Odiaଗ୍ରୀଷ୍ମ ପ୍ରକୋପ: ସାଢେ ୧୧ଟା ସୁଦ୍ଧା ୪୦ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା
ଭୁବନେଶ୍ବର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ । ମୁଣ୍ଡଫଟା ଖରା ଓ ଗରମରେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ ଘରୁ ଗୋଡ କାଢ଼ିବାକୁ ଭୟ ଲାଗୁଛି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୭ଟି ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱର ଓ ବାଲେଶ୍ଵରର ତାପମାତ୍ରା ୪୦ ଦଶମିକ ୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଚାନ୍ଦବାଲି ଏବଂ ଝାରସୁଗୁଡ଼ାର [...]
Odiaବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ
ଭୁବନେଶ୍ୱର – ନିର୍ବାଚନ ଋତୁରେ ରାଜନୀତିରେ ପାଦ ଥାପିଛନ୍ତି ଆଉ ଜଣେ ସେଲିବ୍ରିଟି । ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ବିଜେଡିରେ ସାମିଲ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ବିଜେଡି ମୁଖ୍ୟାଳୟ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ବର୍ଷା । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବର୍ଷା ବିଜେଡିରେ ସାମିଲ ହୋଇଛନ୍ତି।
ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ହୋଇଛି। ୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ତାଲିକା ଅନୁସାରେ ଭୁବନେଶ୍ୱର -ମଧ୍ୟରୁ ପ୍ରକାଶ ଚନ୍ଦ୍ର ଜେନା, ଭୁବନେଶ୍ୱର ଉତ୍ତରରୁ ଅଶୋକ କୁମାର ଦାସ, ସତ୍ୟବାଦୀରୁ ମନୋଜ ରଥ ଓ ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ ପ୍ରାର୍ଥୀ ହେବେ । ପୂର୍ବରୁ କଂଗ୍ରେସ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୪୯ ଓ ୭୨ଟି ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କରିଥିଲା [...]
Odiaଗତ ୧୦ ବର୍ଷରେ ଇଡି ଚଢ଼ାଉ ୮୬ ଗୁଣ ବଢ଼ିଛି
ନୂଆଦିଲ୍ଲୀ: ୟୁପିଏର କାର୍ଯ୍ୟକାଳ ଅପେକ୍ଷା ଏନଡିଏର ଗତ ୧୦ ବର୍ଷର ଶାସନରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚଢ଼ାଉ ୮୬ ଗୁଣ ବଢ଼ିଛି। ଏହାଛଡ଼ା ୨୦୧୪ ପରଠାରୁ ଇଡି ଦ୍ବାରା ଗିରଫ ଓ ସମ୍ପତ୍ତି ଜବତ ହାର ମଧ୍ୟ ପ୍ରାୟ ୨୫ ଗୁଣ ବୃଦ୍ଧି ପାଇଛି। ଜୁଲାଇ ୨୦୦୫ ରୁ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷର ଅବଧି ତୁଳନାରେ ଏପ୍ରିଲ୍ ୨୦୧୪ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଗତ ୧୦ ବର୍ଷରେ ଇଡି [...]
Odiaସକାଳ ସାଢେ ୮ ସୁଦ୍ଧା ୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ବା ଅଧିକ
ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗରମ ସହ ଗୁଳୁଗୁଳି ଲୋକଙ୍କୁ କଲବଲ କରିବାରେ ଲାଗିଛି । ସକାଳ ୮ଟା ପରେ ଘରୁ ଗୋଡ କାଢିବା ମୁସ୍କିଲ ହୋଇଯାଉଛି। ଆଜି ସକାଳେ ସାଢେ ୮ ସୁଦ୍ଧା ରାଜ୍ୟର ୧୩ଟି ସହରରେ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ତାଳଚେରରେ ସର୍ବାଧିକ ତାପମାତ୍ରା ୩୫ ଦଶମିକ ୮ ଡିଗ୍ରୀ ସେଲସିୟସ ଥିବା ବେଳେ ଅନୁଗୁଳ ଓ ବାଲେଶ୍ଵରରେ ୩୫, [...]
Odiaକେରଳର ଆଲାପୁଝାରେ ବାର୍ଡ ଫ୍ଲୁ ଆତଙ୍କ
ଆଲାପୁଝା (କେରଳ): କେରଳର ଆଲାପୁଝା ଜିଲ୍ଲାର ଦୁଇଟି ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଥିବା ସୂଚନା ମିଳିଛି। ଜିଲ୍ଲାର ଇଡାଥା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧ ଓ ଚେରୁଥାନା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୩ରେ କିଛି ଗୃହପାଳିତ ବତକଙ୍କ ଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁର ଲକ୍ଷଣ ଥିବା ବତକଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳର ଏକ ଲାବୋରେଟୋରୀକୁ ପଠାଯିବା ପରେ ଏହା ନିଶ୍ଚିତ ହୋଇଥିଲା। ନମୁନରେ ଏଭିଆନ୍ ଇନଫ୍ଲୁଏଞ୍ଜା (ଏଚ୍୫ଏନ୍୧) ମିଳିଥିବା [...]
Odiaପଶ୍ଚିମବଙ୍ଗରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା, ୨୦ ଆହତ
କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସା ଘଟିଛି । ହିଂସାରେ ୨୦ ଜଣ ଆହତ ହୋଇଛନ୍ତି। ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରା ସମୟରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ମହିଳା ଆହତ ହୋଇଛନ୍ତି। ଏହାଛଡ଼ା କିଛି ଲୋକ ଛାତ ଉପରୁ ରାମ ନବମୀ ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ । ଏହାର ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ [...]
Odiaଆଜି ୨୪ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ, ପ୍ରଚଣ୍ଡ ଖରା ପାଇଁ ଆଜିଠୁ ତିନିଦିନ ସ୍କୁଲ ଛୁଟି
ଭୁବନେଶ୍ବର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଦିନରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ରାତିରେ ଅସହ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ସମସ୍ତ ସ୍କୁଲକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ [...]
Odiaରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ
ଭୁବନେଶ୍ୱର – ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହୋଇଥିବା ବେଳେ ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ( ଦେଶରେ ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ । ଏପ୍ରିଲ ୨୫ ପ୍ରାର୍ଥିପତ୍ର ଦାଖଲର [...]
Odiaଶ୍ରୀମନ୍ଦିରରେ ରାମ ନବମୀ ନୀତି ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ
ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଯାଇଛି । ସ୍ୱୟଂ ପ୍ରଭୁ ଶୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥିଲା । ୨ଜଣ ମହାଜନ ସେବକ ଦଶରଥ [...]
