Odia୫-ଟି ଅଧ୍ୟକ୍ଷଙ୍କୁ ନବୀନ କହିଲେ ନିଜ ‘ଲୋକପ୍ରିୟତାର ସିକ୍ରେଟ
ଭୁବନେଶ୍ୱର – ଅଗ୍ରଣୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ର ସଦ୍ୟ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି। ମୁଖ୍ୟମନ୍ତ୍ରୀ ଭାବେ ସେ ପୁଣି ୧ ନମ୍ବର ସ୍ଥାନରେ ଅଛନ୍ତି । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ସିକ୍ରେଟ କ’ଣ ? ଇଣ୍ଡିଆ ଟୁଡେ ପତ୍ରିକାର ସଦ୍ୟତମ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପୁଣି ପ୍ରମାଣିତ ହେଲା ପରେ ତାଙ୍କଠାରୁ ଏହାର ସିକ୍ରେଟ ଜାଣିବାକୁ ଚାହିଁଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଉ [...]
Odiaମହୁଆ ମୈତ୍ରଙ୍କୁ ଇଡି ସମନ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଲୋକସଭା ସଦସ୍ୟ ମହୁଆ ମୈତ୍ରଙ୍କୁ ଫେମା ଆଇନ ଉଲ୍ଲଂଘନ ମାମଲାରେ ଆସନ୍ତା ସପ୍ତାହରେ ହାଜର ହେବାକୁ ସମନ ଜାରି କରିଛି । ୪୯ ବର୍ଷୀୟା ମୈତ୍ରଙ୍କୁ ଫେବୃଆରୀ ୧୯ରେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ମୈତ୍ରଙ୍କ ବିରୋଧରେ ସିବିଆଇ ମଧ୍ୟ ତଦନ୍ତ କରୁଛି। ଲୋକପାଲ ସିବିଆଇକୁ ଏହି ମାମଲା ପଠାଇବା ପରେ ସେ ମୈତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରାଥମିକ [...]
Odiaମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ରାଷ୍ଟ୍ରୀୟ ସମ୍ମାନର ସହ ହେବ ଅଙ୍ଗ ଦାନ କରୁଥିବା ବ୍ୟକ୍ତିଙ୍କ ଶେଷକୃତ୍ୟ
ଭୁବନେଶ୍ବର – ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ୱାରା ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆସିବା ସହିତ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଏହା ସମାଜକୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଅଙ୍ଗଦାନ ଏକ ମହତ ଦାନ । ମସ୍ତିଷ୍କ [...]
Odiaରୋହିତ-ଜାଡେଜାଙ୍କ ଶତକ, ଡେବ୍ୟୁରେ ଚମକିଲେ ସରଫରାଜ; ଭାରତ ୩୨୬/୫
ରାଜକୋଟ: ଅଧିନାୟକ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଇନିଂସ ବଳରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ବିପର୍ଯ୍ୟୟରୁ ମୁକୁଳି ସ୍ଥିତି ସୁଧାରି ନେଇଛି । ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନରେ ୫ ୱିକେଟ୍ ହରାଇ ୩୨୬ ରନ୍ କରିଛି । ଷ୍ଟମ୍ପ୍ ଅପସାରଣ ବେଳକୁ ଜାଡେଜା ୧୧୦ ରନ୍ କରି ଅପରାଜିତ ରହିଛନ୍ତି । ତାଙ୍କ ସହ କୁଲଦୀପ ଯାଦବ ୧ ରନରେ [...]
