କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ, ୟୁନିଫର୍ମ କିଣିବା ପାଇଁ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସହାୟତା

Odiaକ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ, ୟୁନିଫର୍ମ କିଣିବା ପାଇଁ ମିଶନ ଶକ୍ତି ମହିଳାଙ୍କୁ ମିଳିବ ସହାୟତା
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକରେ ନୂଆ-ଓ ସ୍କଲାରସିପ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହାଛଡା ବୁଣାକାର ଓ ହସ୍ତଶିଳ୍ପ କାରିଗର ସହାୟତା ଯୋଜନା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ। ମିଶନ ଶକ୍ତି ଏସଏଚଜିର ୭୦ ଲକ୍ଷ ମହିଳାଙ୍କୁ [...]
Odiaପେଟିଏମ୍ ସଙ୍କଟ: ମାର୍ଚ୍ଚ ୧୫ ଯାଏଁ କଟକଣା କୋହଳ କଲା ଆରବିଆଇ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କରେ ଜମା ଓ ଅନ୍ୟାନ୍ୟ କାରବାର ସମୟ ସୀମାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପ୍ରଥମେ ଏହି ସମୟସୀମା ଫେବୃଆରୀ ୨୯ ଥିଲା । ଆରବିଆଇ ଏନେଇ ଶୁକ୍ରବାର ଏକ ସର୍କୁଲାର ଜାରି କରିଛି। ଗତ କିଛି ଦିନ ତଳେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ନେଇ ଲୋକଙ୍କଠାରୁ ଆରବିଆଇକୁ ଅନେକ ପ୍ରଶ୍ନ ଆସିଥିଲା । ଏହି ଆଧାରରେ ଆରବିଆଇ ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ ଏକ ଏଫ୍ଏକ୍ୟୁ [...]
Odiaସମ୍ବଲପୁରରେ ସୁନା ଦୋକାନୀଙ୍କୁ ଗୁଳିମାଡ
ସମ୍ବଲପୁର: ଆଜି ଦ୍ବିପହରରେ ସମ୍ବଲପୁର ସହରର ବ୍ୟସ୍ତବହୁଳ ଧନୁପାଲିରେ ଜଣେ ସୁନା ଦୋକାନୀଙ୍କୁ ଗୁଳିମାଡ ହୋଇଛି। ଏଥିରେ ଦୋକାନୀ ସୁଜିତ ସ୍ବର୍ଣକାର ଗୁରୁତର ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାମତେ, ଆଜି ଅପରାହ୍ନ ପ୍ରାୟ ଅଢେଇ ଟା ବେଳକୁ ପାୟଲ ଜ୍ବେଲେରୀକୁ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ବାହାରେ ୩ ଜଣ ଥିବା ବେଳେ ଆଉ ୩ ଜଣ ଭିତରକୁ ପଶିଥିଲେ। ଏହି ସମୟରେ ଭିତରେ ଅଳଙ୍କାର ଲୁଟ ବେଳେ ପ୍ରତିବାଦ କରିବାରୁ ସୁଜିତଙ୍କୁ ଜଣେ ଦୁର୍ବୃତ୍ତ [...]
Odiaଦ୍ୱିତୀୟ ଭାରତୀୟ ଭାବେ ୫୦୦ ଟେଷ୍ଟ ୱିକେଟ୍ କ୍ଲବରେ ଅଶ୍ଵିନ
ରାଜକୋଟ:ଅନିଲ କୁମ୍ବଲେଙ୍କ ପରେ ଦ୍ୱିତୀୟ ଭାରତୀୟ ବୋଲର ଭାବେ ୫୦୦ ଟେଷ୍ଟ ୱିକେଟ୍ ହାସଲ କରିଛନ୍ତିି ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ । ଏଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ୍ ଟେଷ୍ଟରେ ଶୁକ୍ରବାର ଦ୍ବିତୀୟ ଦିନରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଟେଷ୍ଟରେ ୫୦୦ ୱିକେଟ୍ ହାସଲ କରିବାରେ ଅଶ୍ୱିନ୍ ତୃତୀୟ ଅଫ୍ ସ୍ପିନର | ସେ କୁମ୍ବଲେଙ୍କ ପରେ ଭାରତର ଦ୍ୱିତୀୟ ସଫଳ ଟେଷ୍ଟ ବୋଲର ହୋଇଛନ୍ତି। କୁମ୍ବଲେଙ୍କ ନାମରେ ୬୧୯ ଟେଷ୍ଟ ୱିକେଟ୍ ରହିଛି। [...]
