Odiaଜାମ୍ମୁ କାଶ୍ମୀରର ଗୁଲମର୍ଗରେ ହିମସ୍ଖଳନ, ଜଣେ ମୃତ, ଫସିଛନ୍ତି ଅନେକ ବିଦେଶୀ ପର୍ଯ୍ୟଟକ
ଗୁଲମର୍ଗ: ଜମ୍ମୁ କାଶ୍ମୀରର ଗୁଲମର୍ଗରେ ଗୁରୁବାର ହିମସ୍ଖଳନ ଯୋଗୁଁ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ କିଛି ଲୋକ ବରଫ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଅଧିକାଂଶ ପର୍ଯ୍ୟଟକ ସ୍କିଂର ମଜା ଉଠାଉଥିବା ବେଳେ ଏହି ଘଟଣା ଘଟିଥିଲା । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ [...]
Odiaଆଘାତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଲେ ସାମି
ନୂଆଦିଲ୍ଲୀ: ବାମ ଗୋଇଠିରେ ଆଘାତ ଯୋଗୁଁ ଦ୍ରୁତ ବୋଲର ମହମ୍ମଦ ସାମି ଆଇପିଏଲ୍ ୨୦୨୪ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ସୂତ୍ରରୁ ଏହି ସୂଚନା ମିଳିଛି । ଲଣ୍ଡନରେ ସାମିଙ୍କ ଅସ୍ତ୍ରୋପଚାର ହେବ । ଏହି ୩୩ ବର୍ଷୀୟ ବୋଲର ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ଖେଳୁ ନାହାଁନ୍ତି। ସେ ଶେଷ ଥର ନଭେମ୍ବର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଖେଳିଥିଲେ। ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, [...]
Odiaବାଇଜୁସର ମାଲିକଙ୍କ ବିରୋଧରେ ଇଡିର ଲୁକ୍ଉଆଟ୍ ନୋଟିସ୍
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଡଟେକ୍ କମ୍ପାନୀ “ବାଇଜୁସ”ର ମାଲିକ ତଥା ସିଇଓ ବାଇଜୁ ରବ୍ରିନ୍ଦନଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଇଡି ରବ୍ରିନ୍ଦନଙ୍କ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗର ହୋଇଛି । ସେ ଯେପରି ଦେଶ ଛାଡ଼ି ନ ଯିବେ ସେଥିପାଇଁ ତାଙ୍କ ବିରୋଧରେ ଲୁକ୍ଉଆଟ୍ ନୋଟିସ୍ ଜାରି କରିବାକୁ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ)କୁ କହିଛି ଇଡି । ରବିନ୍ଦ୍ରନଙ୍କ ବିରୋଧରେ ପୂର୍ବରୁ ‘ଏଲ୍ଓସି ଅନ୍ [...]
Odiaଚଣ୍ଡୀପଦର ନର୍ସିଂ ସ୍କୁଲରେ ୧୩ ଛାତ୍ରୀ ଅସୁସ୍ଥ
ବ୍ରହ୍ମପୁର: ସହର ଉପକଣ୍ଠ ଚଣ୍ଡୀପଦର ଠାରେ ଥିବା ନର୍ସିଂ ସ୍କୁଲର ୧୩ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଏମକେସିଜି ଅନ୍ତଃଚିକିତ୍ସା ବିଭାଗରେ ଓ ଅନ୍ୟମାନଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷାକ୍ତ (ଫୁଡ ପଏଜନିଂ) ହୋଇ ଏମାନେ ଅସୁସ୍ଥ ହୋଇପଡ଼ିବାରୁ ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। ୩ ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଗତକାଲି [...]
ଟମାଟୋ, ଅଣ୍ଡା, ଗୁଳିମାଡକୁ ଭୟ ନାହିଁ, ଲୋକଙ୍କ ପାଖକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ: କାର୍ତ୍ତିକ ପାଣ୍ଡିଆନ

Odiaଟମାଟୋ, ଅଣ୍ଡା, ଗୁଳିମାଡକୁ ଭୟ ନାହିଁ, ଲୋକଙ୍କ ପାଖକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ: କାର୍ତ୍ତିକ ପାଣ୍ଡିଆନ
ବେଲଗୁଣ୍ଠା – ଦିନିକିଆ ଗଞ୍ଜାମ ଗସ୍ତରେ ଆସି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ଏହି ସଭାରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି ଯେ, ସେ କାହାକୁ ଭୟ କରନ୍ତି ନାହିଁ କି ବିରୋଧ ମଧ୍ୟରେ ସେ ଲୋକଙ୍କ ପାଖକୁ ଯିବା କେବେ ବି ବନ୍ଦ କରିବେ ନାହିଁ। ତାଙ୍କ ଉପରେ ଟମାଟୋ ମାଡ ହେଉ ବା ଅଣ୍ଡା, ଚପଲ, [...]
