Odiaଏସବିଆଇକୁ ପୁଣି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ମାର୍ଚ୍ଚ ୨୧ ସୁଦ୍ଧା ଦେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିନଥିବାରୁ ସୁପ୍ରିମକୋର୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)କୁ ଭର୍ତ୍ସନା କରିଛନ୍ତି । ବଣ୍ଡ୍ ତଥ୍ୟ ପ୍ରକାଶ କରିବାରେ ଏସବିଆଇ ଚୟନାତ୍ମକ ଆଭିମୁଖ୍ୟ ଗ୍ରହଣୀୟ ନୁହେଁ । ନିର୍ବାଚନୀ ବଣ୍ଡର ‘ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର’ ସହ ସମ୍ପୂର୍ଣ୍ଣ ବିବରଣୀ ମାର୍ଚ୍ଚ ୨୧ ଅପରାହ୍ନ ୫ଟା ସୁଦ୍ଧା ଦେବାକୁ ସୁପ୍ରିମକୋର୍ଟ ଏସବିଆଇକୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ବଣ୍ଡ୍ ନେଇ କୌଣସି ତଥ୍ୟ ଲୁଚା ଯାଇନାହିଁ ବୋଲି ଏକ ସତ୍ୟପାଠ [...]
Odiaନିର୍ବାଚନ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର – ରାଜ୍ୟରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରିବାକୁ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହେଉଛି । ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଛନ୍ତି। ନିର୍ବାଚନ ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି ଉପରେ ସମୀକ୍ଷା କରୁଛନ୍ତି ଡିଜିପି । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୈ।ମେନ୍ଦ୍ର ପ୍ରିୟଦର୍ଶୀ , ଏଡିଜି ( ଆଇନ ଶୃଙ୍ଖଳା) ସଂଜୟ କୁମାର ବୈଠକରେ ସାମିଲ ହୋଇଛନ୍ତି। ଭିଡିଓ କନଫରେନ୍ସିଂ [...]
Odiaଭ୍ଲାଦିମିର୍ ପୁଟିନ୍ ପଞ୍ଚମ ଥର ରୁଷ ରାଷ୍ଟ୍ରପତି ନିର୍ବାଚିତ
ମସ୍କୋ: ରୁଷ ରାଷ୍ଟ୍ରପତି ନିର୍ବାଚନରେ ପୁଣି ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ । ସେ ଲଗାତାର ପଞ୍ଚମ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏହି ନିର୍ବାଚନର ତାଙ୍କ ପ୍ରତିଦ୍ବନ୍ଦୀ କିଏ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଚ୍ଚ ୧୫ ରୁ ୧୭ ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିଲା | ଏଥିରେ ପୁଟିନ ରେକର୍ଡ ୮୮ ପ୍ରତିଶତ ଭୋଟ୍ ପାଇଥିବା ଦାବି ହୋଇଛି। ପୋଲଷ୍ଟର [...]
Odiaଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ, ସମନକୁ ବେଆଇନ କହିଲା ଆପ୍
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା। ତାଙ୍କୁ ଆଜି ଜେରା ପାଇଁ ହାଜର ହେବାକୁ କୁହାଯାଇଥିଲା । ହେଲେ କେଜ୍ରିୱାଲ ଇଡି ଆଗରେ ହାଜର ହେବେ ନାହିଁ। ଇଡି ନୋଟିସକୁ ବେଆଇନ ବୋଲି କହିଛି ଆପ୍। ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ନେଇ ଆପ୍ ପ୍ରତିକ୍ରିୟା ରଖିଛି । ଦଳ କହିଛି ଯେ ବିଜେପି କାହିଁକି ଇଡି [...]
Odiaନିର୍ବାଚନୀ ବଣ୍ଡ୍ ନେଇ ସୁପ୍ରିମକୋର୍ଟରେ ପୁଣି ପିଟିସନ, ମାର୍ଚ୍ଚ ୧, ୨୦୧୮ ରୁ ଏପ୍ରିଲ ୧୧, ୨୦୧୯ ପର୍ଯ୍ୟନ୍ତ ତଥ୍ୟ ସାର୍ବଜନୀନ କରିବାକୁ ଦାବି
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ନେଇ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନ ଦାୟର ହୋଇଛି। ଏଥିରେ ୧ ମାର୍ଚ୍ଚ ୨୦୧୮ ଠାରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ କିଣାଯାଇଥିବା ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିବାକୁ ଦାବି କରାଯାଇଛି । ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭ ହେବା ପରଠାରୁ ରାଜନୈତିକ ଦଳଗୁଡିକ ପାଇଥିବା ଚାନ୍ଦା ବିଷୟରେ ଭୋଟରମାନେ ଜାଣିବାକୁ ହକଦାର ବୋଲି ଆବେଦନରେ କୁହାଯାଇଛି । ଗତ ମାସରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କେନ୍ଦ୍ରର ନିର୍ବାଚନୀ ବଣ୍ଡ୍ [...]
