ପାଇବା ସମ୍ଭାବନା ବଢ଼ିଛି। ଧୀରଜ ବୋମ୍ମଦେଓରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବଙ୍କ ତିନି ଜଣିଆ ଭାରତୀୟ ଦଳ [...]
Odiaଅସହ୍ୟ ଗ୍ରୀଷ୍ମ ପ୍ରକୋପ : ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ବର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ଆଜି ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୪୨.୭, ଚାନ୍ଦବାଲିରେ ୪୨.୨, ବାଲେଶ୍ବରରେ ୪୧.୪, ରାଉରକେଲାରେ ୪୦.୬, ଝାରସୁଗୁଡ଼ାରେ ୩୯.୯ ଓ ସମ୍ବଲପୁରରେ ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଆସନ୍ତା ୨୪ [...]
Odiaଆମ୍ ଆଦମୀ ପାର୍ଟିର ପ୍ରଚାର ଗୀତକୁ ବ୍ୟାନ୍ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରଚାର ଗୀତ ‘ଜେଲ୍ କେ ଜବାବ ମେଁ ହମ୍ ଭୋଟ୍ ଦେଙ୍ଗେ’କୁ ନିର୍ବାଚନ କମିଶନ ବ୍ୟାନ୍ କରିଛନ୍ତିି । ଦଳ ରବିବାର ଦାବି କରିଛି ଯେ, ଏହି ପ୍ରଚାର ଗୀତ ଶାସକ ବିଜେପି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ଛବି ଖରାପ କରୁଥିବା ଦର୍ଶାଇ ନିର୍ବାଚନ କମିଶନ ଏହାକୁ ବ୍ୟାନ୍ କରିଛନ୍ତିି । ଆପର ଏହି ଆରୋପ ସମ୍ପର୍କରେ ନିର୍ବାଚନ କମିଶନ ଏପର୍ଯ୍ୟନ୍ତ କୌଣସି [...]
ସାଲେପୁରରେ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ସଭା : ଦେଲେ ମାଳ ମାଳ ପ୍ରତିଶ୍ରୁତି, ମୋଦି ସରକାରଙ୍କୁ କହିଲେ ଗରିବ ବିରୋଧୀ

Odiaସାଲେପୁରରେ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ସଭା : ଦେଲେ ମାଳ ମାଳ ପ୍ରତିଶ୍ରୁତି, ମୋଦି ସରକାରଙ୍କୁ କହିଲେ ଗରିବ ବିରୋଧୀ
ସାଲେପୁର -କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସି ସାଲେପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଦେଇଛନ୍ତି ଏକାଧିକ ପ୍ରତିଶ୍ରୁତି। କଂଗ୍ରେସ କ୍ଷମତାକୁ ଆସିଲେ ‘ପେହଲି ନୌକରୀ ପକ୍କି’ ଯୋଜନା କାର୍ଯ୍ୟକାରୀ କରିବ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ କଂଗ୍ରେସ ଚାକିରି ଗ୍ୟାରେଣ୍ଟି ଦେବ ବୋଲି ସଭାରେ କହିଥିଲେ ରାହୁଲ ଗାନ୍ଧି । ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍ ଦିଆଯିବ ବୋଲି ରାହୁଲ କହିଛନ୍ତି। ମୋଦି ସରକାରଙ୍କ ଉପରେ [...]
Odiaଲୋକସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତିଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍
ବେଙ୍ଗାଲୁରୁ: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ତଥା ଜେଡି(ଏସ୍) ସାଂସଦ ପ୍ରଜ୍ଜ୍ବଳ ରେଭାନ୍ନାଙ୍କ ଅନେକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଅନେକ ଯୁବତୀଙ୍କ ସହିତ ଦେଖିବାକୁ ମିଳୁଥିବା ବ୍ୟକ୍ତି ପ୍ରଜ୍ଜ୍ବଳ ବୋଲି ଦାବି କରାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ଜଣେ ଏଡିଜିପି ର଼୍ୟାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏହି [...]
Odiaପୁରୀ ରେଳ ଷ୍ଟେସନରେ ଛାତ ଭୁଶୁଡ଼ି ବା ଘଟଣାରେ ରେଳବାଇର ସ୍ପଷ୍ଟୀକରଣ
ପୁରୀ – ପୁରୀ ରେଳଷ୍ଟେସନରେ ନବନିର୍ମିତ କୋଠାର ଛାତ ଭୁଶୁଡିବା ଘଟଣାରେ ସ୍ପଷ୍ଟୀକରଣ ଦେଇଛି ରେଳବାଇ । ଛାତ ଭୁଶୁଡ଼ିବା ବେଳେ ୬ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଆହତ ୪ ଜଣ ଶ୍ରମିକଙ୍କୁ ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନେ ସୁସ୍ଥ ଅଛନ୍ତି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ରେଳବାଇ ସୂଚନା ଦେଇଛି । ଆଜି ପୁରୀ [...]
Odiaରେଡ୍ ଆଲର୍ଟ ମଧ୍ୟରେ ସାଢେ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର
ଭୁବନେଶ୍ଵର -ଗ୍ରୀଷ୍ମର ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ରାଜ୍ୟବାସୀ। ଗ୍ରୀଷ୍ମ ପ୍ରବାହରେ ପରିସ୍ଥିତି ଅତି ଗମ୍ଭୀର ହୋଇଛି । ଆଜି ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ସେଲସିୟସ ଟପିଛି ଭୁବନେଶ୍ଵରର ତାପମାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରେଡ୍ ଆଲର୍ଟ ମଧ୍ୟରେ ଆଜି ଦିନ ସାଢେ ୧୧ ସୁଦ୍ଧା ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାଲେଶ୍ଵରରେ ୪୦.୭, ଚାନ୍ଦବାଲିରେ ୪୦.୨ , କେନ୍ଦୁଝରରେ [...]
