ହିଞ୍ଜିଳି ଆସନ ପାଇଁ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ, ମା’ ତାରାତାରିଣୀଙ୍କ ନେବେ ଆଶୀର୍ବାଦ

Odiaହିଞ୍ଜିଳି ଆସନ ପାଇଁ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ, ମା’ ତାରାତାରିଣୀଙ୍କ ନେବେ ଆଶୀର୍ବାଦ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ହିଞ୍ଜିଳି ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ଷଷ୍ଠ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହେବେ ବିଜେଡି ସୁପ୍ରିମୋ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମା’ ତାରାତାରିଣୀଙ୍କ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ତାରାତାରିଣୀ ମନ୍ଦିର ନିକଟସ୍ଥ ଅସ୍ଥାୟୀ ହେଲିପ୍ୟାଡରେ ଆସନ୍ତାକାଲି ସକାଳ ୧୧ଟା ବେଳେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ। ୧୧ଟା ୧୫ ମିନିଟ ସୁଦ୍ଧା ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ [...]
Odiaମାଲକାନଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, କହିଲେ ନବୀନ ଇଞ୍ଜିନ କେବେ ବି ଫେଲ ମାରିନାହିଁ
ଭୁବନେଶ୍ୱର – ବରିଷ୍ଠ ବିଜୁ ଜନତା ଦଳ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ମାଲକାନଗିରିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରି ଜିତାଇବାକୁ ଆହ୍ବାନ ଦେଇଛନ୍ତି। ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସହିତ ମାଲକାନଗିରି ବିଧାନସଭା ପ୍ରାର୍ଥୀ ମାନସ ମାଡକାମି ଓ ଚିତ୍ରକୋଣ୍ଡା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ଡବଲ ଶଙ୍ଖରେ ବଟନ ଦବାଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଆରମ୍ଭରୁ ବିରୋଧୀ ଦଳ ଉପରେ ଜୋରଦାର ଆକ୍ରମଣ କରି ଘୋର ସମାଲୋଚନା କରିଥିଲେ। ସେ [...]
Odiaତଳ କୋର୍ଟରେ ଜାମିନ ଆବେଦନ କାହିଁକି କରିନ ? କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି ବେଳେ ସୋମବାର ସୁପ୍ରିମକୋର୍ଟ ତାଙ୍କୁ ପଚାରିଛନ୍ତି ଯେ ସେ କାହିଁକି ନିମ୍ନ ଅଦାଲତରେ ଜାମିନ ଆବେଦନ କରିନାହାଁନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ଗିରଫଦାରି ବିରୋଧରେ ଆବେଦନ ଉପରେ ଶୁଣାଣି କରୁଛନ୍ତି। ଖଣ୍ଡପୀଠ କେଜ୍ରିୱାଲଙ୍କ ତରଫରୁ ହାଜର ବରିଷ୍ଠ [...]
Odiaଆସନ୍ତା କାଲି ମୁଖ୍ୟମନ୍ତ୍ରୀ କରିବେ ନାମାଙ୍କନ: ବିଜେଡି ନେତା ଓ କର୍ମୀ ଉତ୍ସାହିତ
ଛତ୍ରପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ହିଞ୍ଜିଳି ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିବେ। ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଇ ସେ ଷଷ୍ଠ ଥର ପାଈଁ ହିଞ୍ଜିଳି ବିଧାନସଭା ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଏ ନେଇ ବିଜେଡି ନେତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମହଲରେ ଉତ୍ସାହ ଦ୍ଵିଗୁଣିତ ପରିଲକ୍ଷିତ ହୋଇଛି। ସପ୍ତାହକ ମଧ୍ୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଗଞ୍ଜାମ ଗସ୍ତ। ଗତ ବୁଧବାର ସେ [...]
