Odiaମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର – ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି। ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା [...]
Odiaଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ, ରାଜକୋଟରେ ଇଂଲଣ୍ଡକୁ ୪୩୪ ରନରେ ହରାଇଲା, ୨-୧ରେ ସିରିଜ୍ ଅଗ୍ରଣୀ
ରାଜକୋଟ୍: ତୃତୀୟ ଟେଷ୍ଟକୁ ରେକର୍ଡ ବ୍ୟବଧାନରେ ଜିତିଛି ଭାରତ। ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ଦ୍ୱିଶତକ ପରେ ଲୋକାଲ ବୟ ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇଛି । ରନ୍ ଦୃଷ୍ଟିରୁ ଏହା ଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ । ଏହା ପୂର୍ବରୁ ଭାରତ ୨୦୨୧ରେ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନରେ ହରାଇଥିଲା । ଭାରତ ପ୍ରଦତ୍ତ ୫୫୭ ରନ୍ର ବିଶାଳ ଟାର୍ଗେଟକୁ ପିଛା କରିବାକୁ [...]
Odiaଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ, ପ୍ରଥମ ଥର ଏସୀୟ ଟିମ୍ ଚାମ୍ପିୟନସିପରେ ଜିତିଲା ସ୍ୱର୍ଣ୍ଣ
ଶାହା ଆଲାମ (ମାଲେସିଆ): ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍। ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପର ରବିବାର ରୋମାଞ୍ଚକର ଫାଇନାଲରେ ଥାଇଲ୍ୟାଣ୍ଡକୁ ୩-୨ରେ ହରାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛି। ପିଭି ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭଲ ପ୍ରଦର୍ଶନ ଜାରି ରଖି ଦୁଇଥର ବ୍ରୋଞ୍ଜ ପଦକ ବିଜେତା ଥାଇଲ୍ୟାଣ୍ଡକୁ ପରାସ୍ତ କରିଛି। ତେବେ ଥାଇଲ୍ୟାଣ୍ଡ ଏହାର ଦୁଇ ଶ୍ରେଷ୍ଠ ଖେଳାଳି ବିଶ୍ୱ ନମ୍ବର [...]
Odiaରାଜକୋଟରେ ଯଶସ୍ବୀଙ୍କ ଡବଲ ଧମାକା, ଇଂଲଣ୍ଡକୁ ୫୫୭ ରନର ବିଶାଳ ଟାର୍ଗେଟ୍
ରାଜକୋଟ୍: ଯଶସ୍ବୀ ଜୈସୱାଲଙ୍କ ଲଗାତାର ଦ୍ବିତୀୟ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୫୫୭ ରନ୍ର ବିଶାଳ ଲକ୍ଷ୍ୟ ଦେଇଛି। ପ୍ରଥମ ଇନିଂସ ଭିତ୍ତିରେ ୧୨୬ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ୪୩୦/୪ ରନ୍ ସ୍କୋରରେ ପାଳି ଘୋଷଣା କରିଛି। ତୃତୀୟ ଦିବସରେ ୧୦୪ ରନ୍ କରି ରିଟାୟର ହର୍ଟ ହୋଇ ପ୍ୟାଭିଲିୟନ ଲେଉଟିଥିବା ଯଶସ୍ବୀ ଆଜି ଚତୁର୍ଥ ଦିନରେ କ୍ରିଜକୁ ଫେରି ଦ୍ୱିଶତକ ପୂରଣ କରିଥିଲେ। ଯଶସ୍ବୀ [...]
Odiaଧରାକୋଟ: ସ୍ତ୍ରୀ କାଟିଦେଲା ସ୍ୱାମୀର ବେକ
ଭଞ୍ଜନଗର: ପାରିବାରିକ କଳହର ବିଷମ ପରିଣତି। ସ୍ତ୍ରୀ ହିଁ ମରଣାନ୍ତକ ଆକ୍ରମଣ କରି ସ୍ବାମୀଙ୍କ ଜୀବନ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ବରିଗୁଡା ଗ୍ରାମରେ ଏଭଳି ଏକ ଘଟଣା କାଲି ରାତିରେ ଘଟିଛି। ପତ୍ନୀଙ୍କ ଆକ୍ରମଣରେ ସେହି ଗ୍ରାମର ୪୫ ବର୍ଷୀୟ ରୋହିତ ପାତ୍ର ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବେକ ଓ ପିଠିକୁ ସ୍ତ୍ରୀ କସ୍ତୁରୀ ପାତ୍ର ଧାରୁଆ ଛୁରୀରେ ଗମ୍ଭୀର [...]