Odia୩୬୮ ହିନ୍ଦି, ୨୦୮ ସଂସ୍କୃତ ଶିକ୍ଷକ ନିଯୁକ୍ତ: ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ପିଲାଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର – ଆଜି ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦି ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦି ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ କନ୍ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବର ଆୟୋଜନ ସହିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ [...]
Odiaଗଞ୍ଜାମ ଗସ୍ତରେ କାର୍ତ୍ତିକ ପାଣ୍ଡିଆନ: ବେଲଗୁଣ୍ଠାରେ ଜନସଭାରେ ଉଦବୋଧନ
ବ୍ରହ୍ମପୁର – ଦିନିକିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲାର ବେଲଗୁଣ୍ଠା ଗସ୍ତରେ ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ପାଣ୍ଡିଆନ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଲ୍ଲେଖ କରିବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ୫-ଟି ଅଧ୍ୟକ୍ଷ କହିଛନ୍ତି ଯେ, ଲୋକେ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ। ମାତ୍ର ସେ ସେପରି ଲୋକ ନୁହଁନ୍ତି [...]
Odiaଗଞ୍ଜାମ ଉପକୂଳରେ ହମ୍ପବ୍ୟାକ୍ ଡଲଫିନ୍ ଠାବ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉପକୂଳରେ ପ୍ରାୟ ୧୫ଟି ହମ୍ପବ୍ୟାକ୍ ପ୍ରଜାତିର ଡଲଫିନ୍ ଠାବ ହୋଇଛନ୍ତି। ଗୋଖରକୁଦାରୁ ପୁରୁଣାବନ୍ଧ ମଧ୍ୟରେ ବଙ୍ଗୋପସାଗର ଜଳରାଶିରେ ଏମାନେ ପହଁରୁଥିବା ଦେଖିବାକୁ ମିଳିଥିଲା। ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ଦୃଷ୍ଟିରୁ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ବନ ବିଭାଗ କର୍ମଚାରୀଙ୍କ ନଜରରେ ଏହା ଆସିଥିଲା। ବ୍ରହ୍ମପୁର ଡିଏଫ୍ଓ ସନ୍ନି ଖୋକର୍ ଏହି ସୂଚନା ଦେଇଛନ୍ତି। ଜୈବ ବିବିଧତାରେ ଭରପୁର ଗଞ୍ଜାମ ଜିଲ୍ଲାର ବଙ୍ଗୋପସାଗର ଉପକୂଳରେ ହମ୍ପବ୍ୟାକ୍ ଓ ବଟଲନୋଜ୍ ପ୍ରଜାତିର [...]
Odiaଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠିକଣାରେ ସିବିଆଇ ଚଢ଼ାଉ
ନୂଆଦିଲ୍ଲୀ: କିରୁ ଜଳ ବିଦ୍ୟୁତ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ସିବିଆଇ ଗୁରୁବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠିକଣା ସହ ୨୯ଟି ସ୍ଥାନରେ ଚଢ଼ାଉ କରିଛି। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲା ୨,୨୦୦ କୋଟି ଟଙ୍କାର କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର୍ ପ୍ରୋଜେକ୍ଟ (ଏଚ୍ଇପି) ପାଇଁ ଟେଣ୍ଡର ଆବଣ୍ଟନରେ ଦୁର୍ନୀତି ସହ ଜଡ଼ିତ। ସତ୍ୟପାଲ ମଲିକ ୨୩ ଅଗଷ୍ଟ ୨୦୧୮ ରୁ ୩୦ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ। ମଲିକ [...]
Odiaକେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସପ୍ତମ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଇଡି ତାଙ୍କୁ ଫେବୃଆରୀ ୨୬ରେ ଜେରା ପାଇଁ ହାଜର ହେବାକୁ କହିଛି। ଏହା ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କୁ ୬ ଥର ନୋଟିସ୍ ପଠାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଇଡିର ସମନକୁ ବେଆଇନ ବୋଲି କହିଥିଲା ଆପ୍ । ଦଳ କହିଥିଲା ଇଡି ସମନ ବୈଧତା ମାମଲା ବର୍ତ୍ତମାନ କୋର୍ଟରେ [...]