Odiaରେଳ ପ୍ରକଳ୍ପ ବିରୋଧରେ ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ
କେନ୍ଦୁଝର – ପ୍ରସ୍ତାବିତ ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ଟ୍ରକ ମାଲିକ ସଂଘର ଡାକରାରେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ ହେଉଛି । କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ ବିରୋଧରେ ଏହି ବନ୍ଦ ପାଳନ କରାଯାଉଛି। ରେଳ ପ୍ରକଳ୍ପ ଯୋଗୁଁ ଟ୍ରକ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ଆଶଙ୍କାରେ ଟ୍ରକ ମାଲିକ ସଂଘ ଆଜି ପୁରା ଜିଲ୍ଲାରେ ବନ୍ଦ ଡାକରା ଦେଇଛି [...]
Odiaଆରସିବି ମହିଳା ପ୍ରିମିୟର ଲିଗ୍ ଚାମ୍ପିୟନ
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୁରୁଷ ଟିମ୍ ଯାହା ୧୬ ବର୍ଷ ଧରି କରିପାରି ନାହାଁନ୍ତି, ତାହା ମହିଳା ଦଳ ମାତ୍ର ଦ୍ବିତୀୟ ସଂସ୍କରଣରେ କରି ଦେଖାଇଛି । ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଆରସିବି ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଟାଇଟଲ୍ ଜିତିଛି । ରବିବାର ଅନୁଷ୍ଠିତ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ଆରସିବି। ଭଲ ଆରମ୍ଭ ସତ୍ତ୍ବେ ଦିଲ୍ଲୀ ଆରସିବିର ସ୍ପିନରଙ୍କ ଜାଲରେ ଫସି ଚଳିତ ବର୍ଷ ମଧ୍ୟ [...]
Odiaକାଳବୈଶାଖୀ ଯୋଗୁଁ କମିଛି ତାତି, ୨୧ ଯାଏଁ ଅନେକ ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା ଆଶଙ୍କା
ଭୁବନେଶ୍ୱର – ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି । ଅନେକ ଅଞ୍ଚଳରେ ଗରମରୁ ଆଶ୍ୱସ୍ତି ମିଳିଛି । ବିଶେଷକରି ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ଯୋଗୁଁ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଛି। ତେବେ, ଆସନ୍ତା ଚାରିଦିନ ରାଜ୍ୟରେ ବଜ୍ରପାତ ସହ ଝଡବର୍ଷା ଆଶଙ୍କା ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ। ଏଥିପାଇଁ ମାର୍ଚ୍ଚ ୧୯ ତାରିଖରେ ୧୨ଟି ଜିଲ୍ଲାକୁ ଅରେଞ୍ଜ ଓ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି [...]
Odiaଭାରତୀୟ ଧର୍ମ ଚେତନାରେ ପଞ୍ଚାୟତନ ଉପାସନା କଣ?
ଭାରତୀୟ ଧର୍ମ ଚେତନାରେଏହି ପଞ୍ଚାୟତନକୁ ପାଞ୍ଚଭାଗରେ ବିଭକ୍ତ କରାଯାଇଛି। ଯଥା :- (୧)ବୈଷ୍ଣବ ପଞ୍ଚାୟତନ, (୨)ଶାକ୍ତ ପଞ୍ଚାୟତନ, (୩)ଶୈବ ପଞ୍ଚାୟତନ, (୪) ସୌର ପଞ୍ଚାୟତନ, (୫)ଗାଣପତ୍ୟ ପଞ୍ଚାୟତନ। ଏହି ପଞ୍ଚାୟତନରେ ପଞ୍ଚାୟତନର ମୁଖ୍ୟ ଦେବତା ମଝିଭାଗରେ ବିରାଜମାନ କରନ୍ତି ଏବଂ ଅନ୍ୟ ଚାରିଜଣ ଦେବତା ତାଙ୍କୁ ଘେରି ଚାରିପାଖରେ ବିରାଜମାନ କରନ୍ତି। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ବିଗ୍ରହର ଉପାସନା ହୁଏନାହିଁ। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ସ୍ବୟଂମ୍ଭୁ ପ୍ରାକୃତିକ ଶିଳାର ଉପାସନା ହୁଏ। ଯାହା ସିଧାସଳଖ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବିଦୁଷହ୍ନ ପ୍ରଭୁ ବିରାଟମୟ ଦୀସା । ବହୁ ମୁଖ କର ପଗ ଲୋଚନ ସୀସା ॥ ଜନକ ଜାତି ଅବଲୋକହିଂ କୈସେଂ । ସଜନ ସଗେ ପ୍ରିୟ ଲାଗହିଂ ଜୈସେଂ ॥ ଭାବାର୍ଥ :- ପ୍ରଜ୍ଞାବାନ ବିଦ୍ବାନ ଲୋକଙ୍କୁ ପ୍ରଭୁ ବିରାଟ ରୂପରେ ଦେଖାଦେଲେ, ଯେଉଁ ରୂପରେ ଅନେକ ମୁଁହ, ଅନେକ ହାତ, ପାଦ, ଆଖି ଆଉ ଅନେକ ମୁଣ୍ଡ ଥିଲା । ମହାରାଜା ଜନକଙ୍କ ପରିବାରର ସମନ୍ଧି ଲୋକେ ପ୍ରଭୁଙ୍କୁ [...]
