Odiaଆପକୁ ପୁଣି ଝଟକା, ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଦିନକ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍)କୁ ପୁଣି ଏକ ବଡ଼ ଝଟକା ଲାଗିଛି । ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ୧୦ ଘଣ୍ଟା ପଚରାଉଚରା ପରେ ଇଡି ଗିରଫ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଅମାନତୁଲ୍ଲା ଖାନ ଗୁରୁବାର ଇଡିରେ ହାଜର ହୋଇଥିଲେ। ଓଖଲା ବିଧାୟକ ଅମାନତୁଲ୍ଲା ଖାନ ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବାବେଳେ ୩୨ ଜଣଙ୍କୁ ବେଆଇନ ଭାବେ ନିଯୁକ୍ତ କରିଥିବା [...]
Odiaଆସନ୍ତାକାଲିଠୁ ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ପଡ଼ିବ ଭୋଟ୍, ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ
ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଲୋକସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନୀ ମହାପର୍ବର ହେବ ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ମୋଟ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ଯେଉଁ ହାଇ ପ୍ରୋଫାଇଲ୍ ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ସର୍ବାନନ୍ଦ [...]
Odia୪୦ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୩୨ ସହର, ୪୩.୬ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ଆଜି ୩୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଛି। ଭୁବନେଶ୍ୱର ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚଳିତ ମାସ ୫ ତାରିଖରେ ରାଜଧାନୀରେ ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିଲା। ଆଜି ବୋୖଦ୍ଧରେ ୪୩ ଦଶମିକ ୫ ଓ ଅନୁଗୁଳରେ ୪୩ ଦଶମିକ [...]
Odiaନିରପେକ୍ଷ ଭେନ୍ୟୁରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପାଇଁ ରୋହିତ ଆଗ୍ରହୀ
ନୂଆଦିଲ୍ଲୀ: ଭାରତର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ନିୟମିତ ଟେଷ୍ଟ ସିରିଜ୍ ଖେଳିବା ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ନିରପେକ୍ଷ ସ୍ଥାନରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିବାରେ ତାଙ୍କର କୌଣସି ଅସୁବିଧା ନାହିଁ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର “ଶକ୍ତିଶାଳୀ ବୋଲିଂ ଆକ୍ରମଣ” ବିପକ୍ଷରେ ଏହା ଏକ ବଢ଼ିଆ ମୁକାବିଲା ହେବ ବୋଲି ସେ କହିଛନ୍ତିି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ [...]
Odiaଭିଆରଏସ ନେଲେ ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ ସିଂହ
ଭୁବନେଶ୍ୱର – ୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ସ୍ୱେଚ୍ଛାକୃତ ଅବସର -ଭିଆରଏସ ପାଇଁ ତାଙ୍କ ଆବେଦନକୁ ମଞ୍ଜୁର କରିଛି ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡିଜି ଥିଲେ। ତେବେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଓଡ଼ିଶା ପୋଲିସର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଥିଲେ ସଞ୍ଜୟ ସିଂହ। ୨୦୨୧ରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। [...]
Odiaଭିଭିପାଟ୍-ଭୋଟ୍ ମେଳ ନେଇ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସହିତ ଇଭିଏମ୍ ଜରିଆରେ ଦିଆଯାଉଥିବା ଭୋଟ୍ ର ଶତ ପ୍ରତିଶତ ମେଳ କରିବା ପାଇଁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ନିର୍ବାଚନ କମିଶନଙ୍କ ଜବାବ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଭିଭିପାଟ୍ ମେସିନରେ ସ୍ୱଚ୍ଛ ବଦଳରେ ଅସ୍ପଷ୍ଟ କାଚ ଲଗାଇବା [...]
Odiaବିଜେଡିରେ ଯୋଗଦେଲେ କନ୍ଧମାଳ ବିଜେପି ନେତା କମଳାକାନ୍ତ
ଫୁଲବାଣୀ: କନ୍ଧମାଳରେ ବିଜେପିକୁ ଲାଗିଛି ତଗଡ଼ା ଝଟକା। ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ବିଜେପିର ଅନ୍ୟତମ ଟାଣୁଆ ନେତା କମଳାକାନ୍ତ ପାଣ୍ଡେ ତାଙ୍କର ଶତାଧିକ ଅନୁଗାମୀ, ଦଳର କିଛି ନିର୍ବାଚିତ ପ୍ରତିନିଧିଙ୍କ ସହ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ଵର ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ବିଜେଡି ସଦସ୍ୟତା ଗ୍ରହଣ କରିଛନ୍ତି କମଳାକାନ୍ତ। [...]
ମେଡିକାଲ ଜାମିନ ପାଇଁ କେଜ୍ରିୱାଲ ଜେଲରେ ମିଠା, ଆମ୍ବ ଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି, କୋର୍ଟରେ ଇଡିର ଦାବି

Odiaମେଡିକାଲ ଜାମିନ ପାଇଁ କେଜ୍ରିୱାଲ ଜେଲରେ ମିଠା, ଆମ୍ବ ଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି, କୋର୍ଟରେ ଇଡିର ଦାବି
ନୂଆଦିଲ୍ଲୀ: ଟାଇପ୍-୨ ଡାଏବେଟିସ୍ ଥିବା ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ମିଠା ଏବଂ ଆମ୍ବ ଭଳି ଉଚ୍ଚ ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି। ମେଡିକାଲ ଜାମିନ ପାଇବା ପାଇଁ ସେ ଜାଣିଶୁଣି ଏଭଳି ଶର୍କରା ଯୁକ୍ତ ଖାଦ୍ୟ ଖାଉଛନ୍ତି ବୋଲି ଇଡି ଗୁରୁବାର କୋର୍ଟଙ୍କୁ କହିଛି। ଇଡି ଓକିଲ ଗଣମାଧ୍ୟମକୁ କହିଛନ୍ତି, “କେଜ୍ରିୱାଲ ଜେଲରେ ପ୍ରତିଦିନ ଆମ୍ବ ଏବଂ ମିଠା ଖାଉଛନ୍ତି । ମଧୁମେହ ରୋଗୀଙ୍କ ପାଇଁ ଏପରି ଖାଦ୍ୟ ଠିକ୍ ନୁହେଁ। ଆମେ [...]
Odiaଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୁଣେ ସ୍ଥିତ ଏକ ବଙ୍ଗଳା ଏବଂ ସେୟାର ସହ ୯୮ କୋଟିର ସମ୍ପତ୍ତି ଜବତ କରିଛି। ଏହି ମାମଲା ବିଟକଏନ୍ ବ୍ୟବହାର ଦ୍ବାରା ନିବେଶକ ପାଣ୍ଠିରେ ଠକେଇ ସହ ଜଡିତ । ଇଡି ଏକ ବିବୃତ୍ତିରେ କହିଛି, ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ମଧ୍ୟରେ ଶିଳ୍ପାଙ୍କ ନାମରେ ଜୁହୁ (ମୁମ୍ବାଇ)ରେ ଥିବା ଏକ ଆବାସିକ ଫ୍ଲାଟ [...]
Odiaରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ, ୬୨ ଲକ୍ଷରୁ ଅଧିକ ଭୋଟର କରିବେ ମତଦାନ
ଭୁବନେଶ୍ୱର – ଦେଶରେ ଚତୁର୍ଥ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ସହ ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ମେ’ ୧୩ ତାରିଖରେ ୪ଟି ଲୋକସଭା ଆସନ ସହିତ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ [...]
