Odiaଭାରତ ବର୍ଷରେ ଏକମାତ୍ର ଦ୍ରୋଣଚର୍ଯ୍ୟ ମୂର୍ତ୍ତି ପୂଜା ପାଆନ୍ତି ଓଡ଼ିଶାର ଜୟପୁର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରରେ
ଓଡ଼ିଶାର ପୁରାତନ ସହର ଜୟପୁରରେ ରହିଛି ବହୁ ପୁରାତନ ମନ୍ଦିର। ସେଥିମଧ୍ୟରୁ ସହରର ପୁରୁଣାଗଡ଼ ଠାରେ ଅବସ୍ଥିତ ପ୍ରାଚୀନ ନୀଳକଣ୍ଠେଶ୍ୱର ମନ୍ଦିର ଅନ୍ୟତମ। କୁହାଯାଏ ଯେ ପଞ୍ଚଦଶ ଶତାବ୍ଦୀରେ ଏହି ସହର ସୂର୍ଯ୍ୟବଂଶୀ ରାଜାଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।ଏହି ମନ୍ଦିର ପ୍ରାୟ ଛଅଶହ ବର୍ଷର ପୁରୁଣା । ମନ୍ଦିର ଓ ଦେବଦେବୀ: ମନ୍ଦିର ବେଢାରେ ବହୁ ପ୍ରାଚୀନ ମୂର୍ତ୍ତି ଶୋଭାପାଉଛି । ମନ୍ଦିରକୁ ପ୍ରବେଶ କରିବା ସମୟରେ ଭକ୍ତମାନେ ପ୍ରଥମେ ଡାହାଣ ଓ ବାମ ପାର୍ଶ୍ୱରେ ଥିବା [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ବହୁରି ବୋଲାଇ ସୁଆସିନି ଲୀହ୍ନୀଂ । ରୁଚି ବିଚାରି ପହିରାଵନି ଦୀହ୍ନୀଂ ॥ ନେଗୀ ନେଗ ଜୋଗ ଜଵ ଲେହୀଂ । ରୁଚି ଅନୁରୂପ ଭୂପମନି ଦେହୀଂ ॥ ଭାବାର୍ଥ :- ତା’ପରେ ପୁଣି ନଗରରେ ରହୁଥିବା ନିଜର ପାରିବାରିକ ସୌଭାଗ୍ୟଵତୀ ସୁହାଶିନି ଭଉଣୀ, ଝିଆରୀ, ଭାଣିଜୀ ମାନଙ୍କୁ ଡକାଇ ସେମାନଙ୍କ ରୁଚି ମୁତାବକ ବସ୍ତ୍ର ପିନ୍ଧାଇଲେ । ପରମ୍ପରା ଅନୁସାରେ ମାଗିବା ଲୋକେ ନିଜ ନିଜର ଇଚ୍ଛା ଅନୁସାରେ ମାଗୁଣି [...]
ଗୀତା ଉପଦେଶ : ଈଶ୍ୱର ଶରଣାପର୍ଣ୍ଣ ବ୍ୟକ୍ତି ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ

Odiaଗୀତା ଉପଦେଶ : ଈଶ୍ୱର ଶରଣାପର୍ଣ୍ଣ ବ୍ୟକ୍ତି ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ପଞ୍ଚମ ଅଧ୍ୟାୟରେ କହୁଛନ୍ତି : – ସର୍ବକର୍ମାଣି ମନସା ସଂନ୍ୟସ୍ୟାସ୍ତେ ସୁଖଂ ବଶୀ । ନବଦ୍ୱାରେ ପୁରେଦେହୀ ନୈବ କୁର୍ବନ୍ନ କାରୟନ୍। ଅର୍ଥାତ ଭଗବାନ କହିଲେ – ଶରୀରଧାରୀ ଜୀବ,ଯେଉଁମାନେ ଆତ୍ମସଂଯତ ଏବଂ ଆସକ୍ତି ରହିତ ଅଟନ୍ତି,ସେମାନେ ସେହି ନବଦ୍ୱାର ବିଶିଷ୍ଟ ନଗରରେ ଖୁସିରେ ବାସ କରନ୍ତି । ସେମାନେ ନିଜକୁ କର୍ତ୍ତା ଭାବେ କିମ୍ବା କାହାର କାରଣ ଭାବେ ଚିନ୍ତା କରନ୍ତି ନାହିଁ । [...]
Odiaଗୁଲଜାର ଓ ସଂସ୍କୃତ ପଣ୍ଡିତ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର
ନୂଆଦିଲ୍ଲୀ: ଖ୍ୟାତନାମା ଗୀତିକାର ତଥା ଉର୍ଦ୍ଦୁ କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୫୮ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ଞାନପୀଠ ଚୟନ କମିଟି ଶନିବାର ଏନେଇ ଘୋଷଣା କରିଛି। ଗୁଲଜାର ହିନ୍ଦୀ ସିନେମାରେ ନିଜ କାର୍ଯ୍ୟ ପାଇଁ ଜଣାଶୁଣା । ଏହାଛଡ଼ା ସେ ଜଣେ ପ୍ରଥିତଯଶା ଉର୍ଦ୍ଦୁ କବି । ଉର୍ଦ୍ଦୁ ସାହିତ୍ୟ ପ୍ରତି ଅବଦାନ ପାଇଁ ଗୁଲଜାରଙ୍କୁ ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୧୩ରେ ତାଙ୍କୁ [...]