Odiaବିମାନ ବନ୍ଦରରେ ମିଳିଲାନି ହ୍ୱିଲ୍ ଚେୟାର, ଦେଢ଼ କିଲୋମିଟର ଚାଲିବା ପରେ ଟଳି ପଡ଼ିଲେ ବୟସ୍କ ଯାତ୍ରୀ
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ହ୍ୱିଲ ଚେୟାର ନ ମିଳିବାରୁ ବିମାନ ଟର୍ମିନାଲରୁ ବିମାନ ବନ୍ଦରକୁ ଦେଢ଼ କିଲୋମିଟର ଚାଲିବା ପରେ ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ଏୟାର ଇଣ୍ଡିଆ ବିମାନରେ ତାଙ୍କ ପତ୍ନୀଙ୍କ ସହ ନ୍ୟୁୟର୍କରୁ ଭାରତ ଆସିଥିଲେ। ଏୟାର ଇଣ୍ଡିଆ ଏହି ଘଟଣା ସମ୍ପର୍କରେ ଶକ୍ରବାର ସୂଚନା ଦେଇଛି। ବୟସ୍କ ଯାତ୍ରୀ ଜଣକ ଇମିଗ୍ରେସନ କାଉଣ୍ଟରରେ ପାସପୋର୍ଟ ଯାଞ୍ଚ ସମୟରେ ଟଳି ପଡ଼ିଥିଲେ । ମୁମ୍ବାଇ ବିମାନ [...]
Odiaମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ହିଂସା, ପାଞ୍ଚ ଦିନ ଇଣ୍ଟରନେଟ ବନ୍ଦ
ଇମ୍ଫାଲ: ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ହିଂସା ପରେ ମଣିପୁର ସରକାର ରାଜ୍ୟର ଚୁରାଚାନ୍ଦପୁର ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ ପାଞ୍ଚ ଦିନ ପାଇଁ କଟକଣା ଲଗାଇଛନ୍ତି । ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ଅଧୀକ୍ଷକ (ଏସପି) ଏବଂ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି । ଉତ୍ତ୍ୟକ୍ତ ଲୋକେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏସପି କାର୍ଯ୍ୟାଳୟ ପରିସରରେ ଲାଗିଥିବା ଜାତୀୟ ପତାକାକୁ [...]
Odiaପାରାଦୀପରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନା ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର -ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇ ପାରାଦୀପର ଢିଙ୍କିଆଠାରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟିଲ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ହେଉଛି ଜେଏସଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ ଏମଟିପିଏ ଇଣ୍ଟିଗ୍ରେଟେଡ ଷ୍ଟିଲ କାରଖାନା। ଏହା ମାଧ୍ୟମରେ ପ୍ରାୟ ୩୦,୦୦୦ ଯୁବକଙ୍କୁ କର୍ମନିଯୁକ୍ତି ମିଳିବ। ଏଥି ସହିତ ରିନ୍ୟୁ ଇ-ଫୁଏଲ୍ସ ପ୍ରାଇଭେଟ ଲିମିଟେଡର ୨୨ ହଜାର କୋଟି ଟଙ୍କା ପୁଞ୍ଜି [...]
Odiaକେନ୍ଦ୍ର ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ, ଦଳର ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ ହୋଇଥିବା ଦାବି
ନୂଆଦିଲ୍ଲୀ: କେନ୍ଦ୍ର ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏହାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି ବୋଲି ଦାବି କରିଛି ଦଳ । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଜୟ ମାକେନ୍ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଭାରତରେ ଗଣତନ୍ତ୍ର ପୁରାପୁରି ଶେଷ ହୋଇଯାଇଛି। ଦେଶର ମୁଖ୍ୟ ବିରୋଧୀ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। କେନ୍ଦ୍ର ଉପରେ ଅଭିଯୋଗ କରି ଅଜୟ ମାକେନ୍ କହିଛନ୍ତି କେବଳ ଆକାଉଣ୍ଟ ଫ୍ରିଜ୍ [...]
Odiaକୋଟି କୋଟି ଟଙ୍କାର କଳାଟଙ୍କା ଜବତ ପରେ ଗିରଫ ହେଲେ ବୌଦ୍ଧ ଆରଟିଓ
ବୌଦ୍ଧ – ଭିଜିଲାନ୍ସ ଚଢ଼ାଉରେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ମିଳିଲା ପରେ ଗିରଫ ହୋଇଛନ୍ତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭୁବନେଶ୍ୱର, ଗଞ୍ଜାମ ଓ ବୌଦ୍ଧରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ଆରଟିଓଙ୍କ ୧୯ କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ ।ଭୁବନେଶ୍ବରରେ ବୌଦ୍ଧ ଆରଟିଓଙ୍କ ୨ଟି [...]
Odiaପଶ୍ଚିମବଙ୍ଗ ସ୍କୁଲ ନିଯୁକ୍ତି ମାମଲାରେ ପୁଣି ଇଡି ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ବିଲଡରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଏହି ବିଲଡର ଜଣକ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଖ ଲୋକ ଭାବେ ପରିଚିତ । କେନ୍ଦ୍ରୀୟ ବାହିନୀ ସହିତ ଆସିଥିବା ଇଡି ଟିମ୍ ବିଲଡରଙ୍କ କାର୍ଯ୍ୟାଳୟ ଓ ତିନୋଟି ଫ୍ଲାଟ୍ ଉପରେ ଚଢ଼ାଉ କରିଛି । ସେଥିମଧ୍ୟରୁ ଗୋଟିଏ ଫ୍ଲାଟ୍ ଦକ୍ଷିଣ କୋଲକାତାର ନକଟାଲା ସ୍ଥିତ [...]
