Odiaବୌଦ୍ଧ ଜିଲ୍ଲା ନଳିକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ବିସ୍ଫୋରଣ, ୨ ଏସଓଜି ଯବାନ ଆହତ
କଣ୍ଟାମାଳ – ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନଳିକୁମ୍ପା ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବାବେଳେ ମାଓବାଦୀମାନଙ୍କ ଦ୍ୱାରା ବିଛାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାରୁ ଦୁଇ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି । ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତିର ସୂଚନା ପାଇ ଏସଓଜି ଓ ଡିଭିଏଫ ପକ୍ଷରୁ ଆଜି ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା ଏଥିରେ ଦୁଇ ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।
Odiaନଳୀକୁମ୍ଫା ଜଙ୍ଗଲରେ ପୁଣି ଏନ୍କାଉଣ୍ଟର, ପୋଲିସ-ମାଓବାଦୀ ମୁହାଁମୁହିଁ
ବୌଦ୍ଧ: ବୌଦ୍ଧ ନଳୀକୁମ୍ଫା ବଲମ୍ ତୁମା ଜଙ୍ଗଲରେ ଏନ୍କାଉଣ୍ଟର । ପୋଲିସ – ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଏହି ଗୁଳିବିନିମୟରେ ୨ଜଣ ଏସ୍ଓଜି ଯବାନ ଗୁରୁତର ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ , ନଳୀକୁମ୍ପା ବଲମ୍ ତୁମା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥଲ୍ ସର୍ଚ୍ଚ ଅପରେସନ । ଜଙ୍ଗଲରେ ପୋଲିସଙ୍କ ସର୍ଚ୍ଚ ଅପରେସନ୍ ଦେଖି ମାଓବାଦୀମାନେ ଗୁଳିଚାଳନା ଆରମ୍ଭ [...]
Odiaଚାଷୀ ଆନ୍ଦୋଳନ: ଆଜି କୃଷକ ନେତାଙ୍କୁ ଭେଟିବ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି
ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସୀମାରେ ବିକ୍ଷୋଭକାରୀ ଚାଷୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତିନି କେନ୍ଦ୍ର ମନ୍ତ୍ରୀଙ୍କ ଏକ କମିଟି ଗୁରୁବାର ଚଣ୍ଡିଗଡ଼ରେ କୃଷକ ନେତାଙ୍କ ସହ ଆଲୋଚନା କରିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ଉପରେ ଅପରାହ୍ନ [...]
Odiaଇଲେକ୍ଟୋରାଲ ବଣ୍ଡ୍ ଅସାମ୍ବିଧାନିକ, ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ଇଲେକ୍ଟୋରାଲ ବଣ୍ଡ୍ ଉପରେ ବଡ଼ ରାୟ ଦେଇଛନ୍ତି । ଇଲେକ୍ଟୋରାଲ ବଣ୍ଡ୍ ଅସାମ୍ବିଧାନିକ ଓ ସୂଚନା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଏହି ସ୍କିମକୁ ତତ୍କାଳ ରଦ୍ଦ କରିଛନ୍ତିି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି । ରାୟ ଶୁଣାଇ ପ୍ରଧାନ ବିଚାରପତି କହିଛନ୍ତି, ‘ରାଜନୈତିକ [...]
