Odiaରାଜ୍ୟ କଂଗ୍ରେସ ନେତୃତ୍ବ ଉପରେ ବିଷୋଦଗାର କରି ଦଳ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ
ଢେଙ୍କାନାଳ – ନିର୍ବାଚନ ପାଖେଇ ଆସୁଥିବା ବେଳେ ଗୋଟିଏ ପରେ ଗୋଟିଏ ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକ କଂଗ୍ରେସ ଛାଡିବାରେ ଲାଗିଛନ୍ତି। ଆଜି ଦଳର ଅନ୍ୟତମ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସର ହାତ ଛାଡି ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଛନ୍ତି। ରାଜ୍ୟର କଂଗ୍ରେସ ନେତୃତ୍ବ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ନବୀନ ଦାସ। [...]
Odiaଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ସେ ସମ୍ମାନ ଦିଅନ୍ତି [...]
Odiaକାଲିଠାରୁ ମ୍ୟାଟ୍ରିକ ପରୀକ୍ଷା, ଏଥର ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ
ଭୁବନେଶ୍ୱର – ଚାଲିଛି ପରୀକ୍ଷା ଋତୁ । ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩ ହଜାର ୪୭ଟି କେନ୍ଦ୍ର କରାଯାଇଛି। ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। [...]
Odiaବିଦେଶରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତିନିଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର – ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ। ବିଦେଶରେ ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଖଲ୍ଲିକୋଟ ଲଙ୍ଗଳେଶ୍ବରର ପେଣ୍ଡୁରାପଲ୍ଲୀର ପ୍ରଭାତ ଦଳାଇ ନାମକ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତିମାନେ ଆନ୍ଧ୍ର ପ୍ରଦେଶର। ସେମାନେ ହେଲେ ସି. ମୋହନ [...]
Odiaଭୁବନେଶ୍ୱରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଆରମ୍ଭ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱଠାରେ ଆରମ୍ଭ ହୋଇଛି ଦୁଇଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’। ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ବ, ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ରର ବିଶେଷଜ୍ଞଙ୍କ ସହ ନୀତି ନିର୍ଦ୍ଧାରକ ଓ ଓଡ଼ିଶା ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଶିକ୍ଷାବିତ୍, ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷକମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। [...]
Odiaକନ୍ଧମାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ
ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି ଲକ୍ଷ୍ମୀ ବସ୍ ସେବା । ଫୁଲବାଣୀର କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭର୍ତୁଆଲରେ ଉଦ୍ଘାଟନ କରିଥିଲେ ଏହି ବସ୍ ସେବା। ଏହି ଯୋଜନାରେ ପ୍ରାଥମିକ ଭାବେ ୧୩ ଟି ବସ୍ ଆଜି ଚାଲିବ। ମୋଟ ୫୦ଟି ବସ୍ ଜିଲ୍ଲାକୁ ଦିଆଯିବ। ଲୋକେ କମ୍ ଖର୍ଚ୍ଚରେ ଯାଇପାରିବେ ଏବଂ ଲୋକଙ୍କ ସହ ଲୋକଙ୍କୁ ଏହି ବସ୍ ସେବା ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। [...]
Odiaମାଆ ପୁଅର ମୃତଦେହ ଉଦ୍ଧାର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ଚୁଡିଆଲାଞ୍ଜି ଗ୍ରାମରେ ମାଆ ଓ ନାବାଳକ ପୁଅର ମୃତଦେହ ଘର ଭିତରେ ଆଜି ସକାଳେ ଉଦ୍ଧାର କରିଛି ପୋଲିସ। ଚଟାଣରେ ଗୋଟିଏ ଶେଜରେ ଦୁହେଁ ଶୋଇଥିବା ଅବସ୍ଥାରେ ରହିଥିଲେ। ମୃତକ ହେଉଛନ୍ତି ଡି. ମୋହନ ରାଓଙ୍କ ସ୍ତ୍ରୀ ଡି. ନିଲାବେଣୀ ଏବଂ ତାଙ୍କ ବଡ଼ ପୁଅ ଡି. ରିତ୍ବିକ୍। ନିଲାବେଣୀଙ୍କ ବେକରେ ଦାଗ ଚିହ୍ନ ରହିଥିବାରୁ ମୃତ୍ୟୁ ନେଇ ସନ୍ଦେହ ଉପୁଜିଛି। ସକାଳେ ବହୁ ବିଳମ୍ବ ସତ୍ତ୍ବେ ମାଆ [...]
Odiaକେଜ୍ରିୱାଲ ପୁଣି ଟାଳିଲେ ଇଡି ସମନ, ଆଜି ବି ହାଜର ହେବେନି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଷଷ୍ଠ ସମନକୁ ମଧ୍ୟ ଏଡ଼ାଇ ଦେଇଛନ୍ତି । ଆଜି ବି ସେ ଇଡିରେ ହାଜର ହେବେ ନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆପ୍ କହିଛି, ଇଡି ସମନ ବେଆଇନ। ଇଡି ସମନର ବୈଧତା ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ [...]
Odiaବେଆଇନ ବିକ୍ରି ହେଉଥିବା ୧.୨୦ ଲକ୍ଷ ଟଙ୍କାର ସେନା ୟୁନିଫର୍ମ ଜବତ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଓ ମିଲିଟାରୀ ଗୁଇନ୍ଦା ୟୁନିଟ୍ ମିଳିତ ଚଢାଉ କରି ଷ୍ଟାଡିୟମ୍ ନିକଟ ଗଞ୍ଜାମ ଗାଲାକ୍ସି ଷ୍ଟୋରରୁ ସେନା କମ୍ବାଟ୍ ୟୁନିଫର୍ମ ଜବତ କରିଛି। ସମୁଦାୟ ୪୮୮ ମିଟର ୟୁନିଫର୍ମ କପଡ଼ା ତଥା ରେଡିମେଡ୍ ପୋଷାକ ଯାହାର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ତାହା ଜବତ କରାଯାଇଛି। ଟାଉନ୍ ଥାନାରେ କେସ୍ ନମ୍ବର ୫୭/୨୪ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ସମ୍ପୃକ୍ତ ଦୋକାନ ମାଲିକ ଏହାକୁ କୋଲକାତା [...]
Odiaଏନସିପି ମାମଲା: ଶରଦ ପାୱାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଦଳକୁ ପ୍ରକୃତ ଏନସିପି ଘୋଷଣା କରିବା ନେଇ ନିର୍ବାଚନ କମିଶନର ରାୟକୁ ଚ୍ୟାଲେଞ୍ଜ କରି ଶରଦ ପାୱାରଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ଖଣ୍ଡପୀଠ ଶରଦ ପାୱାରଙ୍କ ଆବେଦନ ଶୁଣାଣି କରିବେ। ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ ଶରଦ ପାୱାର ଗୋଷ୍ଠୀର ଆବେଦନ ତୁରନ୍ତ ତାଲିକାଭୁକ୍ତ କରିବାକୁ ରାଜି ହୋଇଥିଲେ। ନିର୍ବାଚନ କମିଶନ ଫେବୃଆରୀ [...]
