Odiaଅସହ୍ୟ ଗ୍ରୀଷ୍ମ ପ୍ରବାହ : ୨୨ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ, ୪୩.୮ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୩୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି। ୨୨ଟି ସହରର ଦିନ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । [...]
Odiaଲୋକସଭା ନିର୍ବାଚନ ୨୦୨୪ ହେବ ସବୁଠୁ ବ୍ୟୟବହୁଳ, ଖର୍ଚ୍ଚ ପରିମାଣ ୧.୩୫ ଲକ୍ଷ କୋଟି ଛୁଇଁବ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନୀ ଇଭେଣ୍ଟ୍ ହେବ। ସବୁ ପୂର୍ବ ରେକର୍ଡ ଭାଙ୍ଗିବ ଏହି ନିର୍ବାଚନ। ଏହି ଲୋକସଭା ନିର୍ବାଚନରେ ଆନୁମାନିକ ବ୍ୟୟ ୧.୩୫ ଲକ୍ଷ କୋଟି ଛୁଇଁବ, ଯାହା ୨୦୧୯ ନିର୍ବାଚନରେ ହୋଇଥିବା ଖର୍ଚ୍ଚର ଦୁଇଗୁଣରୁ ଅଧିକ। ସେଣ୍ଟର ଫର ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ନାମକ ଏକ ଏନଜିଓ ଏପରି ଦାବି କରିଛି । ୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୬୦,୦୦୦ କୋଟି ଖର୍ଚ୍ଚ ହୋଇଥିଲା। ‘ସିଏମ୍ଏସ୍’ର ସଭାପତି ଏନ୍ [...]
ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେପି, କଂଗ୍ରେସକୁ ଇସି ନୋଟିସ

Odiaପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ବିଜେପି, କଂଗ୍ରେସକୁ ଇସି ନୋଟିସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ନିର୍ବାଚନ କମିଶନ ଗୁରୁବାର ବିଜେପି ଓ କଂଗ୍ରେସ ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟ କଂଗ୍ରେସ ଏବଂ ବିଜେପି ପରସ୍ପରର ନେତାମାନଙ୍କ ବିରୋଧରେ ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେବା ଓ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷା ଆଧାରରେ ସମାଜକୁ ବିଭାଜନ କରୁଥିବା ଅଭିଯୋଗ କରିଥିଲେ। ଉଭୟ ଦଳ ଏନେଇ [...]
ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ନବୀନଙ୍କ ଗ୍ୟାରେଣ୍ଟି : କାର୍ତ୍ତିକ ପାଣ୍ଡିଆନ
କୋରାପୁଟ – ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଅଭୁତପୂର୍ବ ବିଶ୍ବାସ। ବିଜୁ ଜନତା ଦଳ ପ୍ରତି ଅତୁଟ ବିଶ୍ବାସ। ସମସ୍ତେ ଜାଣିଥିଲେ ଏହା ହେଉଛି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ। ତଥାପି ଅନେକ ଆସି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। କାମ ପୂରଣ ପାଇଁ କହିଥିଲେ। ସେମାନଙ୍କର ଦୃଢ ବିଶ୍ବାସ [...]
Odiaଭୋଟରଙ୍କୁ ସଚେତନ କରିବାକୁ ଅଭିନବ ପ୍ରୟାସ, ରାମ୍ପରେ ଚାଲିଲେ ଉପଜିଲ୍ଲାପାଳ
ଫୁଲବାଣୀ:: ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ନିଆରା ଢଙ୍ଗରେ ଚୁନାବ୍ ମଲ୍ହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛ ଓ ନିର୍ଭିକ ଭାବେ ଭୋଟ୍ ଦେବା ନେଇ ବିଭିନ୍ନ ନୃତ୍ୟ, ଗୀତ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯାଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲା ରାମ୍ପ୍ ସୋ । ଏଥିରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ମଧ୍ୟ ଅଂଶଗ୍ରହଣ କରି ଭୋଟରଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡର ୯ଟି [...]
Odiaକେଜ୍ରିୱାଲ ଆବେଦନକୁ ଇଡିର ବିରୋଧ, ଗିରଫଦାରିକୁ ଯଥାର୍ଥ କହିଲା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧ କରିଛି। ଇଡି ବୁଧବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେଜ୍ରିୱାଲଙ୍କ ଗିରଫଦାରିକୁ ଠିକ୍ ବୋଲି କହିଛି। ଇଡି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ୯ ଥର ସମନ ପଠାଯିବା ସତ୍ତ୍ୱେ କେଜ୍ରିୱାଲ ଜେରା ପାଇଁ ହାଜର ହୋଇନଥିଲେ । ତାଙ୍କର ଏପରି ଆଭିମୁଖ୍ୟ ହିଁ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଗିରଫ [...]
Odiaକୋରାପୁଟ ଜିଲ୍ଲାରେ ବିଜେଡି ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ
କୋରାପୁଟ -ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଧୀରେ ଧୀରେ ସରଗରମ ହେଉଛି ନିର୍ବାଚନ ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ତାରକା ପ୍ରଚାରକ । ଛାମୁଆ ନେତାମାନେ ନିଜ ନିଜର ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି । ଆଜି ବିଜେଡି ନେତା ତଥା ଦଳର ଅନ୍ୟତମ ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଏକାକୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସେମିଳିଗୁଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ [...]
Odiaଆସନ୍ତା ୨୪ ଘଣ୍ଟାରେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରଖର ଗ୍ରୀଷ୍ମ ପ୍ରବାହ ସ୍ଥିତି
ଭୁବନେଶ୍ୱର – ଆସନ୍ତା ୨୪ ଘଣ୍ଟା ପାଇଁ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଓ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାଛଡା ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ନୟାଗଡ଼, ବଲାଙ୍ଗୀର, ବୋୖଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ହିଟୱେଭ ସ୍ଥିତି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା [...]
Odiaରାଜସ୍ଥାନରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ
ଜୟପୁର: ଭାରତୀୟ ବାୟୁସେନାର ଏକ ମାନବ ରହିତ ସର୍ଭିଲାନ୍ସ ବିମାନ ଜୈସଲମେରଠାରୁ ୩୦ କିଲୋମିଟର ଦୂର ପିଥାଲା-ଜାଜିଆ ଗାଁ ନିକଟ ରୋଜାଣିୟୋଁକି ଧାନି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଞ୍ଚଳ ପାକିସ୍ତାନ ସୀମାକୁ ଲାଗିଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ଖବର ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲା ପ୍ରଶାସନ ସହିତ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ [...]
Odiaଆଇପିଏଲର ବେଆଇନ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲର ସମନ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମ ଉଠିଛି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ପଚରାଉଚରା ପାଇଁ ତମନ୍ନାଙ୍କୁ ସମନ ଜାରି କରିଛି । ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ଜେରା ପାଇଁ ଏପ୍ରିଲ ୨୯ରେ ହାଜର ହେବାକୁ କହିଛି। ଏହି ମାମଲା ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସହ ଜଡ଼ିତ । ଏହି ମାମଲାରେ ଅଭିନେତା ସଞ୍ଜୟ [...]