Odiaନିର୍ବାଚନ କମିଶନଙ୍କ ପରେ ମହାରାଷ୍ଟ୍ର ବାଚସ୍ପତି ମଧ୍ୟ ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ ଏନସିପି କହିଲେ
ମୁମ୍ବାଇ: ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାର୍ଭେକର ରାୟ ଶୁଣାଇଛନ୍ତି । ସେ ଅଜିତ ପାଓ୍ବାର ଗୋଷ୍ଠୀ ବିଧାୟକ ମାନଙ୍କୁ ଯୋଗ୍ୟ ବୋଲି ଘୋଷଣା କରି ସେମାନଙ୍କ ବିରୋଧରେ ଦାଖଲ ସମସ୍ତ ଆବେଦନ ଖାରଜ କରିଛନ୍ତି। ସେ ଅଜିତଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ମଧ୍ୟ କହିଛନ୍ତିି। ଅଜିତ ପାୱାରଙ୍କୁ ୪୧ ଏନସିପି ବିଧାୟକଙ୍କ ସମର୍ଥନ ରହିଛି। ଜୁଲାଇ ୨୦୨୩ରେ ଦାଦା ଶରଦ ପାୱାରଙ୍କ [...]
Odiaତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ଇସ୍ତଫା
କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଲାଗିଛି ଝଟକା। ଦଳର ସାଂସଦ ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା ପରେ ସାଂସଦ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସ୍ଥାନୀୟ ନେତାଙ୍କ ସହ ମତଭେଦ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମିମି। ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ମିମି ୨୦୧୯ ଲୋକସଭା ନିର୍ବାଚନରେ ଯାଦବପୁରରୁ ତୃଣମୂଳ କଂଗ୍ରେସ ଟିକେଟରେ [...]
Odiaକାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର – କାଲିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଆସନ୍ତାକାଲି ପ୍ରଥମେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ୧୭ରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ମୋଟ ୩ ଲକ୍ଷ ୮୪ ହଜାର ୯୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ। ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଚାଲିବ । ସକାଳ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ [...]
Odiaବୌଦ୍ଧ ଆରଟିଓଙ୍କ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ
ଭୁବନେଶ୍ୱର – ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କ ଘରେ ଚଢ଼ାଉ କରି ତାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତ ମହାପାତ୍ରଙ୍କ ଘର ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ରାଜଧାନୀ ଭୁବନେଶ୍ବରରେ ବୌଦ୍ଧ ଆରଟିଓଙ୍କ ୨ଟି ଫ୍ଲାଟ ସହ ୨ଟି ସପିଂ ଆଉଟ୍ଲେଟ୍ ରହିଛି । ତାଙ୍କ ବ୍ୟାଙ୍କ ଜମାରେ ପ୍ରାୟ କୋଟିଏ ଟଙ୍କା ରହିଥିବା ଭିଜିଲାନ୍ସ ଟିମ୍ ଜାଣିବାକୁ ପାଇଛି [...]
Odia‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍ ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍ ଷ୍ଟାଣ୍ଡ ଉଦ୍ଘାଟନ କରିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର। ଉଦ୍ଘାଟନ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗାଯୋଗ ହେଉଛି ବିକାଶର ଆଧାର । ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର [...]
Odiaଏସଟିଏଫ ଦ୍ବାରା ବାମରା ବନଖଣ୍ଡ ଅଞ୍ଚଳରୁ ୨ କଲରାପତ୍ରିଆ ବାଘ ଛାଳ ଜବତ, ଜଣେ ଗିରଫ
ସମ୍ବଲପୁର: ଏସଟିଏଫ ଆଜି ସକାଳୁ ସକାଳୁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଥାନା ଅନ୍ତର୍ଗତ ଠିଆନାଳାରୁ ଦୁଇଟି କଲରାପତ୍ରିଆ ବାଘ ଛାଳ ଜବତ କରିଛି। ଆଉ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାମରା ବନଖଣ୍ଡର କୁଚିଣ୍ଡା- ବଣେଇଗଡ ରାସ୍ତାରେ ବାଘଛାଳ ଚାଲାଣ ହେଉଥିବା ନେଇ ଏସଟିଏଫ ସୂଚନା ପାଇଥିଲା। ଏନେଇ ଠିଆନାଳା ନିକଟରେ ଏସଟିଏଫ ଚଢାଉ କରି ଦେବଗଡ ଜିଲ୍ଲାର ଲଇମୁରା ଥାନା ପାହାଡମରା ଗାଁର ସଂକୀର୍ତ୍ତନ ମୁଣ୍ଡା ନାମକ ଜଣେ [...]
