Odiaପେଣ୍ଟ କାରଖାନାରେ ନିଆଁ ଲାଗି ୧୧ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ଅଞ୍ଚଳରେ ଥିବା ଏକ ପେଣ୍ଟ କାରଖାନାରେ ନିଆଁ ଲାଗି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଲିପୁରର ଦୟାଲପୁର ବଜାରରେ ଥିବା ଏହି କାରଖାନା ପରିସରରୁ ୧୧ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଏହି କାରଖାନାରେ ନିଆଁ ଲାଗି ଯାଇଥିଲା । ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୫.୨୫ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ [...]
Odiaକୃଷକଙ୍କ ଆଜି ଭାରତ ବନ୍ଦ ଡାକରା, ସାମିଲ ହେବେ ଟ୍ରେଡ୍ ୟୁନିୟନ
ନୂଆଦିଲ୍ଲୀ: ଏମଏସପିର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ହରିୟାଣା ଓ ପଞ୍ଜାବର କୃଷକଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ ମଧ୍ୟରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଆଜି ଭାରତ ବନ୍ଦ ଡାକରା ଦେଇଛି । ଏହାକୁ ‘ଭାରତ ଗ୍ରାମୀଣ ବନ୍ଦ’ ନାଁ ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହି ବନ୍ଦ ଡାକରାକୁ ଅନ୍ୟ କୃଷକ ସଂଗଠନ ଓ ଦେଶର ଟ୍ରେଡ୍ ୟୁନିୟନ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଜି [...]
Odiaରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ଆଜିଠୁ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର
ଭୁବନେଶ୍ବର – ଓଡ଼ିଶାରେ ଏକସଙ୍ଗେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ଆଜିଠୁ ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ୍। ଗତକାଲି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିବାଚନ କମିଶନରଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଜି ପ୍ରତିନିଧି ଦଳ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବା ସମ୍ଭାବନା ରହିଛି। ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମୁଖ୍ୟ [...]
Odiaଆଜି ଆଉ ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ
ଭୁବନେଶ୍ୱର – ଆଜିଠୁ ଆଉ ୬ଟି ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ। ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ‘ଲକ୍ଷ୍ମୀ’ ବସ୍ ଯୋଜନା ଗତବର୍ଷଠାରୁ କାର୍ଯ୍ୟକାରୀ କରିଥିଲେ ରାଜ୍ୟ ସରକାର। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ଏହି ବସ୍ ସେବା ଆରମ୍ଭ [...]
Odiaଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା, କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ପ୍ରଥମେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ଆସନ୍ତାକାଲିଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଚଳିତ ବର୍ଷ ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ମାର୍ଚ୍ଚ ୨୦ ତାରିଖ ଯାଏଁ ପରୀକ୍ଷା ଚାଲିବ । ସକାଳ ୧୦ଟାରୁ ଆରମ୍ଭ ହେବ ପରୀକ୍ଷା। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ କିଛି ପରାମର୍ଶ ଦେଇଛି ଉଚ୍ଚ [...]
Odiaଆଜି ପବିତ୍ର ମାଘ ସପ୍ତମୀ, ଭଗବାନ ସୂର୍ଯ୍ୟ ଦେବଙ୍କ ଆବିର୍ଭାବ ତିଥି, କୋଣାର୍କରେ ମାଘମେଳା
16/02/2024 ଆଜି ପବିତ୍ର ମାଘ ସପ୍ତମୀ, ଭଗବାନ ସୂର୍ଯ୍ୟ ଦେବଙ୍କ ଆବିର୍ଭାବ ତିଥି।କୋଣାର୍କରେ ମାଘମେଳା ହିନ୍ଦୁ ଧର୍ମାବଲମ୍ବୀ ମାନେ ମାଘମାସ ଶୁକ୍ଳ ପକ୍ଷ ସପ୍ତମୀ ଦିନ ଚନ୍ଦ୍ରଭାଗାକୂଳରେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଉପାସନା କରି ବୁଡ଼ ପକେଇଥାଆନ୍ତି । ଏହା ଅବସରରେ ସେଠାରେ ବିଶାଳ ମେଳା ଆୟୋଜନ କରାଯାଇଥାଏ । ମାଘ ସପ୍ତମୀ ଦିନଟି ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି ଦୃଷ୍ଟିରୁ ମଧ୍ୟ ଏକ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟର ଲାଙ୍ଗୁଳା ନରସିଂହ [...]
Odiaଆଜିଠୁ +୨ ପରୀକ୍ଷା: ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାର ୨୦୫ କେନ୍ଦ୍ରରେ ୭୯,୫୫୮ ପରୀକ୍ଷାର୍ଥୀ
ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ (ବ୍ରହ୍ମପୁର) ଅଧୀନସ୍ଥ ଆଠଟି ଜିଲ୍ଲାର ୪୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦୫ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ୭୯ ହଜାର ୫୫୮ ଜଣ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷା ପରିଚାଳନା ହବରେ ଏ ମଧ୍ୟରେ ପ୍ରଶ୍ନପତ୍ର କଡ଼ା [...]
Odiaତପ୍ତପାଣି ଘାଟିରେ ଓଲଟିଲା ବସ୍, ୨୫ ଭକ୍ତ ଆହତ: ଅନ୍ୟ ଗାଡ଼ିରେ ପୁରୀ ପଠାଇଲା ପ୍ରଶାସନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ପାଳୁଖୋଳା ଗ୍ରାମ ନିକଟରେ ରବିବାର ସନ୍ଧ୍ୟାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ସମସ୍ତ ଆହତ କୋରାପୁଟ ଜିଲ୍ଲା ମନଭାର ଓ ମସ୍ତିପୁଟ ପଞ୍ଚାୟତର। ଉଭୟ ପଞ୍ଚାୟତରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସରେ କୋରାପୁଟ ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିଲେ। ଘାଟିରେ ଭାରସାମ୍ୟ ହରାଇ ବସଟି ରାସ୍ତାକଡକୁ ଓଲଟି ପଡ଼ିଥିଲା। ପୋଡ଼ାମାରି ଫାଣ୍ଡି ଓ ପାଟପୁର ଥାନା ପୋଲିସ, [...]
Odiaଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର , ସାଧାରଣ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା
ଭୁବନେଶ୍ବର – ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିବାଚନ କମିଶନରଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ପ୍ରତିନିଧି ଦଳ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବେ । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବଙ୍କ ସହ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍ ବିସ୍ତୃତ ଆଲୋଚନା କରିବେ । [...]
Odia୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଟେକନିସିଆନ, ହେଲପରଙ୍କୁ ମିଳିବ ସ୍ୱତନ୍ତ୍ର ଭତ୍ତା
ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ସ୍ୱତନ୍ତ୍ର ମାସିକ ଭତ୍ତା ମିଳିବ । ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ଦିଆଯିବ । ମେଡିକାଲ ଟେକନସିଆନ ଓ ହେଲପରଙ୍କୁ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେମାନଙ୍କୁ ନିଜର ମୂଳ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସରୁ ମିଳିବ । ରାଜ୍ୟ ପାଣ୍ଠିରୁ ଆମ୍ବୁଲାନସ ଡ୍ରାଇଭର [...]
