Odiaବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦେଇ କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ପୋଷ୍ଟର
ବଲାଙ୍ଗୀର – କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି । ତାଙ୍କୁ ହତ୍ୟା କରିବା ପାଇଁ କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି । ପୋଷ୍ଟରରେ ଲାଲ ରଙ୍ଗରେ ହତ୍ୟା ଧମକ ଲେଖା ଯାଇଛି । ୧୫ ଦିନ ଭିତରେ ବିଧାୟକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଇଛି । କିଏ ଏହି ପୋଷ୍ଟର ଲଗାଇଛି ତାହା ଜଣାପଡ଼ିନାହିଁ । କଣ୍ଟାବାଞ୍ଜି ପୋଲିସ ପୋଷ୍ଟର ଗୁଡିକ ଜବତ କରି [...]
Odiaଚଣ୍ଡିଗଡ଼ ମେୟରଙ୍କ ଇସ୍ତଫା, ବିଜେପିରେ ମିଶିଲେ ତିନି ଆପ୍ କର୍ପୋରେଟର
ଚଣ୍ଡିଗଡ଼: ବିଜେପି ନେତା ମନୋଜ ସୋନକର ରବିବାର ଚଣ୍ଡିଗଡ଼ର ମେୟର ପଦରୁ ଇସ୍ତଫା ଦେଇଛନ୍ତି । ମେୟର ନିର୍ବାଚନରେ ଜାଲିଆତି ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣିର ଦିନକ ପୂର୍ବରୁ ସେ ପଦ ଛାଡିଛନ୍ତି । ସେପଟେ ତିନି ଜଣ ଆମ୍ ଆଦମୀ ପାର୍ଟି (ଆପ୍) କର୍ପୋରେଟର ବିଜେପିରେ ଯୋଗ ଦେଇଛନ୍ତି । ଚଣ୍ଡିଗଡ଼ ବିଜେପି ମୁଖ୍ୟ ଜତିନ୍ଦର ପାଲ ମଲହୋତ୍ରା କହିଛନ୍ତି ଯେ ସୋନକର ତାଙ୍କ ଇସ୍ତଫା ନିଗମ କମିଶନରଙ୍କ ନିକଟରେ ଦାଖଲ କରିଛନ୍ତି। ମଲହୋତ୍ରା କହିଛନ୍ତି, [...]
Odiaକୃଷକଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ପାଞ୍ଚ ବର୍ଷିଆ ଏମ୍ଏସପି ଯୋଜନା ପ୍ରସ୍ତାବ ଦେଲେ ସରକାର
ଚଣ୍ଡିଗଡ଼: କୃଷକ ନେତା ଓ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ମଧ୍ୟରେ ରବିବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି) ନେଇ ସରକାରଙ୍କ ତରଫରୁ କୃଷକଙ୍କୁ ଏକ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତାବ ଦିଆଯାଇଛି । ଆଲୋଚନା ପରେ ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଏମଏସପି ଦରରେ ସରକାର କୃଷକମାନଙ୍କ ଠାରୁ ଡାଲି, କପା ଭଳି ମୁଖ୍ୟ ଶସ୍ୟ କିଣିବା ପାଇଁ [...]
Odiaଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା ଥାନାଧିକାରୀଙ୍କୁ ମାଡ, ଦୋକାନ ଘରେ ପୁରାଇ ତାଲା ପକାଇଲେ ଜୁଆଡି
ବାଲେଶ୍ଵର – ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଅଭାବନୀୟ ଘଟଣା । ପାଟ୍ରୋଲିଂ ବେଳେ ମହିଳା ଥାନା ଅଧିକାରୀଙ୍କୁ ଲୋକଙ୍କ ଆକ୍ରମଣ ଅଭିଯୋଗ ହୋଇଛି । ଭୋଗରାଇ ବ୍ଲକ ତାଳସାରୀ ସାମୁଦ୍ରିକ ଥାନା ଅଧୀନସ୍ଥ ଉଦୟପୁର ଗାଁରେ ଏକ ଜୁଆ ଆଡ୍ଡାରେ ଚଢାଉ କରିବାକୁ ଯାଇଥିବା ବେଳେ ମହିଳା ଥାନା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ମାଡ ମାରିବା ସହ ଅଟକ ରଖିଥିବା ଅଭିଯୋଗ ହୋଇଛି। ଜୁଆଡିମାନେ ମହିଳା ଥାନାଧିକାରୀ ଓ ତାଙ୍କ ଡ୍ରାଇଭରଙ୍କୁ ଏକ ଦୋକାନ ଘରେ [...]
Odiaଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଅଧାରୁ ଅଧିକ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଆଜି ଆଉ ୫ଟି ଜିଲ୍ଲାରେ ଯୋଜନାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବସ୍ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଗତବର୍ଷ ଅକ୍ଟୋବରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ [...]
