Odiaବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା : କଣ୍ଟାବାଞ୍ଜିରୁ ନବୀନ
ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ତାଲିକାରେ ୯ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ଦୁଇଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି ଦଳ । କଣ୍ଟାବାଞ୍ଜିରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବେ । ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡା ରୁ ରାଜେନ୍ଦ୍ର କୁମାର ଛତ୍ରିଆ, ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ, ଅନୁଗୁଳରୁ ସଞ୍ଜୁକ୍ତା ସିଂହ , ନିମାପଡ଼ାରୁ ଦିଲ୍ଲୀପ [...]
Odiaଏମକେସିଜି ପାଇଁ ଗୋୖରବ: ରାଜ୍ୟରେ ପ୍ରଥମ କରି ୯ ବର୍ଷ ଝିଅର ବିରଳ ଅସ୍ତ୍ରୋପଚାର
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ରାଜ୍ୟରେ ସ୍ବାସ୍ଥ୍ୟ ସେବାର ଅଗ୍ରଗତି ନେଇ ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ରାଜ୍ୟରେ ପ୍ରଥମ କରି ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର କରାଯାଇଛି। ୯ ବର୍ଷ ଝିଅର ଆଡ୍ରେନାଲ୍ ଗ୍ରନ୍ଥିର ଅପରେସନ୍ ସଫଳତାର ସହ ସମ୍ପନ୍ନ କରିଛନ୍ତି ଡାକ୍ତର ଟିମ୍। ଏମକେସିଜି ଏଣ୍ଡୋକ୍ରାଇନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ଖଣ୍ଡଦେଉଳି ଗାଁର ଏହି ନାବାଳିକା। [...]
Odiaପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ତିନି ଦିନ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର – ପ୍ରଖର ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ତିନି ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠୁ ୨୦ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆହୁରି ୨ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୨ [...]
Odiaରାମ ନବମୀରେ ଆଜି ଅଯୋଧ୍ୟାରେ ରାମଲାଲାଙ୍କ ହେବ ସୂର୍ଯ୍ୟତିଳକ
ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ସମଗ୍ର ଅଯୋଧ୍ୟା ସଜେଇ ହୋଇଛି । ଅଯୋଧ୍ୟାରେ ବିରାଜମାନ ପ୍ରଭୁ ରଘୁନନ୍ଦନଙ୍କ ପ୍ରଥମ ରାମନବମୀ ମଧ୍ୟ ସ୍ବତନ୍ତ୍ର ହେବ । ଆଜି ରାମଲାଲାଙ୍କ ହେବ ଅଲୌକିକ ସୂର୍ଯ୍ୟ ତିଳକ ବା ସୂର୍ଯ୍ୟାଭିଷେକ । ଆଜି ମଧ୍ୟାହ୍ନ ୧୨ଟାରେ ହେବ ଶ୍ରୀରାମଙ୍କ ଜନ୍ମ । [...]
Odiaଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ଶେଷ ହେବ ପ୍ରଚାର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଆଜି ଅପରାହ୍ନ ୫ଟାରେ ଶେଷ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ତାମିଲନାଡୁର ସମସ୍ତ ୩୯ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଉତ୍ତର ପ୍ରଦେଶର ୮ଟି ଆସନ, ଉତ୍ତରାଖଣ୍ଡ ୫ ଏବଂ ପଶ୍ଚିମବଙ୍ଗର ୩ଟି ଆସନରେ ମଧ୍ୟ ଭୋଟ ଗ୍ରହଣ ହେବ। ସେହିପରି ରାଜସ୍ଥାନର [...]
Odiaଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଲେ ଅମ୍ବାନୀ ଜୁନିଅର, ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା
ପୁରୀ – ବିବାହ ପୂର୍ବରୁ ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ସନ୍ଧ୍ୟାରେ ରିଲାଏନ୍ସ ଭେନ୍ଚର ଲିମିଟେଡ୍ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ କଡ଼ାସୁରକ୍ଷାରେ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ମା’ ବିମଳା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଥିଲେ ଅମ୍ବାନୀ ଜୁନିଅର। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନନ୍ତ [...]
Odiaପବିତ୍ର ଶ୍ରୀରାମ ନବମୀରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ପାଳନ କରାଯାଉଛି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ନବମୀ । ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ପ୍ରତ୍ଯେକଟି ଜୀବନ ମଙ୍ଗଳମୟ ହେଉ ବୋଲି ନିଜ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ।
Odiaବିଜୁବାବୁଙ୍କ ତିରୋଧାନ ଦିବସରେ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର – ଆଜି ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଓଡ଼ିଶା ରାଜନୀତିର ଏହି କିମ୍ବଦନ୍ତୀ ପୁରୁଷଙ୍କ ତିରୋଧାନକୁ ଆଜି ୨୭ ବର୍ଷ ହୋଇଛି । ଓଡ଼ିଶାର ଲୋକପ୍ରିୟ ନେତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଦିଆଯାଇ ସ୍ମୃତି ଚାରଣ କରାଯାଉଛି। ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ବିଜୁବାବୁଙ୍କ ପୁଣ୍ୟ ତିଥିକୁ ବିଜେଡି ପକ୍ଷରୁ ମଧ୍ୟ ପାଳନ କରାଯାଉଛି । ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି [...]
Odiaସକାଳୁ ସକାଳୁ ଡରାଇଲାଣି ତାତି, ସାଢେ ୮ ସୁଦ୍ଧା ୩୩ ଟପିଲାଣି ପାରଦ
ଭୁବନେଶ୍ୱର – ସକାଳୁ ସକାଳୁ ହିଁ ଡରାଇଲାଣି ତାତି । ଆଜି ମଧ୍ୟ ରାଜ୍ୟରେ ଏକ ଅସହ୍ୟ ଗରମ ଦିନ ଅନୁଭୂତ ହେବାକୁ ଯାଉଛି । ସକାଳ ସାଢେ ୮ଟା ବେଳକୁ ହିଁ ବଢିଲାଣି ତାତି । ଅନେକ ସହରରେ ୩୪ ଡିଗ୍ରୀ ସେଲସିୟସ ଛୁଇଁଛି ତାପମାତ୍ରା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସାଢେ ୮ଟା ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୪ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତାଳଚେରରେ [...]
Odiaଶ୍ରୀରାମ ନବମୀର ଆଧ୍ୟାତ୍ମିକ ଅନୁଚିନ୍ତା
ଭାରତ ଏକ ଅଧ୍ୟାତ୍ମ ପ୍ରଧାନ ଦେଶ । ଆମ ଏଠାରେ ପାଳିତ ପ୍ରତ୍ୟେକ ପର୍ବପର୍ବାଣୀ ଆଧ୍ୟାତ୍ମିକ ରହସ୍ୟରେ ସମୃଦ୍ଧ । ଆଜି ଆମେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରୁଛୁ । କିନ୍ତୁ ତା’ର ଆଧ୍ୟାତ୍ମିକ ଉଦ୍ଧେଶ୍ୟ ବିସ୍ମୃତ ହୋଇ ଯାଇଛୁ । ଏହି ପରିପ୍ରେକ୍ଷୀରେ ଶ୍ରୀରାମ ନବମୀ ବା ଶ୍ରୀରାମଙ୍କ ଜନ୍ମୋତ୍ସବ ପ୍ରଣିଧାନ ଯୋଗ୍ୟ । ଭାରତରେ ଏପରି ଜଣେ କେହି ହୁଏତ ନ ଥିବେ ଯିଏକି ରାମଙ୍କ ବିଷୟରେ ଜାଣି ନଥିବେ । ପ୍ରତ୍ୟେକ [...]
