Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
Odiaଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
ସଞ୍ଜୟ ଧୃତରାଷ୍ଟ୍ର ଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟ ରେ କହୁଛନ୍ତି ;- ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ।
Odiaପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ପାରମ୍ପରିକ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ
ପୁରୀ – ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ପୂଜା କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ ପୂଜା କରାଯାଇଥିଲା । ତିନିଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ବ୍ରାହ୍ମଣମାନେ ମା’ ସରସ୍ବତୀଙ୍କୁ ପୂଜାର୍ଚ୍ଚନା କରି ରଥକାଠ ଅନୁକୂଳ କରିଛନ୍ତି। ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ କରିବା ନିମନ୍ତେ ୪୨୬ଟି ଧଉରା, ୩୬୪ଟି ଅସନ, ୭୨ଟି ଫାଶି ଓ ୩ଟି ଶିମିଳି କାଠକୁ ମିଶାଇ [...]
Odiaରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଖେଳିବ ଭାରତ, ସ୍ପଷ୍ଟ କଲେ ଜୟ ଶାହ
ରାଜକୋଟ: ଚଳିତ ବର୍ଷ ଓ୍ବେଷ୍ଟଇଣ୍ଡିଜ୍ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ଵ କିଏ ନେବେ ସେନେଇ ସସପେନ୍ସ ଦୂର କରିଛନ୍ତି ବିସିସିଆଇ ସଚିବ ଜୟ ଶାହା । ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଭାରତ ଏହି ମେଗା ଇଭେଣ୍ଟରେ ଖେଳିବ ବୋଲି ଶାହ ଏଠାରେ ସ୍ପଷ୍ଟ କରିଛନ୍ତିି। କ୍ରିକେଟର ଛୋଟ ଫର୍ମାଟ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୂପରେ ଭାରତ ପାଖରେ ଜଣେ ପୂର୍ଣ୍ଣକାଳୀନ ଅଧିନାୟକ ଅଛନ୍ତି । କିନ୍ତୁ ୨୦୨୩ ଦିନିକିଆ ବିଶ୍ୱକପ [...]
Odiaଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଆବୁଧାବି: ସ୍ବାମୀନାରାୟଣ ସମ୍ପ୍ରଦାୟର ପଦାଧିକାରୀଙ୍କ ଉପସ୍ଥିତିରେ ଓ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ହାଲୁକା ଗୋଲାପୀ ରେଶମ କୁର୍ତ୍ତା-ପାଇଜାମା, ବାହୁ ବିହୀନ ଜ୍ୟାକେଟ୍ ଏବଂ ଉତ୍ତରୀୟ ପରିଧାନ କରି ପ୍ରଧାନମନ୍ତ୍ରୀ ମନ୍ଦିରର ଲୋକାର୍ପଣ ଉତ୍ସବ ଅବସରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ବିଶ୍ବ ଆଳତୀ’ରେ ମଧ୍ୟ ଭାଗ ନେଇଥିଲ । ଏହି ଭବ୍ୟ ମନ୍ଦିର ବୋଚାସନବାସୀ ଶ୍ରୀ ଅକ୍ଷୟ ପୁରୁଷୋତ୍ତମ ସ୍ବାମୀନାରାୟଣ [...]
Odiaକଳାକାରମାନଙ୍କ ସହାୟତା ରାଶିରେ ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ଵର -ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏଣିକି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷ ବୟସରୁ କଧିକ [...]
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର
ବ୍ରହ୍ମପୁର – ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ କରି କର୍କଟ ହସପିଟାଲ ବର୍ଗରେ ପ୍ରତିଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ମୁରଲୀକ୍ରିଷ୍ଣା ଭୋନ୍ନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ ଲୋକସଭା ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ କର୍କଟ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ବିଶାଖାପାଟଣା କୁ ଏହି ସମ୍ମାନ ପ୍ରଦାନ କରାଯାଇଛି [...]
Odiaବରିଷ୍ଠ ବୁଣାକାର, ବୁଣା ସହାୟକ, ହସ୍ତଶିଳ୍ପ କାରିଗରଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଘୋଷଣା
ଭୁବନେଶ୍ଵର – ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର।ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଆରମ୍ଭ ପାଇଁ ସେ ଘୋଷଣା କରିଛନ୍ତି। ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର [...]
Odiaଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ଷଷ୍ଠ ସମନ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ ଜାରି କରିଛି ଇଡି । ଏଥରକୁ ମିଶାଇ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନଛ ପଠାଇଛି କେନ୍ଦ୍ରୀୟ ସଂସ୍ଥା । ଫେବୃଆରୀ ୧୯ରେ ଜେରା ପାଇଁ ହାଜର ହେବାକୁ କେଜ୍ରିୱାଲଙ୍କୁ ଇଡି କହିଛି। ଏହା ପୂର୍ବରୁ କେଜ୍ରିୱାଲଙ୍କୁ ୫ଟି ସମନ ପଠାଯାଇଥିଲେ ମଧ୍ୟ ଆପର ରାଷ୍ଟ୍ରୀୟ ଆବାହକ ଇଡି ଆଗରେ ହାଜର ହୋଇନଥିଲେ। ସେ ଇଡି ନୋଟିସକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ [...]
Odiaପାକିସ୍ତାନରେ ମେଣ୍ଟ ସରକାର ସମ୍ଭାବନା, ଶହବାଜ ସରିଫ୍ ପୁଣି ହେବେ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ ବିଭାଜିତ ଜନାଦେଶ ପରେ ନୂଆ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଶହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଥିବାବେଳେ ଦେଶରେ ପିଏମ୍ଏଲ୍-ଏନ୍ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମେଣ୍ଟ ସରକାର ହେବ । ଆଉ କିଛି ଛୋଟ ଦଳ ଏହି ମେଣ୍ଟର ଅଂଶ ହେବେ । ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଏହି ମେଣ୍ଟ ସହଜରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା [...]
