Odiaବିଜେପିରେ ଯୋଗ ଦେଇପାରନ୍ତି ଅଶୋକ ଚହ୍ବାନ
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ଆଜି ବିଜେପିରେ ସାମିଲ ହୋଇ ପାରନ୍ତି। ସେ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ ପରେ ଚହ୍ବାନଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । ଚହ୍ବାନଙ୍କ ଇସ୍ତଫା ପରେ କଂଗ୍ରେସରେ ହଲଚଲ ବଢ଼ି ଯାଇଛି। କଂଗ୍ରେସର ମହାରାଷ୍ଟ୍ର ରାଜ୍ୟ ପ୍ରଭାରୀ ରମେଶ ଚେନୀଥୈଲା ଦଳୀୟ ନେତାଙ୍କ ଆଜି [...]
Odiaରାସନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗରେ ପୁଣି ଇଡ଼ି ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗରେ ବହୁ କୋଟି ଟଙ୍କାର ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ପୁଣି ମଙ୍ଗଳବାର ସକାଳେ କୋଲକାତାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଇଡି ଟିମ୍ ସଲ୍ଟ ଲେକ୍, କାଇଖାଲି, ମିର୍ଜା ଗାଲିବ ଛକ, ହାଓ୍ବଡା ସହ ଅନ୍ୟ କିଛି ସ୍ଥାନରେ ଚଢ଼ାଉ କରିଛନ୍ତିି । ଜଣେ ଇଡି ଅଧିକାରୀ କହିଛନ୍ତି, କିଛି ବ୍ୟବସାୟୀ ସହ ଏହି ଦୁର୍ନୀତି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟତମ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ପଶ୍ଚିମବଙ୍ଗରେ [...]
Odiaକେନ୍ଦ୍ର ସହ ଆଲୋଚନା ବିଫଳ, ଆଜି କୃଷକଙ୍କ ‘ଦିଲ୍ଲୀ ଚଲୋ’ ଡ଼ାକରା, ସୁରକ୍ଷା କଡ଼ାକଡ଼ି
ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ୨୦୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । କୃଷକମାନେ ଟ୍ରାକ୍ଟର ଓ ଟ୍ରଲି ସହ ଦିଲ୍ଲୀ ଆଡେ ମୁହାଁଉଛନ୍ତି । ଏଥିପାଇଁ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀର ସବୁ ପ୍ରବେଶ ପଥ ସିଲ୍ କରାଯିବା ସହ ସମାବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି [...]
ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଶୀଘ୍ର: ବନ ବିଭାଗର ପ୍ରସ୍ତୁତି
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗର ବେଳାଭୂମିରେ ଶୀଘ୍ର ପ୍ରକୃତିର ଏକ ନିଆରା ବିରଳ ଦୃଶ୍ୟ ଦେଖିବାକୁ ମିଳିବ। ତାହା ହେଉଛି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ସମୂହ ଅଣ୍ଡାଦାନ ଦୃଶ୍ୟ। ଶୀଘ୍ର ଏହି ଆଗନ୍ତୁକ ଅତିଥି ଜୀବମାନେ ହଜାର ହଜାର ସଂଖ୍ୟାରେ ବାଲୁକା ଶଯ୍ୟାରେ ଗଣ ଅଣ୍ଡାଦାନ କରିବେ। ଗତ ନଭେମ୍ବର- ଡିସେମ୍ବର ମାସରେ ସମୁଦ୍ର ମଧ୍ୟରେ ଏମାନଙ୍କର ମିଳନ ପର୍ବ ସମ୍ପନ୍ନ ହୋଇଥିଲା। ଏବେ ସେମାନଙ୍କ ଜୀବନର ଆଉ ଏକ [...]
Odiaରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡିର ଦେବାଶିଷ ଓ ଶୁଭାଶିଷ
ଭୁବନେଶ୍ୱର – ବିଜେଡିର ରାଜ୍ୟସଭା ପ୍ରାଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ପାଇଁ ଦେବାଶିଷ ଓ ଶୁଭାଶିଷଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଆଜି ଦୁଇ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭାରେ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ବିଜେଡି ପକ୍ଷରୁ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି।
Odiaକୁମ୍ଭ ସଂକ୍ରାନ୍ତି, ଏହିଦିନ ସମସ୍ତ ଦେବଦେବୀ ପବିତ୍ର ଲଗ୍ନରେ ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଏବଂ ନାସିକର ଗୋଦାବରୀ ଆଦି ନଦୀରେ ସ୍ନାନ କରିଥାନ୍ତି
ଭାରତୀୟ ପରମ୍ପରାରେ ଜଳପୂର୍ଣ୍ଣ କୁମ୍ଭର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। କାରଣ ଏହାର ମୁଖରେ ରୁଦ୍ର, କଣ୍ଠରେ ବିଷ୍ଣୁ, ଆଧୋଭାଗରେ ବ୍ରହ୍ମା ଏବଂ କୁକ୍ଷି ଦେଶରେ ମାତୃକାଗଣ ନିବାସ କରିଥାନ୍ତି। ଆମ ରାଶିଚକ୍ରର ଏକ ରାଶିର ନାମ ମଧ୍ୟ କୁମ୍ଭ। ଜ୍ୟୋତିଷ ଗଣନା ଅନୁସାରେ, ସୂର୍ଯ୍ୟ ଯେଉଁ ରାଶିରେ ଯେତେବେଳେ ଅବସ୍ଥାନ କରନ୍ତି, ସେହି ଅନୁସାରେ ସେହି ମାସର ସଂକ୍ରାନ୍ତି ନାମିତ ହୋଇଥାଏ। ମକର ରାଶି ପରେ ସୂର୍ଯ୍ୟ କୁମ୍ଭ ରାଶିରେ ଅବସ୍ଥାନ କରନ୍ତି। ତେଣୁ ତାହା ‘କୁମ୍ଭ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୋ ସଂବାଦ ଉଦାର ଜେହି ବିଧି ଭା ଆଗେଂ କହବ। ସୁନହୁ ରାମ ଅବତାର ଚରତି ପରମ ସୁନ୍ ଅନଘ॥ ଭାବାର୍ଥ:- ହେ ପାର୍ବତୀ ! କାକ ଭୁଷୁଣ୍ଡିଙ୍କ ଶ୍ରେଷ୍ଠତ୍ତର ସମ୍ବାଦ ଯେପରି ହୋଇଥିଲା, ମୁଁ ପ୍ରଥମେ ସେହି କଥା ତୁମକୁ କହିବି । ଏବେ ତୁମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅବତାରର ସବୁଠାରୁ ସୁନ୍ଦର, ପବିତ୍ର, ସର୍ବ ପାପ ନାଶକ ଚରିତ୍ର କଥାକୁ ଶୁଣ ।
Odiaଗୀତା ଉପଦେଶ: ଅକର୍ମଣ୍ୟତା ଠାରୁ କର୍ମ ଶ୍ରେଷ୍ଠ ଅଟେ, ନିଜ ସ୍ୱଭାବରେ ପ୍ରେରିତ ହୋଇ, ମନୁଷ୍ୟ ନିଜର ଗୁଣ ଅନୁସାରେ କର୍ମ କରିବାକୁ ଆଗ୍ରହୀ ହୋଇଥାଏ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ସ୍ୱାଭାବିକ ପ୍ରକୃତି ବିଷୟ ରେ କହୁଛନ୍ତି – ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି। ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ ?
Odiaଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡିର ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର – ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେମାନେ ହେଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଦେବାଶିଷ ସାମନ୍ତରାୟ କଟକ ବାରବାଟୀ ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ । ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି । ଓଡ଼ିଶାରୁ ତିନିଟି ରାଜ୍ୟସଭା ଆସନ ଖାଲି ହେଉଛି। ବିଜେଡିର ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି [...]
Odiaରାହୁଲ ତୃତୀୟ ଟେଷ୍ଟରୁ ବାଦ୍, ପାଡିକ୍ଲଲ ସାମିଲ
ରାଜକୋଟ: ଭାରତର ସିନିୟର ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ସେ ‘କ୍ୱାଡ୍ରିସେପ୍’ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି। ଏହି ଆଘାତ ଯୋଗୁଁ ସେ ବିଶାଖାପଟନମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଖେଳିପାରିନଥିଲେ। ରାହୁଲଙ୍କ ସ୍ଥାନରେ କର୍ଣ୍ଣାଟକର ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଡିକ୍ଲଲଙ୍କୁ ଦଳରେ ସାମିଲ କରାଯାଇଛି । ତୃତୀୟ ଟେଷ୍ଟ ରାଜକୋଟରେ ଫେବୃଆରୀ ୧୫ରୁ ଖେଳାଯିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, [...]
