Odiaଓଡ଼ିଆ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଘର୍ଷ କରିଥିବା ବରପୁତ୍ରମାନଙ୍କୁ କଲେ ସ୍ମରଣ
ଭୁବନେଶ୍ୱର – ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ନୂଆ ସୌଧକୁ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଓଡିଆ ଭାଷାର ଗାରିମା ସମ୍ପର୍କରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର [...]
Odiaବାଙ୍ଗିରିପୋଷି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ, ୬ ମୃତ
ବାରିପଦା – ମୟୂରଭଞ୍ଜ ଜିଲ୍ଲାରେ ଆଉ ଏକ ସଡକ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ଯାତ୍ରାପାର୍ଟିର ଟ୍ରକ ଓଲଟି ପଡିବାରୁ ୬ ଜଣ ପ୍ରାଣ ହରାଇଛନ୍ତି । ଏଥିରେ କିଛି ଗୁରୁତର ଆହତ ହୋଇଛନ୍ତି। ଘାଟିରେ ଧଉଳି ଗଣନାଟ୍ୟର ଟ୍ରକ୍ ଓଲଟି ପଡ଼ିଥିବା ଜଣାପଡିଛି। ଗୁରୁତରମାନଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରା ପାର୍ଟି ଟ୍ରକରେ ଲାଇଟ୍ ସରଞ୍ଜାମ ଥିଲା । ଏସବୁ ନେଇ କର୍ମଚାରୀମାନେ ରାଇରଙ୍ଗପୁରରୁ ଜଳେଶ୍ଵର ଯାଉଥିବା [...]
Odiaଆଜି ୨୮୬ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୮୦, ସୁବର୍ଣ୍ଣପୁର ଜିଲ୍ଲାର ୧୪, ପୁରୀ ଜିଲ୍ଲାର ୫୩, ନୟାଗଡ଼ ଜିଲ୍ଲାର ୭୫, ବୌଦ୍ଧ ଜିଲ୍ଲାର ୧୦, ନବରଙ୍ଗପୁର ଜିଲ୍ଲାର ୧୪ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକାର୍ପିତ ହେବ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭ ଶହ ୯୪ଟି ସ୍କୁଲର ଲୋକାର୍ପଣ କରାଯାଉଛି। ପୂର୍ବରୁ [...]
Odiaପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ, ଫେରାର ଟିଏମସି ନେତାଙ୍କ ଘରେ ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ । ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍ ବୁଧବାର ଫେରାର ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିଛି। ସୂଚନାନୁସାରେ, ଇଡି ଟିମ୍ ଉତ୍ତର ୨୪ ପ୍ରଗଣା ସନ୍ଦେଶଖାଲି ସ୍ଥିତ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘର ତାଲା ଭାଙ୍ଗି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଇଡି ଟିମ୍ ସହ ସିଆରପିଏଫ୍ ମଧ୍ୟ ଉପସ୍ଥିତ ଥିଲା | ଶାହାଜାହାନ ଶେଖ ଗତ କିଛି ଦିନ ଧରି ଫେରାର [...]
ଅବିଶ୍ବସନୀୟ ରୂପ ନେଇଛି ମାଁ ସମଲେଇଙ୍କ ପୀଠ
ସମ୍ବଲପୁର: ସମଗ୍ର ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ। କେଉ କାଳରୁ ଏହି ବିରାଟ ଭୂଖଣ୍ଡର ହୃଦୟରେ ଆସୀନ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ବିଶ୍ବାସ ଏବଂ ଅସ୍ମିତାର ଅନନ୍ୟ ପରିଚୟ ଭାବେ ଉଭା ହୋଇଛନ୍ତି। ଏହି ଅଞ୍ଚଳର ପ୍ରତିଟି ଜନମାନସରେ ମାଁଙ୍କ ସ୍ଥାନ ସର୍ବୋଚ୍ଚରେ। ତାଙ୍କ ଆର୍ଶୀବାଦରୁ ହିଁ ନୂଆଁଖାଇ ଭଳି ପୁରୁଖା ତିହାରରୁ ଆରମ୍ଭ କରି ସବୁ ବିଧି ଆରମ୍ଭ ହୁଏ। ଆଉ ସବୁ ବିଧି ବି ତାଙ୍କଠି ଶେଷ ହୁଏ। ସେଇଥିପାଇଁ [...]
Odiaଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ହାଲୁକା ବର୍ଷା, ୨୬ରୁ ପାଗରେ ପରିବର୍ତ୍ତନ
ଭୁବନେଶ୍ୱର – ରାଜ୍ୟରେ ଅନେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଜାରି ରହିଛି। କିଛି ସ୍ଥାନରେ କୁହୁଡି ବି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଛି । ତେବେ ଏଭଳି ସ୍ଥିତି ଆଜି ଓ ଆସନ୍ତାକାଲି ବି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ହାଲୁକା ବର୍ଷା ହୋଇଛି । ଗୁରୁଚାପ ବଳୟର ପ୍ରଭାବ ଯୋଗୁଁ ରାଜ୍ୟରେ ପାଗ କୋହଲା [...]
Odiaଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ
କଟକ – ଏସସିବିର ଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ଡାକ୍ତର ଭୁବନାନନ୍ଦ ଏସସିବି ନ୍ୟୁରୋସର୍ଜରୀ ବିଭାଗର ଆଇସିୟୁରେ ଚିକିତ୍ସାଧିନ ଥିଲେ । ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରୋଗୀ ସେବା ସହ ଏସସିବିର ପ୍ରଶାସନିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା କ୍ଷେତ୍ରରେ ଡାକ୍ତର ଭୁବନାନନ୍ଦ ଉଲ୍ଲେଖନୀୟ ଭୂମିକା [...]
Odiaଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବହୁ ପ୍ରତିକ୍ଷୀତ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉଦଘାଟନ କରିବେ। ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ସତ୍ୟବାଦୀ ରେ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ। ୯ ଏକର ଜାଗାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ୮ଟି କ୍ଲାସରୁମ, ଇ-ଲାଇବ୍ରେରୀ , ଲାଇବ୍ରେରୀ, ଛାତ୍ରାବାସ, ଛାତ୍ରୀବାସ, କ୍ୟାଣ୍ଟିନ ଓ ପ୍ରାଶାସନିକ କୋଠା ମଧ୍ୟ ରହିଛି। ଏହା [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ [...]
Odiaଗୀତା ଉପଦେଶ: ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ଅର୍ଥାତ୍:- ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ ମନନଶୀଳ ପୁରୁଷ ଙ୍କ ନିମନ୍ତେ ନିଷ୍କାମ ଭାବରେ କର୍ମ କରିବା ହିଁ ଯୋଗ ପ୍ରାପ୍ତିର ହେତୁ ବୋଲି କୁହାଯାଏ ଏବଂ ଯୋଗାରୂଢ ହୋଇଯିବ ପରେ ସେହି ଯୋଗାରୂଢ ପୁରୁଷଙ୍କ ସର୍ଵ ସଂକଳ୍ପ ଶୁନ୍ୟତା ହିଁ ତାଙ୍କ କଲ୍ୟାଣ ର କାରଣ ବୋଲି [...]
