Odiaଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ସ୍କିମ ‘ସ୍ୱୟମ’ : ବ୍ୟବସାୟ ପାଇଁ ମିଳିବ ବିନା ସୁଧରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବର୍ତ୍ତମାନ ଆସିଥିବା ନୂଆ ଜାଗରଣରେ ଓଡିଶାର ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯୁବ ସମାଜକୁ ସାମିଲ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟର ବ୍ୟବସାୟିକ ବାତାବରଣ ଆହୁରି ଉଜ୍ଜ୍ୱଳ ହୋଇପାରିବ [...]
Odiaଫ୍ରାନ୍ସ ପରେ ମରିସସ୍ ଓ ଶ୍ରୀଲଙ୍କାରେ ଆରମ୍ଭ ହେଲା ଭାରତର ‘ୟୁପିଆଇ’ ସେବା
ନୂଆଦିଲ୍ଲୀ: ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବେ ବିଦେଶରେ ଲୋକପ୍ରିୟ ହେବାରେ ଲାଗିଛି। ଫ୍ରାନ୍ସ ପରେ ଶ୍ରୀଲଙ୍କା ଓ ମରିସସ୍ ଏହି ଭାରତୀୟ ଡିଜିଟାଲ ପେମେଣ୍ଟ ମାଧ୍ୟମକୁ ଆପଣାଇଛନ୍ତି । ସୋମବାର ଭାରତର ଏହି ଦୁଇ ପଡ଼ୋଶୀ ଦେଶରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି। ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମରିସସ୍ ଓ ଶ୍ରୀଲଙ୍କାରେ ୟୁପିଆଇ ସେବାର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମେସିଂହେ ଏବଂ [...]
Odiaକ୍ୟାବିନେଟ ବୈଠକ: ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର
ଭୁବନେଶ୍ୱର -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟ ଓ କୀର୍ତ୍ତିରାଜି ପୁନଃରୁଦ୍ଧାର କାର୍ଯ୍ୟାନ୍ୱୟନ ଯୋଜନା ( ଏକାମ୍ର କ୍ଷେତ୍ର ଆମେନିଟିଜ୍ ମନ୍ୟୁମେଣ୍ଟସ ରିଭାଇଭଲ୍ ଆକ୍ସନ ପ୍ଲାନ୍ ) ପାଇଁ ୬୫୬ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଯୋଜନା ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ କାର୍ଯ୍ୟକାରୀ ହେଉଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମେତ ଓ ଏହାର ଆଖପାଖରେ ଐତିହ୍ୟ ଗୁଡିକର ପୁନରୁଦ୍ଧାର ଓ ସୁରକ୍ଷା ସହ [...]
Odiaମହାନଦୀ ଉପରେ ନିର୍ମାଣ ହେବ ପୋଲ , ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଫାଇଦା
ଭୁବନେଶ୍ୱର – ମହାନଦୀ ଉପରେ ୧୦୫.୭ କୋଟି ଟଙ୍କା ବ୍ୟୟରେ ଏକ ସୁଉଚ୍ଚ ପୋଲ ନିର୍ମାଣ ପ୍ରସ୍ତାକୁ ଆଜି କ୍ୟାବିନେଟ ମୋହର ମାରିଛି । ୩୬ ମାସରେ ଏହି ମହାନଦୀ ପୋଲ କାମ ସରିବ । ଏହାଦ୍ବାରା ବୌଦ୍ଧ ଜିଲ୍ଲାରେ ବାଉଁଶୁଣି ଓ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିବ । ଏହି ପୋଲ ଦ୍ୱାରା ମହାନଦୀର ଉଭୟ ପାର୍ଶ୍ଵର ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ସହ ସେମାନେ ଆର୍ଥିକ ଦୃଷ୍ଟିରୁ ବି ଲାଭବାନ [...]
Odiaରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ସ୍କଚ୍ ଗୋଲ୍ଡ ଆୱାର୍ଡ
ଭୁବନେଶ୍ୱର – ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ମିଳିଲା ଜାତୀୟ ସ୍ୱୀକୃତି। ବୈଶ୍ୱକ ଯୋଗାଯୋଗ ଓ ଅଭିବୃଦ୍ଧି ନିଶ୍ଚିତ କରିଥିବାରୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗକୁ ମିଳିଛି ସ୍କଚ୍ ଗୋଲ୍ଡ ପୁରସ୍କାର। ସୂଚନାଯୋଗ୍ୟ ଯେ, ବିଭାଗ ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁରକୁ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରିଥିଲା । ଏହି ପୁରସ୍କାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଆନ୍ତର୍ଜାତିକ ଯୋଗାଯୋଗ ଓ ଅଭିବୃଦ୍ଧି ପାଇଁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧତାକୁ [...]
କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ

Odiaକ୍ୟାବିନେଟ ବୈଠକରେ ନିଷ୍ପତ୍ତି: ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ୧୪ଟି ବିଭାଗର ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଜମି ସେଟେଲମେଣ୍ଟ ଆଇନରେ ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ହିତାଧିକାରୀ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ଦେବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ [...]
Odiaକେରଳର ରାସନ ଦୋକାନ ଗୁଡ଼ିକରେ ଲାଗିବନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ସେଲଫି ପଏଣ୍ଟ୍
ଥିରୁଭନନ୍ତପୁରମ୍: କେରଳ ସରକାର ରାଜ୍ୟର ରାସନ ଦୋକାନ ଗୁଡ଼ିକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଲୋଗୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ସାଇନ୍ ବୋର୍ଡ ଓ ଫ୍ଲେକ୍ସ ବ୍ୟାନର ଲଗାଇବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ରର ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ପାଳନ କରାଯିବ ନାହିଁ। ବିଧାନସଭାରେ ଆଇୟୁଏମ୍ଏଲ୍ ବିଧାୟକ ପି ଅବଦୁଲ ହମିଦଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ସୂଚନା ଦେଇଛନ୍ତି । ବିଜୟନ କହିଛନ୍ତି, “ଲୋକସଭା [...]
Odiaବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ଆସ୍ଥା ଜିତିଲେ ନୀତୀଶ କୁମାର
ପାଟନା: ପଟ ପରିବର୍ତ୍ତନ କରି ଏନଡିଏକୁ ଫେରିବା ପରେ ନୀତୀଶ କୁମାର ସୋମବାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ନୀତୀଶଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ସପକ୍ଷରେ ୧୨୯ ଭୋଟ୍ ପଡ଼ିଥିଲା । ଆସ୍ଥା ଭୋଟ୍ ବେଳେ ଆରଜେଡି, କଂଗ୍ରେସ ଓ ବାମଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବହୁମତ ହାସଲ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ନୀତୀଶ କୁମାରଙ୍କ ଜେଡିୟୁ ଗତ ମାସରେ ମହାମେଣ୍ଟରୁ ଅଲଗା ହୋଇ [...]
Odiaକୃଷକ ଆନ୍ଦୋଳନ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ; ଏକ ମାସ ପାଇଁ ୧୪୪ ଧାରା ଲାଗୁ
ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ୨୦୦ରୁ ଊର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର (ଫେବୃଆରୀ ୧୩) ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଛନ୍ତି । କୃଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଦିଲ୍ଲୀର ସମସ୍ତ ସୀମା ସିଲ୍ କରାଯାଇଛି। ସିଙ୍ଘୁ, ଟିକିରୀ ଏବଂ ଗାଜିପୁର ସୀମାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୃଷକ ମାନଙ୍କୁ ରୋକିବା ପାଇଁ କଣ୍ଟା ତାର ଏବଂ କଂକ୍ରିଟ ବ୍ୟାରିକେଡ୍ ଲଗାଇ ସୀମା ଗୁଡ଼ିକୁ ସିଲ୍ କରାଯାଇଛି। [...]
Odiaସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି, ରଘୁରାମ ରାଜନଙ୍କୁ ମଧ୍ୟ ଟିକେଟ୍ ଦେବ କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି। ବୟସ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନୁହଁନ୍ତି । ଏଭଳି ସ୍ଥିତିରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିଚାର କରୁଥିବା ଜଣାପଡ଼ିଛି । ତାଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ପଠାଯିବ ବୋଲି ଚର୍ଚ୍ଚା ହେଉଛି । ହିମାଚଳ ପ୍ରଦେଶରେ କଂଗ୍ରେସ ଦଳ କ୍ଷମତାରେ ଅଛି। ଏହାଛଡ଼ା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ଯାଇପାରନ୍ତି । ଅନ୍ୟପକ୍ଷରେ [...]