Odia‘ଆମ ହସ୍ପିଟାଲ’ ଲୋକାର୍ପିତ : ୧୫ଟି ଜିଲ୍ଲାରେ ୭୩ଟି ଆମ ହସ୍ପିଟାଲ,୫ଟି ଉପଖଣ୍ଡ ଡାଏଲେସିସ୍ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ବର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଆଇଭିଆରଏସ ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ବରଗଡ ଜିଲ୍ଲାରେ ୫ଟି, ସୁନ୍ଦରଗଡ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୪ଟି, ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦୁଝର ଜିଲ୍ଲାରେ [...]
Odiaମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବିଦ୍ୟାଳୟ ପାଚିକାମାନଙ୍କ ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି, କାର୍ଯ୍ୟକାଳ ମଧ୍ୟରେ ମୃତ୍ୟୁ ଘଟିଲେ ୧ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକା ମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କା ରୁ ୨,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହା ଦ୍ୱାରା ରାଜ୍ୟର ମୋଟ ୫୫ ହଜାର ସ୍କୁଲରେ କାମ କରୁଥିବା ପାଚିକା ଓ ସହାୟିକା ଉପକୃତ ହେବେ। ଏଥି ପାଇଁ ରାଜ୍ୟ ସରକାର ବର୍ଷକୁ [...]
Odiaବୋଲରଙ୍କ ଚମକ ପରେ ଯଶସ୍ବୀଙ୍କ ଶତକ, ଭାରତ ନିୟନ୍ତ୍ରଣରେ ରାଜକୋଟ୍ ଟେଷ୍ଟ
ରାଜକୋଟ୍: ବୋଲରଙ୍କ ଶାଣିତ ପ୍ରଦର୍ଶନ ପରେ ଯଶସ୍ବୀ ଜୈସୱାଲଙ୍କ ଚମତ୍କାର ଶତକ ସହାୟତାରେ ଭାରତ ତୃତୀୟ ଟେଷ୍ଟରେ ନିଜ ସ୍ଥିତି ମଜଭୁତ କରିନେଇଛି । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୧୯୬ ରନ୍ କରିଛି। ହାତରେ ଆହୁରି ୮ ଓ୍ବିକେଟ୍ ଥିବା ବେଳେ ଭାରତ ଏଯାବତ୍ ମୋଟ ୩୨୨ ରନରେ ଆଗୁଆ ରହି ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି । ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମାଙ୍କ ଓ୍ବିକେଟ୍ [...]
Odiaଇସ୍ରୋର ପାଣିପାଗ ଉପଗ୍ରହ ‘ଇନସାଟ୍-୩ଡିଏସ୍’ର ସଫଳ ଉତକ୍ଷେପଣ
ଶ୍ରୀହାରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର ଇନସାଟ୍-୩ଡିଏସ୍ ନାମକ ଉପଗ୍ରହର ସଫଳ ଉତକ୍ଷେପଣ କରିଛି । ଏହି ଉପଗ୍ରହ ଆଗାମୀ ୧୦ ବର୍ଷ ପାଇଁ ସଠିକ୍ ପାଣିପାଗ ସୂଚନା ପ୍ରଦାନ କରିବ । ଏହି ଉପଗ୍ରହକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଅପରାହ୍ନ ୫.୩୫ରେ ଉତକ୍ଷେପଣ କରାଯାଇଥିଲା | ଜିଏସ୍ଏଲଭି ଏମକେ-୨ ରକେଟରୁ ଏହି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା । ଏହା ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ କକ୍ଷପଥ (ଜିଟିଓ) ଅର୍ଥାତ୍ ପୃଥିବୀର ଉପର କକ୍ଷପଥରେ [...]
Odiaମାତ୍ର ୧୯ ବର୍ଷ ବୟସରେ ଚାଲିଗଲେ ‘ଦଙ୍ଗଲ’ ଗର୍ଲ୍ ସୁହାନି ଭଟନାଗର
ନୂଆଦିଲ୍ଲୀ: ଆମୀର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଜୁନିଅର ବବିତା ଫୋଗାଟ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନି ଭଟନାଗରଙ୍କ ମାତ୍ର ୧୯ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ସୁହାନୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ତଳେ ଏକ ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏଥିପାଇଁ ସେ ଖାଉଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ସୁହାନୀଙ୍କ ଶରୀରରେ ପାଣି ଭରି ଯାଇଥିଲା। ଏହି କାରଣରୁ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। [...]
Odiaବାଣ କାରଖାନାରେ ବିସ୍ଫୋରଣ, ୯ ମୃତ
ବିରୁଧୁନଗର (ତାମିଲନାଡୁ): ତାମିଲନାଡୁର ବିରୁଧୁନଗରରେ ଏକ ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି ବୋଲି କହିଛି ପୋଲିସ। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । ଘଟଣାର ଏକ ଭିଡିଓରେ ବିସ୍ଫୋରଣ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ୁଛି। ପୂରା ବାଣ କାରଖାନା ଜଳି ପାଉଁଶ ହୋଇଯାଇଛି | ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ [...]