Odiaଭକ୍ତ ଶିରୋମଣି ଦାସିଆ ବାଉରୀ
(ଭକ୍ତ ଦାସିଆଙ୍କ ତିରୋଧାନ ଦିବସ ଅବସରରେ) ପୁରୀ ଜିଲ୍ଲାର ସାତସଙ୍ଖ ନିକଟବର୍ତ୍ତୀ ତେଇଶିପୁର ମୈାଜାର ରତ୍ନଚିରା ନଦୀ କୂଳରେ ପଲ୍ଲୀର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲିଗାଁ। ଭୁବନେଶ୍ଵର-ପୁରୀ ନଂ-୨୦୩ ଜାତୀୟ ରାଜପଥର ନିର୍ମଳାଛକରୁ କିମ୍ବା ଡେଲାଙ୍ଗ ଓ ଜେନାପୁର ରେଳଷ୍ଟେସନଠାରୁ ଏହି ଗାଁକୁ ରାସ୍ତା ରହିଛି। ରାସ୍ତାର ଦୁଇକଡରେ ଧାଡି ଧାଡି ନଡିଆଗଛ। ରତ୍ନଚିରା କେନାଲ ବନ୍ଧ ନିକଟରେ ଅବସ୍ଥିତ ଏହି ପୁଣ୍ୟପୀଠ ହେଉଛି ଦାସିଆ ବାଉରିଙ୍କ ଜନ୍ମ,କର୍ମ,ସାଧନା ଓ ମହାସମାଧିର ସ୍ଥଳ। ଭକ୍ତ ଦାସିଆ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଭରତ ସରିସ ପ୍ରିୟ କୌ ଜଗ ମାହୀଂ । ହିଁ ସଗୁନ ଫଲୁ ଦୂସର ନାହୀଂ ॥ ରାମହି ବଂଧୁ ସୋଚ ଦିନ ରାତୀ । ଅଂଡହ୍ନି କମଠ ହୃଦୟ ଜେହିଂ ଭାଁତୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ମାତା ସୀତାଙ୍କୁ କହିଲେ, ଭାଇ ଭରତଙ୍କ ପରି ଆମକୁ ଆଉ କେହି ଏ ସାରା ଦୁନିଆରେ ପ୍ରିୟ ନୁହନ୍ତି ! ଶ୍ରୀରାମଚନ୍ଦ୍ରଙ୍କର ମନରେ ଭାଇ ଭରତଙ୍କୁ ମନେ ପକାଇ ଦିନରାତି [...]
Odiaଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ ଭାବରେ କରିଥାଏ [...]
୫-ଟି ଅଧ୍ୟକ୍ଷଙ୍କ ଅନ୍ଧାରୁଆ ବାୟୋଟେକ୍ ପାର୍କ ସ୍ଥିତ ସାପିଜେନ୍ ବାୟୋଲଜିକ୍ସ ପରିଦର୍ଶନ, ମେ’ ରୁ ବ୍ୟବସାୟିକ ଟିକା ଉତ୍ପାଦନ
ଭୁବନେଶ୍ୱର – ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍ ପାର୍କସ୍ଥିତ ସାପିଜେନ୍ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନ କ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟିକା ଉତ୍ପାଦନ ପ୍ଲାଣ୍ଟ ଦେଶର ସର୍ବବୃହତ୍ ଟିକା ଉତ୍ପାଦନ ପ୍ଲାଣ୍ଟ ଭାବେ ପରିଗଣିତ ହେବ । ୫-ଟି ଅଧ୍ୟକ୍ଷ [...]
Odiaଧୋନି ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଦଳର ଅଧିନାୟକ ମନୋନୀତ
ନୂଆଦିଲ୍ଲୀ: ଆଇକନିକ୍ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନିଙ୍କୁ ରବିବାର ସର୍ବକାଳୀନ ଶ୍ରେଷ୍ଠ ଆଇପିଏଲ୍ ଦଳର ଅଧିନାୟକ ଭାବେ ନାମିତ କରାଯାଇଛି। ୨୦୦୮ରେ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ଲୋକପ୍ରିୟ ଟି-୨୦ ଲିଗର ସଫଳତା ପାଳନ କରିବା ପାଇଁ ଏହି ଦଳ ମନୋନୀତ କରାଯାଇଛି | ଫେବୃଆରୀ ୨୦ରେ ପ୍ରଥମ ଆଇପିଏଲ୍ ନିଲାମର ୧୬ ବର୍ଷ ପୂର୍ତ୍ତି ହେବ । ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ତଥା ପ୍ରାୟ ୭୦ ସାମ୍ବାଦିକଙ୍କ ସହାୟତାରେ [...]