Odiaତିହାର ଜେଲରେ କେଜ୍ରିୱାଲଙ୍କୁ ଭେଟିଲେ ପତ୍ନୀ ସୁନୀତା ଓ ମନ୍ତ୍ରୀ ଆତିଶୀ
ନୂଆଦିଲ୍ଲୀ: ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶୀ ସୋମବାର ତିହାର ଜେଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଆମ୍ ଆଦମୀ ପାର୍ଟି (ଆପ୍)ର ସୂଚନା ଅନୁଯାୟୀ, ସୁନୀତା କେଜ୍ରିୱାଲଙ୍କୁ ସୋମବାର ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଏନେଇ ତିହାର ଜେଲ ପ୍ରଶାସନ ଅନୁମତି ଦେଇନଥିଲା ବୋଲି ଦଳ ଦାବି କରିଛି । ଜେଲରେ କେଜ୍ରିୱାଲଙ୍କୁ ଭେଟିବା ପରେ ଆତିଶୀ ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଭଲମନ୍ଦ ବିଷୟରେ [...]
Odiaଅମିତ ଶାହଙ୍କ ନକଲି ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ପୋଲିସର ସମନ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ସେୟାର କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ସମନ ଜାରି କରିଛି । ତାଙ୍କୁ ମେ ୧ରେ ହାଜର ହେବାକୁ କୁହାଯାଇଛି। ରେଡ୍ଡୀଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ନୋଟିସ ପଠାଇଛି ଦିଲ୍ଲୀ ପୋଲିସ । ଅମିତ ଶାହଙ୍କ ଭିଡିଓକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଡ୍ଡୀ ‘ଏକ୍ସ’ ରେ ପୋଷ୍ଟ କରିଥିଲେ | ସୂତ୍ରରୁ ପ୍ରକାଶ ଯେ ରେଡ୍ଡୀଙ୍କୁ ତାଙ୍କ [...]
Odiaସାଢେ ୨ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଉପରେ
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଉପରେ ହିଁ ରହୁଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସାଢେ ୨ଟା ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା କେନ୍ଦୁଝରରେ ରେକର୍ଡ କରାଯାଇଛି। ୪୩ ଡିଗ୍ରୀ ସେଲସିୟସ ସହ କେନ୍ଦୁଝର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଅନ୍ୟ ସହର ମଧ୍ୟରେ ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮ , ରାଉରକେଲାରେ ୪୧.୮, ବାଲେଶ୍ୱରରେ ୪୧.୪, [...]
Odiaରାଜ୍ୟରେ ସରକାରୀ ଭାବେ ଅଂଶୁଘାତ ମୃତ୍ୟୁ ୨, ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ
ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଥିବା ବେଳେ ଅଂଶୁଘାତରେ ସରକାରୀ ଭାବେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ପରେ ଢେଙ୍କାନାଳରେ ଆଉ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୬୦ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜରେ ୪୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ [...]
Odiaସ୍ଥଗିତ ହେବନି ସିଏ ପରୀକ୍ଷା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ମେ’ ମାସରେ ହେବାକୁ ଥିବା ଚାର୍ଟାର୍ଡ ଆକାଉଣ୍ଟାସି (ସିଏ) ପରୀକ୍ଷା ସ୍ଥଗିତ ରଖିବାକୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଆବେଦନକାରୀ ଦାବି କରିଥିଲେ। ଆବେଦନକାରୀ ଯୁକ୍ତି କରିଥିଲେ ଯେ ନିର୍ବାଚନ ଦିନ ହେଉଥିବା ପରୀକ୍ଷା ଯୋଗୁଁ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପରୀକ୍ଷା ପାଇଁ ଯାତାୟାତରେ ବି ଅସୁବିଧାର ହୋଇପାରେ | ଏପରି ପରିସ୍ଥିତିରେ ପରୀକ୍ଷା [...]
Odiaସୁରଟ ପରେ ଇନ୍ଦୋର ଲୋକସଭା ଆସନରେ କଂଗ୍ରେସକୁ ଝଟକା, ଦଳୀୟ ପ୍ରାର୍ଥୀ ଅକ୍ଷୟ ବାମ୍ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ମିଶିଲେ
ଇନ୍ଦୋର: ସୁରଟ ପରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ୍ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ କୁଆଡେ଼ ବିଜେପି ବିଧାୟକ ରମେଶ ମେଣ୍ଡୋଲାଙ୍କ ସହ ଯାଇଥିଲେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ଏଥର ବି [...]