Odiaଆଜି ଭାରତୀୟ ଦଳ ସହ ଯୋଗଦେବେ ଅଶ୍ୱିନ୍
ରାଜକୋଟ୍: ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଅଫ୍ ସ୍ପିନର ଆର୍ ଅଶ୍ୱିନ୍ ଆଜି ଭାରତୀୟ ଦଳ ସହ ଯୋଗଦେବେ । ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଚତୁର୍ଥ ଦିନର ଲଞ୍ଚ ବିରତି ସୁଦ୍ଧା ଅଶ୍ବିନ ଦଳ ସହ ଯୋଗଦେବେ ବୋଲି ବିସିସିଆଇ ରବିବାର ଟ୍ୱିଟ୍ କରି ସୂଚନା ଦେଇଛି। ମା’ଙ୍କ ଅସୁସ୍ଥତା କାରଣରୁ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଅଶ୍ୱିନ ଚେନ୍ନାଇ ଚାଲି ଯାଇଥିଲେ। ବିସିସିଆଇ [...]
Odiaଆଜି କୃଷକ-କେନ୍ଦ୍ର ଚତୁର୍ଥ ପର୍ଯ୍ୟାୟ ଆଲୋଚନା
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଦାବି କରି ହରିୟାଣା ନିକଟ ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ସହ ଆଜି କେନ୍ଦ୍ର ମନ୍ତ୍ରୀ କମିଟିର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବ। ସର୍ବନିମ୍ନ ସହାୟତା ମୂଲ୍ୟର ଗ୍ୟାରେଣ୍ଟି ଦେବା ପାଇଁ ଏକ ନିୟମ ଆଣିବାକୁ କୃଷକ ସଂଗଠନ ନିଜ ଦାବିରେ ଅଟଳ ରହିଛନ୍ତି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଅନ୍ୟ ଏକ ସଂଗଠନ କିସାନ ମଜଦୁର ସଂଘ କମିଟିର ସୌରଭ ସିଂହ ପାନ୍ଧେର୍ କହିଛନ୍ତି, ‘ଯଦି [...]
Odiaଆସିକା ନିକଟରେ ବସ୍- ସ୍କୁଟି ଧକ୍କାରେ ୨ ମୃତ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ନିକଟ କୋଟିନଡା ଥାନା ଅର୍ନ୍ତଗତ କଲେଜ ଛକରେ ଏକ ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ସ୍କୁଟିରେ ଯାଉଥିବା ଦୁଇ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର କେ. ରାଜେଶ ଓ କୁନାଲ ସାହୁ। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଆସିକାରୁ ଭୁବନେଶ୍ୱର ଯାଉଥିବା ଏକ ବସ୍ ସହ ବିପରୀତ ଦିଗରୁ ଆସୁଥୁବା ସ୍କୁଟି ମୁହାଁମୁହିଁ [...]
Odiaଭଞ୍ଜନଗର ନିକଟ ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡିଗୋବା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶୀକାର ଉଦ୍ଦେଶ୍ୟରେ ଦେଶୀ ବନ୍ଧୁକରେ ବାରୁଦ ଭର୍ତ୍ତି କରୁଥିବା ବେଳେ ତାହା ବିସ୍ଫୋରିତ ହୋଇ ସ୍ବପ୍ନା ସାହୁ (୩୫) ନାମକ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସକାଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳି ପିଠିର ଗୋଟିଏ ପାଖରେ ପଶି ଆରପଟକୁ [...]
Odiaଭୁବନେଶ୍ୱର,କଟକ ସମେତ ଉପକୂଳ ଓଡିଶାରେ ଘନ କୁହୁଡି, ଯାତାୟତ ବାଧାପ୍ରାପ୍ତ
ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ବର, କଟକ ସମେତ ଉପକୂଳ ଓଡିଶାରେ ଅନେକ ସ୍ଥାନରେ ଆଜି ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ସକାଳୁ ସାମାନ୍ୟ ଥଣ୍ଡା ସାଙ୍ଗକୁ ଘନ କୁହୁଡି ଦେଖାଯାଇଛି । ଘନ କୁହୁଡିର ଆସ୍ତରଣ ଯୋଗୁଁ ଭୁବନେଶ୍ୱର ଓ କଟକରେ ୨୦ ମିଟର ଯାଏଁ କିଛି ଦେଖାଯାଉନାହିଁ । ଏଥିଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତି ଆଉ କିଛି ଦିନ ଲାଗିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