Odiaଆଜି ୨୧ଟି ବସଷ୍ଟାଣ୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାରେ ୨୦ଟି ନୂଆ ବସଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ମିତ ବସଷ୍ଟାଣ୍ଡଗୁଡିକରେ ଯାତ୍ରୀ, ବସ୍ କର୍ମଚାରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି। ଏସବୁ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ । ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ‘ଆମ ବସଷ୍ଟାଣ୍ଡ’ରେ ୨୧ଟି ନୂଆ ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ ମୁଖ୍ଯମନ୍ତ୍ରୀ।
Odiaଇଲେକ୍ଟୋରାଲ ବଣ୍ଡ୍ ମାମଲାରେ ଆଜି ଆସିବ ସୁପ୍ରିମକୋର୍ଟ ରାୟ
ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟ ଆଜି ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଖଣ୍ଡପୀଠ ଗତବର୍ଷ ନଭେମ୍ବରରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ । ସରକାର ୨ ଜାନୁୟାରୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମର ପ୍ରଚଳନ ଆରମ୍ଭ କରିଥିଲେ। ରାଜନୈତିକ ଦଳମାନଙ୍କୁ ଅର୍ଥ ବା ଚାନ୍ଦା ଦେବା ପାଇଁ କୌଣସି ବ୍ୟକ୍ତିବିଶେଷ ଏବଂ କମ୍ପାନୀ ଇଲେକ୍ଟୋରାଲ୍ ବଣ୍ଡ୍ କିଣିପାରିବେ | ଇଲେକ୍ଟୋରାଲ୍ ବଣ୍ଡ [...]
Odiaବୌଦ୍ଧ ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର – ଭିଜିଲାନ୍ସ ନଜରରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓ ବସନ୍ତ ମହାପାତ୍ରଙ୍କ ଘର ସମେତ ବିଭିନ୍ନ ଜାଗାରେ ଆଜି ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ। ବୌଦ୍ଧ ଓ ଭୁବନେଶ୍ୱର ସମେତ ଏକାଧିକ ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।
ବାଗଚୀ – ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ବିସ୍ତୃତ ହସ୍ପିଟାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

Odiaବାଗଚୀ – ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ବିସ୍ତୃତ ହସ୍ପିଟାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ଭୁବନେଶ୍ୱର ଇନ୍ଫୋସିଟି ଭ୍ୟାଲିରେ ବାଗଚୀ – ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ୭୫୦ ଶଯ୍ୟା ବିଶିଷ୍ଟ ବିସ୍ତୃତ କର୍କଟ ହସ୍ପିଟାଲର ଆଜି ଲୋକାର୍ପଣ ହେବ । ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ହସ୍ପିଟାଲର ଲୋକାର୍ପଣ କରିବେ । ଏହି ହସପିଟାଲ ପାଇଁ ରାଜ୍ୟ ସରକାର ୨୦ ଏକର ଜମି ମାଗଣାରେ ଯୋଗାଇ ଦେଇଛନ୍ତି । ୨୦୨୧ ମସିହାରେ ଏହି ହସପିଟାଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । [...]
Odiaଆଜିଠୁ ତୃତୀୟ ଟେଷ୍ଟ: ଭାରତକୁ ମିଡିଲ୍ ଅର୍ଡର ଚିନ୍ତା
ରାଜକୋଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହେଉଛି । ଇଂଲଣ୍ଡର ଆକ୍ରମଣାତ୍ମକ ‘ବାଜବଲ୍’ ରଣନୀତିର ମୁକାବିଲା କରିବାକୁ ହେଲେ ଭାରତୀୟ ଦଳକୁ ନିର୍ଭୀକ ଓ ଚତୁର କ୍ରିକେଟ୍ ଖେଳିବା ବ୍ୟତୀତ ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତା ସଜାଡ଼ିବାକୁ ପଡ଼ିବ। ହାଇଦ୍ରାବାଦରେ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇଥିଲା । ହେଲେ ଭାରତ ବିଶାଖାପଟନମରେ ଦ୍ୱିତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ଯଶସ୍ବୀ [...]
Odiaନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର
ଭୁବନେଶ୍ୱର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ଲାଗି ଆଜି ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଏକ ୭ ଜଣିଆ ଟିମ୍ ସହ ମୁଖ୍ୟ ନିର୍ବାଚନ କମିଶନର ତିନିଦିନିଆ ଓଡିଶା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଆସନ୍ତାକାଲି ମୁଖ୍ୟ ନିର୍ବାଚନ କମିଶନର ବିଭିନ୍ନରାଜନୈତିକ ଦଳ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ରାଜ୍ୟ ପଦାଧିକାରୀ, ଡିଇଓ,ଏସପି, ସିପି ଏବଂ ଆଇଜିଙ୍କ [...]
