Odiaହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନ ନେଇ ଇଡିଠୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନ ନେଇ ସୁପ୍ରିମକୋର୍ଟ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଠାରୁ ଜବାବ ମାଗିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଇଡିଙ୍କୁ ନୋଟିସ ଜାରି କରି ମେ ୬ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତିି। ଖଣ୍ଡପୀଠ କହିଥିଲେ ଏହି ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୋରେନଙ୍କ ପିଟିସନ ଉପରେ ଝାଡ଼ଖଣ୍ଡ ହାଇକୋର୍ଟ [...]
Odiaକାଲିମେଳାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ଇଞ୍ଜିନ ହିଁ ସର୍ବୋତ୍ତମ
ମାଲକାନଗିରିରେ – ନିର୍ବାଚନ ପ୍ରଚାରର ଉଷ୍ମତା ମଧ୍ୟରେ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ କାଲିମେଳାରେ ଏକ ଜନସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ଆଦିବାସୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି ବୋଲି କାଲିମେଳା ସଭାରେ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ରାଜ୍ୟରେ ନବୀନ ଇଞ୍ଜିନ ଯଥେଷ୍ଟ ବୋଲି ପାଣ୍ଡିଆନ କହିଛନ୍ତି। [...]
Odiaଗ୍ରୀଷ୍ମ ପ୍ରବାହ: ସାଢେ ୧୧ଟା ସୁଦ୍ଧା ବାଲେଶ୍ଵର ଉତ୍ତପ୍ତ ସହର
ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ତାତିରୁ ମିଳୁନାହିଁ ନିସ୍ତାର। ପ୍ରଚଣ୍ଡ ତାତି ଯୋଗୁଁ ଅସମ୍ଭାଳ ସ୍ଥିତି। ଆଜି ଦିନ ୧୧ଟା ୩୦ ସୁଦ୍ଧା ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ କିମ୍ବା ଅଧିକ ରହିଛି। ୪୧ ଦଶମିକ ୪ ଡିଗ୍ରୀ ସେଲସିୟସ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ହୋଇଛି। କେନ୍ଦୁଝରରେ ୪୧, ଭୁବନେଶ୍ୱରରେ ୪୦.୪, ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯,ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨, ପୁରୀରେ ୩୩.୮, [...]
Odiaରଣ୍ଢା ନିକଟରେ ଭ୍ୟାନ୍ ଧକ୍କାରେ ବୃଦ୍ଧା ମୃତ
ବ୍ରହ୍ମପୁର: ପରିବା ବିକିବା ପାଇଁ ବ୍ରହ୍ମପୁର ଯିବାକୁ ବାହାରିଥିଲେ ୬୫ ବର୍ଷୀୟା ବୃଦ୍ଧା। ହେଲେ ରାସ୍ତା ପାର ହେଉଥିବା ବେଳେ ଯମଦୂତ ସଦୃଶ ଦ୍ରୁତ ଗତିରେ ମାଡ଼ି ଆସିଲା ପିକଅପ୍ ଭ୍ୟାନ୍। ଆଉ ଭ୍ୟାନ୍ ଧକ୍କାରେ ପ୍ରାଣ ହରାଇଛନ୍ତି ଚିକରଡା ଗ୍ରାମର ମାଳତୀ ବେହେରା। ଆଜି ସକାଳେ ଗୋଳନ୍ଥରା ଥାନା ଅଧୀନ ରଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମାଳତୀ ଆଜି ସକାଳୁ ଅନ୍ୟ ଦିନ ଭଳି ରଣ୍ଢା ହୋଲସେଲ୍ ପରିବା ବଜାରରୁ ପରିବା ନେଇ [...]
Odiaପ୍ରଥମ ଦେଶ ଭାବେ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ
ଓ୍ବେଲିଂଟନ: ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲ୍ୟାଣ୍ଡ ନିଜ ଦଳ ଘୋଷଣା କରିଛି। କେନ୍ ୱିଲିୟମସନଙ୍କ ନେତୃତ୍ୱରେ କିୱି ଟିମ୍ ଟି-୨୦ ବିଶ୍ୱକପକୁ ଓହ୍ଲାଇବ । ୱିଲିୟମସନଙ୍କ ଏହା ଷଷ୍ଠ ଟି-୨୦ ବିଶ୍ବକପ୍ ହେବ । ଅଧିନାୟକ ଭାବେ ଏହା ତାଙ୍କ ଚତୁର୍ଥ ଟି-୨୦ ବିଶ୍ୱକପ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦେଶ ଭାବେ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଥିବା ସମସ୍ତ ଦେଶଙ୍କୁ ମେ ୧ ସୁଦ୍ଧା ନିଜ ଟିମ୍ ଘୋଷଣା [...]
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ମେ’୨୫ରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍

Odiaରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ମେ’୨୫ରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ମେ’୨୫ ତାରିଖରେ ହେବ । ଆଜିଠୁ ବିଜ୍ଞପ୍ତି ପ୍ରକାଶ ସହ ମତଦାନ ହେବାକୁ ଥିବା ଆସନଗୁଡିକ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ମେ’ ୨୫ ତାରିଖରେ ୬ ଲୋକସଭା ଆସନ ଓ ଏସବୁ ଆସନ ଅଧୀନରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, [...]
Odiaବିଜେପି ସାଂସଦ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି.ଶ୍ରୀନିବାସ ପ୍ରସାଦଙ୍କ ପରଲୋକ
ବେଙ୍ଗାଲୁରୁ: କର୍ଣ୍ଣାଟକର ଚାମରାଜନଗରର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ସୋମବାର ପରଲୋକ ହୋଇଯାଇଛି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ଗତ ଚାରି ଦିନ ଧରି ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ପତ୍ନୀ ଏବଂ ତିନି ଝିଅ ଅଛନ୍ତି। ଶ୍ରୀନିବାସ ଚାମରାଜାନଗରରୁ ୬ ଥର ସାଂସଦ ଓ ମହୀଶୂର ଜିଲ୍ଲାର ନଞ୍ଜନଙ୍ଗୁଡ ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ଥିଲେ । ସେ [...]
Odiaଗିରଫଦାରୀ ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ସର୍ବୋଚ୍ଚ ନ୍ୟାୟାଳୟ ୱେବସାଇଟରେ ପ୍ରକାଶିତ ବିବରଣୀ ଅନୁଯାୟୀ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ଗତ ସପ୍ତାହରେ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଆପ୍ ସୁପ୍ରିମୋଙ୍କ ତରଫରୁ ହାଜର ହୋଇ ଜଷ୍ଟିସ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠକୁ କହିଥିଲେ ଯେ କେଜ୍ରିୱାଲଙ୍କ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
Odiaଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ [...]
